Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିରାଟ କୋହଲିଙ୍କୁ ଭୁରି ଭୁରି ପ୍ରଶଂସା କଲେ ଏହି ଟିମର ଅଧିନାୟକ…

10/08/2019 at 3:56 PM

ନୂଆଦିଲ୍ଲୀ୧୦|୮: ଇଂଲଣ୍ଡ ଟିମର ପୂର୍ବତନ ଅଧିନାୟକ ମାଇକ ଗେଟିଙ୍ଗ ଭାରତୀୟ ଟିମ ଅଧିନାୟକ ବିରାଟ କୋହଲିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ବିରାଟ କୋହଲିଙ୍କ ଜଣେ ମହାନ ଖେଳାଳି ​‌ବୋଲି ମାଇଟ ଗେଟିଙ୍ଗ କହିଛନ୍ତି। ବିରାଟ କୋହଲି ତିନୋଟି ଫର୍ମାଟରେ ଭଲ ଖେଳ ପ୍ରଦର୍ଶନ କରନ୍ତି। ଏକଦିବସୀୟ , ଟେଷ୍ଟ ଓ ଟି-୨୦ ମ୍ୟାଚରେ ବିରାଟ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥାନ୍ତି। ବିରାଟ କୋହଲି ପ୍ରଶଂସା ପାଇବା ପାଇଁ ହକ୍‌ଦାର ବୋଲି ମାଇକ ଗେଟିଂ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୮ ତାରିଖରେ ମୁମ୍ବାଇରେ ମାଇକ ଗେଟିଂ ଏକ ବହି ପର୍ଯ୍ୟବେକ୍ଷଣ କରିବା ସମୟରେ ବିରାଟ​‌ କୋହଲିଙ୍କୁ ପ୍ରଶଂସା କରିଥିଲେ। ମାଇକ ଗେଟିଂ କହିଛନ୍ତି, ବିରାଟ କୋହଲିଙ୍କ ଭଳି ବହୁତ କମ୍ ଖେଳାଳି ଅଛନ୍ତି।ଗେଟିଂ କହିଛନ୍ତି, ୨୦୧୮ରେ ଖେଳାଯାଇଥିବା ଏକଦିବସୀୟ ଓ ଟେଷ୍ଟ ମ୍ୟାଚରେ ରେଟିଂର ପ୍ରଥମ ସ୍ଥାନରେ ବିରାଟ ଥିଲେ। ଏହି ମ୍ୟାଚଗୁଡିକରେ ସେ ୫୭.୩୦ ଆଭରେଜ ରନ କରିଥିଲେ।

ମୁମ୍ବାଇରେ ବିରାଟଙ୍କୁ ପ୍ରଶଂସା କରି ମାଇକ ଗେଟିଂ ଆହୁରି ମଧ୍ୟ କହିଛନ୍ତି, ଷ୍ଟିଭ ସ୍ମିଥ ଓ କେନ ଓ୍ବିଲୟମସନଙ୍କ ତୁଳନାରେ ବିରାଟ କୋହଲି ବହୁତ ଭଲ ଖେଳାଳି। ୩ଟି ଫର୍ମାଟରେ ଦମଦାର ଖେଳ ପ୍ରଦର୍ଶନ କରୁଥିବା ବିରାଟଙ୍କୁ ‘ଗ୍ରେଟ’ ଟ୍ୟାଗ ମିଳିବା ଉଚିତ୍ ବୋଲି ଶେଷରେ ମାଇକ ଗେଟିଂ କହିଥିଲେ।

   Related Posts