Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଚା’ ପିଇବାର ଫାଇଦା କଣ ଜାଣନ୍ତୁ, ଗ୍ରୀନ ଟିଠାରୁ ଅଧିକ ଲାଭଦାୟକ ହେଉଛି ଏହି ଚା’…

16/09/2019 at 8:56 AM

ସାଧାରଣତଃ ଲୋକେ ବର୍ଷା ଓ ଶୀତ ଦିନରେ ଚା’ ପିଇବାର ମଜା ନିଅନ୍ତି। ହେଲେ କିଛି ଲୋକେ ପ୍ରତ୍ୟେକ ଦିନ ଓ ଋତୁରେ ଚା’ ପିଇବା ଅଭ୍ୟାସ ରଖନ୍ତି। ସେଥିପାଇଁ ଦିନରେ ଥରେ ନିହାତି ଭାବେ ଚା’ ପିଅନ୍ତି। ହେଲେ ଚା’ ପିଇବାର ପ୍ରକୃତ ମଜା ଶୀତ ଓ ବର୍ଷା ଦିନରେ ଥାଏ।

ବର୍ଷା ଦିନରେ ଅଦା ଚା’ ପିଇବା ଶରୀର ପାଇଁ ମଧ୍ୟ ଆବଶ୍ୟକ। ଚା’ରେ ଏଣ୍ଟି ଇନ୍‌ଫ୍ଲାମେଟୋରି ଗୁଣ ଭରପୁର ମାତ୍ରାରେ ଥାଏ। ସେଥିପାଇଁ ଏହା ଶରୀରକୁ ଥଣ୍ଡାରୁ ମୁକ୍ତ କରାଏ। ଋତୁ ଅନୁସାରେ ଏହା ଶରୀରର ତାଳମେଳ ରଖେ। କେବଳ ସେତିକି ନୁହେଁ ଚା’ ପିଇଲେ ଅଳସୁଆ ବ୍ୟକ୍ତି ମଧ୍ୟ ତାଜା ହୋଇ କାମ କରେ। କିଏ ସକାଳେ ଚା’ ପିଇବାକୁ ବଲ ପାଏ ତ କିଏ ସନ୍ଧ୍ୟାରେ।

ଭାରତରେ ଅଧିକାଂଶ ଲୋକ ଚା’ ପିଇବାକୁ ଭଲ ପାଆନ୍ତି। ଅଫିସ ହେଉ ବା ଘରେ ହାତରେ ଚା’ କପ୍‌ ନିହାତି ଭାବେ ଦେଖିବାକୁ ମିଳେ। ଏଠାର ଲୋକଙ୍କର ଚା’ ପାଇଁ ଅଧିକ ଭଲ ପାଇବା ଥାଏ। ହେଲେ କିଛି ଲୋକେ ଗ୍ରୀନ ଟି ପିଇବା ପସନ୍ଦ କରନ୍ତି ନାହିଁ। ଗ୍ରୀନ୍ ଟି ଏକ ଏମିତି ଚା’ ଯାହା ସ୍ବାଦରେ ଫିକା ପଡିଲେ ମଧ୍ୟ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ।

ଏହା ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।ଏହା ଶରୀରର ସବୁ ପ୍ରକାର ରୋଗରୁ ମୁକ୍ତି ପ୍ରଦାନ କରିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ପଲିଫିନାଇଲ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

ଅବଶ୍ୟ ଗ୍ରୀନ ଟି ପିଇବାର ଫାଇଦା ଅଧିକ ଥାଏ ହେଲେ ଘରେ ତିଆରି ହୋଇଥିବା ମସଲା ଚା’ଗ୍ରୀନ ଟିରୁ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଏହି ମସଲା ଚା’ ତିଆରି କରିବା ପାଇଁ କୌଣସି ନିର୍ମାତାଙ୍କ ଉପରେ ନିର୍ଭର କରିବାକୁ ହେବ ନାହିଁ। ଏହା ତିଆରି କରିବା ବହୁତ ସହଜ।

ଏଥିପାଇଁ  ଲବଂଗ, ଅଦା, ଡାଲଚିନି,ତୁଳସୀ ଓ ଚା’ ପତି ଦରକାର। ଏହି ସବୁ ଜିନିଷ ପ୍ରତ୍ୟେକ ଭାରତୀୟ ରଷୋଇ ଘରେ ସୁବିଧାରେ ଉପଲବ୍ଧ ଥାଏ। ଏହି ମସଲା ଚା’ ଶରୀରର ମାଂସପେଶୀ ମଜବୁତ କରାଏ। ଶରୀରର କୌଣସି ଅଂଗରେ ଦରଜ ବା ପୀଡା ଥିଲେ ଏହି ଚା’ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।  

ଦିନସାରା ଥକି ଘରକୁ ଫେରିବା ପରେ ମସଲା ଚା’ ଗରମ ଗରମ ପିଇଲେ ଶରୀରକୁ ଶାନ୍ତି ମିଳିଥାଏ ଓ ଅଲଗା ମଜା ଆସେ। ଏହି ଚା’ରେ ଥିବା କ୍ୟାଫିନ୍‌ ଏନେର୍ଜି ଭଳି କାମ କରେ। ଏଥିରେ ବହୁତ କମ ମାତ୍ରାରେ କ୍ୟାଫିନ ଥାଏ। ହେଲେ ଏହା କ୍ୟାଫିନ ଭଳି ପ୍ରଭାବଶାଳୀ ହୋଇଥାଏ। ମସଲା ଚା’ରେ ଥିବା ମିଶ୍ରଣ ଶରୀରକୁ ସବୁ ପ୍ରକାର ରୋଗରୁ ମୁକ୍ତ କରିଥାଏ। ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଏହା ଏକ ଭଲ ଉପାୟ।

   Related Posts