ଆସାମାରେ ଉତ୍ପାଦନ ହେଉଥିବା ଏହି ଚା’ପତିର ମୂଲ୍ୟ ହେଉଛି କିଲୋପିଚ୍ଛା ୫୦ ହଜାର ଟଙ୍କା, ଜାଣନ୍ତୁ କାହିଁକି…

Published By : Prameya-News7 Bureau | August 02, 2019 IST

ଗୌହ୍ବାଟି୧|୮: ଆସାମର ମନୋହରୀ ଗୋଲ୍ଡ ଟି ଚଳିତ ବର୍ଷ କିଲୋପ୍ରତି ୫୦ ହଜାର ଟଙ୍କାରେ ବିକ୍ରି ହୋଇଛି । ଗତ ବର୍ଷ ଏହି ଚା’ ଅନ୍ୟାନ୍ୟ ଚାହା ତୁଳନାରେ ଅଧିକ ଟଙ୍କାରେ ନିଲାମ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି ଚା’ ନିଲାମିରେ ବିକ୍ରି ହୋଇଥାଏ । ଗୌହ୍ବାଟୀ ଟି’ ଅକ୍ସନ ସେଣ୍ଟର ଏହି ନିଲାମ କରିଥାଏ । ଗତ ବର୍ଷ ଏହି ଚାହା କିଲୋ ପିଚ୍ଛା ୩୯,୦୦୦ ଟଙ୍କାରେ ନିଲାମ ହୋଇଛି।   

{"id":139937}

ଆସାମର ଅନ୍ୟ ଚାହା ଭଳି ମନୋହର ଗୋଲ୍ଡ ଚାହା ଫୁଟାଇଲେ କଳା ରଂଗ ହୁଏନାହିଁ । ଏହା ହଳଦିଆ ରଂଗ ହୋଇଥାଏ। ଆସାମର ଦିବ୍ରୁଗଡ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁତ୍ର ନଦୀର ଅବବାହିକାରେ ଏହି ଚାହା ଚାଷ ହେବା ସହ ଏହାର ପ୍ରକ୍ରିୟାକରଣ ହୋଇଥାଏ। ଏଠାରେ ସର୍ବୋତ୍ତକୃଷ୍ଟ କିସମର ଚାଆ ଉତ୍ପାଦନ କରାଯାଇଥାଏ। ଚାହା ଉତ୍ପାଦନ ପାଇଁ ଏହି ସ୍ଥାନ ପ୍ରସିଦ୍ଧ।

{"id":139938}

ଏହା ପୂର୍ବରୁ ୨୦୧୮ ମସିହା ଅରୁଣାଚଳ ପ୍ରଦେଶର ଡୋନି ପୋଲି ଟି ଇଷ୍ଟେଟ୍‌ରୁ ଉତ୍ପାଦିତ ଗୋଲ୍ଡେନ୍‌ ନିଡିଲ ଚାହା କିଲୋପିଚ୍ଛା ୪୦,୦୦୦ ଟଙ୍କାରେ ବିକ୍ରି ହୋଇଥିଲା।   ମନୋହର ଟି ଇଷ୍ଟେଟ୍‌ର ମାଲିକଙ୍କ ସୂଚନା ଅନୁସାରେ ଏହି ଖାସ ଚା’ ଅନ୍ୟ ସ୍ଥାନରେ ମିଳିବା କଷ୍ଟକର। ଏଥିରେ ଛୋଟ ଚା’ ପତି ଥାଏ। ଏହି ପତିକୁ ବହୁତ ସାବଧାନତା ସହକାରେ ତୋଳା ଯାଇଥାଏ।

{"id":139936}

ଏହି ଚା’ ପତିର ରଂଗ ସୁନେଲି ହୋଇଥାଏ। ସକାଳ ୪ଟାରୁ ୬ଟା ମଧ୍ୟରେ ଏହି ପତି ତୋଳାଯାଏ। ପ୍ରତି ଦିନ ମାତ୍ର ୫୦ ଗ୍ରାମର ଚା’ ପତି ତୋଳାଯାଇଥାଏ। ଏଥର ପାଣିପାଗ ଖରାପ ହୋଇଥିବାରୁ କେବଳ ୫ କିଲୋ ଗୋଲ୍ଡ ଟି’ ଉତ୍ପାଦନ ହୋଇଛି। ପାଣିପାଗ ଭଲ ଥିଲେ ଅଧିକ ଚାଷ ହୋଇଥାନ୍ତା। ସୂଚନାଯୋଗ୍ୟ ଯେ, ମନୋହର ଟି ଇଷ୍ଟେଟ୍‌ ପ୍ରତିବର୍ଷ ୨୫ ଲକ୍ଷ କିଲୋ ଚା’ ପତି ବିକ୍ରି କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.