ଦୁନିଆରେ ଶୀର୍ଷ ସ୍ଥାନ ହାସଲ କରିବାରେ ଗୋଟିଏ ପାଦ ଦୂରରେ ଟାଟାର ଏହି କମ୍ପାନୀ, ସାଉଁଟୁଛି ପ୍ରଶଂସା

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ ୨୬।୦୧: ଦେଶରେ ଆଜି ଗଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ପତାକା ଉଡାଯାଉଛି। ଅନ୍ୟପଟେ ଟାଟା ଗ୍ରୁପର ଏକ କମ୍ପାନୀ ସମଗ୍ର ଦୁନିଆରେ ନିଜର ଆଧିପତ୍ୟ ବଜାୟ ରଖିଛି। ଏହି କମ୍ପାନୀ ସଫ୍ଟଓ୍ଵେର ଇଣ୍ଡଷ୍ଟ୍ରୀରେ ଉଚ୍ଚସ୍ତରରେ ପହଞ୍ଚି ରେକର୍ଡ କରିବାର ଗୋଟିଏ ପାଦ ଦୂରରେ ରହିଛି।

ଟିସିଏସ ଦୁନିଆର ଦ୍ଵିତୀୟ ମୂଲ୍ୟବାନ ଆଇଟି କମ୍ପାନୀ

ଟାଟା ଗ୍ରୁପର ସଫ୍ଟଓ୍ଵେର କମ୍ପାନୀ ଟାଟା କନସଲଟେନ୍ସି ସର୍ଭିସେସ୍(ଟିସିଏସ)କୁ ଆଇଟି ସେକ୍ଟରରେ ଦୁନିଆର ସବୁଠୁ ମୂଲ୍ୟବାନ ବ୍ରାଣ୍ଡ ଚୟନ କରାଯାଇଛି। ବ୍ରାଣ୍ଡ ଫାଇନାନ୍ସ ୨୦୨୨ ଗ୍ଲୋବାଲ ୫୦୦ ତାଲିକାରେ Accenture ପରେ ଟିସିଏସ ସବୁଠୁ ଦ୍ଵିତୀୟ ମଜବୁତ ଆଇଟି ସର୍ଭିସ ବ୍ରାଣ୍ଡ ଭାବେ ଆବିର୍ଭାବ ହୋଇଛି।

ଟପ୍-୧୦୦ରେ ଟାଟା ଗ୍ରୁପ

ଏହି ତାଲିକାରେ ଦୁନିଆର ସବୁଠୁ ମଜବୁତ ବ୍ରାଣ୍ଡ ଚୟନ କରାଯାଇଛି। ବ୍ରାଣ୍ଡ ଫାଇନାନ୍ସ ୨୦୨୨ ଗ୍ଲୋବାଲ ୫୦୦ ତାଲିକାରେ ଭାରତରୁ ଟପ୍-୧୦୦ରେ ସାମିଲ୍ ଏକ ମାତ୍ର କମ୍ପାନୀ ହେଉଛି ଟାଟା ଗ୍ରୁପ। ଟିସିଏସକୁ ଟାଟା ଗ୍ରୁପର କମ୍ପାନୀ ଭାବେ ଏଥିରେ ସାମିଲ୍ କରାଯାଇଛି। ତେବେ ଏହି ତାଲିକାରେ ଆପଲ୍‌କୁ ଦୁନିଆର ସବୁଠୁ ମୂଲ୍ୟବାନ ବ୍ରାଣ୍ଡ ଭାବେ ଚୟନ କରାଯାଇଛି।

ଆଇଟି ସେକ୍ଟରରେ ଦୁନିଆରେ ଭାରତୀୟ କମ୍ପାନୀଙ୍କ ଦବଦବା ରହିଛି। ଭାରତର ଇନଫୋସିସ୍ ଏହି ମାମଲାରେ ଟିସିଏସଠୁ ଠିକ୍ ପଛରେ ରହିଛି। କମ୍ପାନୀ ଦୁନିଆର ତୃତୀୟ ସବୁଠୁ ମୂଲ୍ୟବାନ ଆଇଟି ବ୍ରାଣ୍ଡ। ଟିସିଏସ ଏବଂ ଇନଫୋସିସ୍‌ ବ୍ରାଣ୍ଡ ଫାଇନାନ୍ସର ଏହି ରାଙ୍କିଙ୍ଗ୍‌ରେ ଉପରକୁ ଉଠି ଆଇବିଏମ ପରି କମ୍ପାନୀକୁ ପଛରେ ପକାଇଛି। ଆଇବିଏମ ବର୍ତ୍ତମାନ ଏହି ତାଲିକାରେ ଦୁନିଆର ଚତୁର୍ଥ ସବୁଠୁ ମୂଲ୍ୟବାନ ବ୍ରାଣ୍ଡ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.