Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ରାଜ୍ୟରୁ ସମ୍ପୂର୍ଣ୍ଣ ହଟିଲା ଲକ୍‌ଡାଉନ୍‌

19/06/2021 at 4:33 PM

ହାଇଦ୍ରାବାଦ ୧୯/୬: ଦେଶର ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନରେ ହଟିଲା ଲକ୍‌ଡାଉନ୍‌। କରୋନା ସଂକ୍ରମଣ ହ୍ରାସକୁ ନଜରରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।  କରୋନାର ଦ୍ବିତୀୟ ଲହରରେ ଲାଗୁ ହୋଇଥିବା ସମସ୍ତ ପ୍ରକାର କଟକଣା ସମାପ୍ତ କରିବାକୁ ତେଲେଙ୍ଗାନା ସରକାର ଘୋଷଣା କରିଥିବା ଜଣାପଡ଼ିଛି।

ରାଜ୍ୟ କ୍ୟାବିନେଟରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ଡାକ୍ତରମାନଙ୍କ କରୋନା ତଥ୍ୟକୁ ବିଶ୍ଳେଷଣ କରାଯାଇ ରାଜ୍ୟରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଥିବା ସ୍ପଷ୍ଟ ହେବା ପରେ ଲକଡାଉନ୍‌ ହଟାଇବା ନେଇ ନିଷ୍ପତ୍ତି ହୋଇଥିବା ସିଏମଓ ପକ୍ଷରୁ ସୂଚନା ଦିଆଯାଇଛି।

କରୋନାରେ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ତେଲେଙ୍ଗାନା ଆସିଥିଲା। ହେଲେ ରାଜ୍ୟରେ ଲଗାତାର ସଂକ୍ରମଣ କମୁଥିବା ବେଳେ ଶୁକ୍ରବାର ରାଜ୍ୟରେ ସଂକ୍ରମଣ ହାର ୧.୧୪ ପ୍ରତିଶତ ଥିଲା। ୨୪ ଘଣ୍ଟାରେ ୧୪୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କ ଜୀବନ ନେଇଛି କରୋନା।

ପୂର୍ବରୁ ଜୁନ୍‌ ୯ରେ କେ ଚନ୍ଦ୍ରଶେଖର ରାଓଙ୍କ ସରକାର ୧୦ ଦିନ ପାଇଁ ଲକ୍‌ଡାଉନ୍‌ ଅବଧି ବଢ଼ାଇଥିଲେ। ଶନିବାର ଏହି ଅବଧି ସମାପ୍ତ ହୋଇଛି। ରିବିବାରଠୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ୍‌ ହଟିବ ବୋଲି ଘୋଷଣା କରିଛନ୍ତି ସରକାର।

   Related Posts