Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ପରଦାକୁ ଆସିବା ଆଗରୁ ହିଁ ଟପ୍ ସେଲିବ୍ରିଟି ହୋଇଛନ୍ତି ଏହି ‘ଷ୍ଟାରକିଡ୍’

17/09/2018 at 5:06 PM

 

ବଲିଉଡର ଚର୍ଚ୍ଚିତ ‘ଷ୍ଟାର କିଡ’ମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସାରା ଅଲ୍ଲୀ ଖାନ୍। ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ହିଁ ସେ ଷ୍ଟାର୍ ବନିସାରିଥିଲେ କହିଲେ ଭୁଲ୍ ହେବ ନାହିଁ। ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ହିଁ ସେ ଜିମ୍ ଯିବା,ପାର୍ଟି ଯିବା,ବିଭିନ୍ନ ଆଓ୍ବାର୍ଡ ଶୋ ରେ ଯୋଗ ଦେବାର ଫଟୋ ଭାଇରାଲ୍ ହୋଇଥିଲା। ତାଙ୍କୁ ମିଡିଆ ଏବଂ କ୍ୟାମେରା ସବୁବେଳେ ଘେରି ରହୁଥିଲା।

ଏତେ କମ୍ ବୟସରେ ଏବଂ କମ୍ ସମୟ ମଧ୍ୟରେ ସାରା ଏତେ ଲୋକପ୍ରିୟ ହେବାର ଶ୍ରେୟ ତାଙ୍କ ଗର୍ଜିଏସ୍ ଲୁକକୁ ଦିଆଯାଇପାରେ। ସାରା ଅନିନ୍ଦ୍ୟ ସୁନ୍ଦରୀ ଏହା ନିଃସନ୍ଦେହ। କେବଳ ସୁନ୍ଦରତା ନୁହେଁ ତା ସାଙ୍ଗକୁ ସୁନ୍ଦରତାକୁ ପରିପ୍ରକାଶ ଏବଂ ଉପସ୍ଥାପନ କରିବାର କୈାଶଳ ମଧ୍ୟ ତାଙ୍କୁ ବେଶ୍ ଭଲ ଜଣା।

ସାରାଙ୍କ ଜନ୍ମ ୧୯୯୩ମସିହାରେ। ଏବେ ୨୪ବର୍ଷର ଯୁବତୀ। ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ତାଙ୍କ ପ୍ରଥମ ପତ୍ନୀ ଅମୃତାଙ୍କ ଝିଅ ସାରା ଆମେରିକାର କଲମ୍ବିଆ ବିଶ୍ବବିଦ୍ୟାଳୟରେ ସ୍ନାତକ କରିଛନ୍ତି।

ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଶିମ୍ବା’ ମାଧ୍ୟମରେ ସେ ପରଦାକୁ ଆସିବେ। ସୂଚନା ଅନୁସାରେ ଶିମ୍ବା ଆଗାମୀ ଡିସେମ୍ବର ବେଳକୁ ରିଲିଜ୍ ହେବ।

ଅମୃତା ଏବଂ ସୈଫ୍ ଅଲ୍ଲୀ ଖାନଙ୍କ ବିବାହ ବିଛ୍ଛେଦ ସତ୍ତ୍ବେ ସାରା ନିଜ ପିତା ସୈଫଙ୍କ ସହ ଅଧିକ ସମୟ ବିତାଉଥିବା ଦେଖିବାକୁ ମିଳେ। ସୈଫ୍ ମଧ୍ୟ ଝିଅ ସାରାକୁ ବହୁତ ଭଲ ପାଆନ୍ତି। ଏପରିକି ସାରାଙ୍କ ସବୁଠୁ ପ୍ରିୟ ଅଭିନେତ୍ରୀ ହେଉଛନ୍ତି କାଟ୍ରିନା କୈଫ୍। ଅନେକ ସମୟରେ କାଟ୍ରିନାଙ୍କ ସହ ସାରା ଜିମ୍ ଯାଉଥିବା ଦେଖିବାକୁ ମିଳେ।

ସାରା ଭାରତୀୟ ତଥା ପାରମ୍ପରିକ ପୋଷାକ ପରିଧାନ କରିବାକୁ ଭଲ ପାଆନ୍ତି। ବିଭିନ୍ନ ପାର୍ଟି ଏବଂ ଉତ୍ସବରେ ସେ ପାରମ୍ପରିକ ପୋଷାକରେ ନଜର ଆସନ୍ତି।

ରୋହିତ ଶେଟ୍ଟୀଙ୍କ ‘ଶିମ୍ବା’ ବ୍ୟତୀତ ସାରା ଆଉ ଏକ ଫିଲ୍ମ ପାଇଁ ମଧ୍ୟ ଅନୁବନ୍ଧିତ। ଫିଲ୍ମଟିର ନାଁ ହେଲା ‘କେଦାର ନାଥ’। ଏହି ଫିଲ୍ମରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ଅଭିନୟ କରିବେ।

ଶାହାରୁଖ ଖାନଙ୍କ ପୁଅ ଆର୍ୟାନଙ୍କ ଭଲ ବନ୍ଧୁ ହେଉଛନ୍ତି ସାରା। ଅନେକ ସମୟରେ ବିଭିନ୍ନ ପାର୍ଟିରେ ସାରା ଏବଂ ଆର୍ୟାନ୍ ଏକାଠି ନଜର ଆସନ୍ତି। ଟେନିସ୍ ଖେଳିବା ଏବଂ ନୂଆ ନୂଆ ଯାଗା ବୁଲିବା ସାରାଙ୍କ ଆଉ ଏକ ରୁଚି। ଅବସର ସମୟରେ ସେ ଏହି ଦୁଇଟି କଥା କରିଥାନ୍ତି।

ସୈଫଙ୍କ ସହ ଯେମିତି ସାରାଙ୍କ ବନ୍ଧନ ରହିଛି ଠିକ୍ ସେହିଭଳି ସୈଫଙ୍କ ଦ୍ବିତୀୟ ପତ୍ନୀ କରୀନାଙ୍କ ସହ ମଧ୍ୟ ସାରାଙ୍କ ବନ୍ଧୁତା ରହିଛି। କରୀନା ମଧ୍ୟ ସାରାଙ୍କୁ ବହୁତ ଭଲ ପାଆନ୍ତି।

ଅଭିନେତ୍ରୀମାନଙ୍କ ମଧ୍ୟରେ କଟ୍ରିନା ଯେମିତି ସାରାଙ୍କ ପ୍ରିୟ ଠିକ୍ ସେମିତି ହୀରୋମାନଙ୍କ ମଧ୍ୟରେ ରଣବୀର ହେଉଛନ୍ତି ସାରାଙ୍କ ଅତି ପ୍ରିୟ। ଶିମ୍ବାରେ ରଣବୀରଙ୍କ ସହ ସାରା ସ୍କ୍ରିନ୍ ସେୟାର୍ କରୁଥିବାରୁ ସେ ବେଶ୍ ଖୁସୀ। ତାଙ୍କ ଗୋଡ଼ ଆଉ ତଳେ ଲାଗୁନି।

ବିନା ମେକ୍ ଅପରେ ବି ସାରା ବହୁତ ସୁନ୍ଦର ଲାଗନ୍ତି। ବୋଧେ ସେଥିପାଇଁ ଅନେକ ସମୟରେ ସେ ସିମ୍ପଲ୍ ଆଉ ସୋବର ଲୁକରେ ନଜର ଆସନ୍ତି। ସାରାଙ୍କୁ ଦେଖିଲେ ଲାଗେ ଯେ,ସେ ରାଜକନ୍ୟା ବୋଲି। ବିଶେଷ କରି  ଯେତେବେଳେ ସେ ଭାରତୀୟ ପାରମ୍ପରିକ କୋଟ୍ ଆଉ ସୁଟ୍ ପରିଧାନ କରନ୍ତି ସେତେବେଳେ ଲାଗେ ଯେ,ସେ କାହାଣୀର ରାଜକୁମାରୀ।  

 

 

   Related Posts