Monday, September 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ଦମ୍ପତ୍ତି ଅଢେଇ ମାସରେ କେବଳ ଗୋଟିଏ କମ୍ପାନୀର ସେୟାରରେ ଲାଭ କରିଛନ୍ତି ୯୧୫ କୋଟି ଟଙ୍କା : ଜାଣନ୍ତୁ କିଏ ସେ ଦମ୍ପତ୍ତି

ନୂଆଦିଲ୍ଲୀ ୧୧/୬ : ଅଢେଇ ମାସ ଭିତରେ କୌଣସି ଗୋଟିଏ କମ୍ପାନୀର ସେୟାରରେ ପୁଞ୍ଜି ବିନିଯୋଗ କରି ଯଦି ଜଣେ ୯୧୫ କୋଟି ଟଙ୍କା ଆୟ କରେ ତାହେଲେ ନିଶ୍ଚୟ ତାଙ୍କୁ ସେୟାର ବଜାରର ଯାଦୁଗର ବୋଲି କୁହାଯିବ । ରାକେଶ ଝୁନଝୁନଵାଲା ନିଜ ପତ୍ନୀଙ୍କ ସହ ମିଶି ଟାଇଟନ କମ୍ପାନୀର ସେୟାର କିଣି ମାର୍ଚ୍ଚ ମାସରୁ ଏବେ ପର୍ଯ୍ୟନ୍ତ ୯୧୪.୯୧ କୋଟି ଟଙ୍କା ଲାଭ କରିସାରିଛନ୍ତି । ଝୁନଝୁନଵାଲାଙ୍କୁ ଭାରତୀୟ ସେୟାର ବଜାରର ୱାରେନ ବଫୈ ବୋଲି କୁହାଯାଏ ।

ଝୁନଝୁନଵାଲା ଏବଂ ତାଙ୍କ ପତ୍ନୀ ଟାଇଟନ କମ୍ପାନୀରେ ୮୦୪୦ କୋଟି ଟଙ୍କା ନିବେଶ କରିଥିଲେ । ମାର୍ଚ୍ଚ ମାସ ଶେଷ ଆଡକୁ ଏହି କମ୍ପାନୀରେ ଦମ୍ପତ୍ତିଙ୍କ ବିନିଯୋଗ ୭୧୨୫ କୋଟି ଟଙ୍କା ଥିଲା । ମାର୍ଚ୍ଚ ମାସ ଶେଷ ସୁଦ୍ଧା ସେ ଟାଇଟନ କମ୍ପାନୀର ୫.୭୨ ପ୍ରତିଶତ ଅଂଶୀଦାର ଥିଲେ । ଏବେ ପର୍ଯ୍ୟନ୍ତ ସେ ୭୪୩.୮୬ କୋଟି ଟଙ୍କା ଲାଭ ପଇସାରିଛନ୍ତି ।

୨୯ ମାର୍ଚ୍ଚ ସୁଦ୍ଧା ଟାଇଟନର ଗୋଟିଏ ସେୟାରର ମୂଲ୍ୟ ଥିଲା ୧୧୪୧ଟଙ୍କା ୦୫ ପଇସା । ମଙ୍ଗଳବାର ଦିନ ଏହି ସେୟାର ନିଜର ସର୍ବକାଳୀନ ଉଚ୍ଚତାକୁ ଛୁଇଁ ୧୨୮୭ ଟଙ୍କା ୫୫ ପଇସା ହୋଇଥିଲା । ରାକେଶନଙ୍କ ପତ୍ନୀ ରେଖା ଟାଇଟନ କମ୍ପାନୀରେ ୧.୧୬ କୋଟି ଟଙ୍କା ସେୟାର ଅର୍ଥାତ ୧.୩୨ ପ୍ରତିଶତ ସେୟାର କିଣିଥିଲେ । ଏହି ବିନିଯୋଗରେ ସେ ୧୭୧.୦୫ କୋଟି ଟଙ୍କା ଲାଭ ପାଇଛନ୍ତି ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟାଇଟନର ଶୁଦ୍ଧ ଲାଭ ୧୪.୪ ପ୍ରତିଶତ ବଢିଥିଲା । କମ୍ପାନୀ ୩୪୮.୩ କୋଟି ଟଙ୍କା ଲାଭ ପାଇଥିଲା । ଟାଇଟନ କମ୍ପାନୀ ପ୍ଲେନ ଏବଂ ଷ୍ଟାଣ୍ଡାର୍ଡ ସୁନା ଅଳଙ୍କାର ଯଥା ତନିସ୍କ, ଗୋଲ୍ଡ ପ୍ଲସ, ଜୋୟା, ମିଆଁ ଭଳି ଅନେକ ବ୍ରାଣ୍ଡ ସଂଚାଳନ କରୁଛି । ଏହାଛଡା କମ୍ପାନୀ ଫାଷ୍ଟ୍ରାକ ବ୍ରାଣ୍ଡ ନାଁର ଅନେକ ଆକସେସୋରିଜ ମଧ୍ୟ ବିକ୍ରି କରୁଛି ।

315 Views

   ସମ୍ବନ୍ଧିତ ଖବର