Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ବୁମରାଙ୍କ ପରେ ଛୁଟି ନେଲେ ଏହି ଅଭିନେତ୍ରୀ, ଚର୍ଚ୍ଚା ଜୋର୍- କ’ଣ ଦୁହେଁ ବିବାହ କରିବାକୁ ଯାଉଛନ୍ତି କି ?

3/03/2021 at 3:56 PM

ନୂଆଦିଲ୍ଲୀ ୦୩।୦୩: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ନିଜ ନାମ ଫେରାଇ ନେଇଛନ୍ତି। ବୁମରାଙ୍କୁ ମଧ୍ୟ ବିସିସିଆଇ ଛୁଟି ପ୍ରଦାନ କରିଛି। ଅନ୍ୟପଟେ ଦକ୍ଷିଣ ଭାରତୀୟ ସିନେ  ଜଗତର ଅଭିନେତ୍ରୀ ଅନୁପମା ପରମେଶ୍ଵରନ ମଧ୍ୟ ଛୁଟି ନେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଖୋଦ୍ ଏହାର ସୂଚନା ଦେଇଛନ୍ତି ଅନୁପମା।

ବିସିସିଆଇର ଜନୈକ ଅଧିକାରୀ ଗତକାଲି କହିଥିଲେ, ଦ୍ରୁତ  ବୋଲର  ବୁମରା ଖୁବ୍ ଶୀଘ୍ର  ବିବାହ  କରିବାକୁ ଯାଉଛନ୍ତି। ଏହାର ପ୍ରସ୍ତୁତି ପାଇଁ ସେ ଟେଷ୍ଟ ସିରିଜ୍‌ରୁ ହଟି ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ ବିବାହ କରିବାକୁ ଯାଉଥିବା ବୋର୍ଡକୁ ମଧ୍ୟ ଜଣାଇଛନ୍ତି ଏବଂ ଏହି ବଡ ଆୟୋଜନର ପ୍ରସ୍ତୁତି ପାଇଁ କିଛି ସମୟ ଚାହୁଁଥିବା କହିଥିଲେ।  ହେଲେ ତାଙ୍କ ବିବାହ କାହା ଏବଂ କେବେ ହେବ ଏହାର ସୂଚନା ଦେଇ ନଥିଲେ।  

ଅନ୍ୟପଟେ ସାଉଥ୍ ଅଭିନେତ୍ରୀ ଅନୁପମା ପରମେଶ୍ଵର ଛୁଟି ନେବାରୁ  ବୁମରା ଏବଂ ସେ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ୨୫ ବର୍ଷୀୟ ଅନୁପମା ତେଲୁଗୁ ଓ ମାଲାୟଲମ ଫିଲ୍ମରେ କାମ କରି ସାରିଛନ୍ତି। କିଛି ସମୟ ପୂର୍ବେ ବୁମରା ଓ ଅନୁପମାଙ୍କ ଡେଟିଂ ଖବର ମଧ୍ୟ ସାମ୍ନାକୁ ଆସିଥିଲା।

ଅନୁପମା ମଙ୍ଗଳବାର ଏକ ଫଟୋ ଇନଷ୍ଟାଗ୍ରାମରେ ଛାଡିଥିଲେ। ଏଥିରେ ସେ ଗାଲରେ ରଙ୍ଗ ବୋଳିଥିବା ଦେଖିବାକୁ ମିଳିଛି। ସେ ଲେଖିଥିଲେ ‘ହାପି ହଲିଡେ ଟୁ ମି’। ଏବେ ଚର୍ଚ୍ଚା ଜୋର ଧରିଛି ଯେ, କଣ ବୁମରା ଓ ଅନୁପମା ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି କି ?

   Related Posts