Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪୭ବର୍ଷ ପରେ ଏବେ ହଠାତ୍ ଭାଇରାଲ୍ ହେଲା ଧର୍ମେନ୍ଦ୍ରଙ୍କ ଗୀତ : ହେଲେ କାହିଁକି?

ନୂଆଦିଲ୍ଲୀ ୨୬/୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସର ଭୟାବହତାକୁ ଆଖି ଆଗରେ ରଖି ଦେଶରେ ୨୧ଦିନର ଲକଡାଉନ୍ ଘୋଷଣା କରିଛି। ସେ କ୍ୟାବିନେଟ୍ ବୈଠକରେ କହିଛନ୍ତି ଯେ କରୋନାକୁ ନେଇ ୨୧ଦିନର ଲକଡାଉନରେ କାହାକୁ କୌଣସି ଅସୁବିଧା ନହେଉ,ଏହା ପ୍ରତି ଧ୍ୟାନ ରଖିବା ଉଚିତ୍।

ଏବେ ଲକଡାଉନକୁ ନେଇ ଅନେକ ମିମ୍ସ ଏବଂ ସଙ୍ଗସ୍ ଭାଇରାଲ୍ ହେଉଛି। ବିଗତ ଦିନର ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ରଙ୍କ ଫିଲ୍ମ ଜ୍ବାର ଭାଟ୍ଟାର ଗୀତ ‘ଡାଲ୍ ରୋଟି ଖାଓ,ପ୍ରଭୁ କେ ଗୁଣ ଗାଓ’ ଟ୍ରେଣ୍ଡ କରୁଛି। ଲକଡାଉନ୍ ପାଇଁ ଲୋକଙ୍କୁ ଆଗାମୀ ୩ସପ୍ତାହ ସୀମିତ ସଂସାଧନରେ କାମ ଚଳାଇବାକୁ ପଡ଼ିବ ଯାହା କରିବା ଦ୍ବାରା ଏହି ଭାଇରସକୁ ବ୍ୟାପିବାରୁ  ରୋକାଯାଇପାରିବ ଏବଂ ଏହି ଗୀତ ଏଥିପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଭାଇରାଲ୍ ହେଉଛି।

 ଫିଲ୍ମ ଜ୍ବାର ଭାଟ୍ଟା ୧୯୭୩ମସିହାରେ ରିଲିଜ ହୋଇଥିଲା। ଏହି ଫିଲ୍ମକୁ ହରଗୋବିନ୍ଦ ଏବଂ ଏନ ଭନସାଲି ପ୍ରଡ୍ୟୁସ୍ କରିଥିଲେ। ଏହି ଫିଲ୍ମରେ ଧର୍ମେନ୍ଦ୍ର,ସାୟରା ବାନୋ,ଜୀବନ,ରାଜେନ୍ଦ୍ର ନାଥ ଏବଂ ସୁଜିତ କୁମାର ଅଭିନୟ କରିଥିଲେ। ଏହି ଫିଲ୍ମର ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ଦେଇଥିଲେ ଏବଂ ଏହି ଗୀତକୁ କିଶୋର କୁମାର ଏବଂ ଲତା ମଙ୍ଗେସକର ଗାଇଥିଲେ। ଏହି ଫିଲ୍ମ ତେଲୁଗୁ ଫିଲ୍ମ ଦାଗୁଡ଼ୁ ମୁଥାଲୁର ରିମେକ୍ ଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା।

   Related Posts