କରନ୍ତୁ ନାହିଁ ଏହି ଭୁଲ୍ : ଧନ ପ୍ରଦାନକାରୀ ଏହି ଛୋଟ ଗଛ ମଧ୍ୟ କରିପାରେ କାଙ୍ଗାଳ
22/10/2019 at 2:33 PM

ଅନେକ ଲୋକେ ଅଜାଣତରେ କେତେକ ଭୁଲ୍ କରି ଦେଇଥାଆନ୍ତି ଯାହା ଫଳରେ ଫାଇଦା ହେବା ବଦଳରେ କ୍ଷତି ହୋଇଯାଇଥାଏ। ବାସ୍ତୁଶାସ୍ତ୍ରରେ ଏହି ଗଛକୁ ଲଗାଇବା ପାଇଁ ନିର୍ଦ୍ଦିଷ୍ଟ ଦିଗ କୁହାଯାଇଛି ଯାହା ଦ୍ବାରା ଗଛ ଲଗାଇବା ଦ୍ବାରା ମନୁଷ୍ୟକୁ ଫାଇଦା ହୋଇଥାଏ।

କିନ୍ତୁ ଏହାକୁ ଯଦି ଭୁଲ୍ ଦିଗରେ ଲଗାଯାଇଥାଏ ତେବେ ଫାଇଦା ପରିବର୍ତେ କ୍ଷତି ହୋଇଥାଏ। ଆଜି ଆମେ ଜାଣିବୁ ମନିପ୍ଲାଣ୍ଟ ଗଛକୁ ଘରେ ଲଗାଇବା ସମୟରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ।

ମନିପ୍ଲାଣ୍ଟକୁ କେବେ ବି ଉତ୍ତର-ପୂର୍ବ ଦିଗ ଅର୍ଥାତ୍ ଐଶାନ କୋଣରେ ରଖନ୍ତୁ ନାହିଁ। ମନିପ୍ଲାଣ୍ଟ ଗଛ ପାଇଁ ଏହି ଦିଗ ସବୁଠୁ ନକରାତ୍ମକ ଦର୍ଶାଯାଇଥାଏ। ଏହି ଦିଗରେ ମନିପ୍ଲାଣ୍ଟ ଗଛ ରଖିବା ଦ୍ବାରା ଘରେ ଆର୍ଥିକ ସମସ୍ୟା ହୋଇଥାଏ।

ମନିପ୍ଲାଣ୍ଟ ଗଛକୁ କେବେ ବି ଝାଉଁଳିବାକୁ ଦିଅନ୍ତୁ ନାହିଁ। ପ୍ରତିଦିନ ମନିପ୍ଲାଣ୍ଟ ଗଛରେ ପାଣି ଦିଅନ୍ତୁ। କାରଣ ଏହା ଶୁଖିଗଲେ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ।

ମନିପ୍ଲାଣ୍ଟର ଡାଳକୁ କେବେ ବି ତଳକୁ ନଇଁବାକୁ ଦିଅନ୍ତୁ ନାହିଁ ବରଂ ଏହାକୁ କାନ୍ଥ ସହାୟତାରେ ଉପର ଆଡ଼କୁ ବଢ଼ିବାକୁ ଦିଅନ୍ତୁ। ଫଳରେ ଧନ ସମ୍ପଦ ବୃଦ୍ଧି ପାଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ମନିପ୍ଲାଣ୍ଟକୁ ସବୁବେଳେ ଆଗ୍ନେୟ ଦିଗରେ ଅର୍ଥାତ୍ ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ୍। ଏହି ଦିଗ ଜଳ-ତତ୍ତ୍ବର ଦିଗ ବୋଲି ଜଣାଯାଇଥାଏ ଏବଂ ଏହି ଦିଗର ପ୍ରତିନିଧି ଶୁକ୍ର ଗ୍ରହ। ଏହି ଦିଗରେ ମନି ପ୍ଲାଣ୍ଟ ରଖିଲେ ଘରେ ସୁଖ ସମୃଦ୍ଧି ବଢ଼ିଥାଏ।
