Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିମାନରେ ଆସିଲେ ବି ୧୪ ଦିନିଆ କ୍ବାରେଣ୍ଟାଇନ୍‌ ଜରୁରୀ
  • ||
  • ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ରାଜ୍ୟକୁ ମିଳିବ ଏଣ୍ଟ୍ରି
  • ||
  • ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ସମସ୍ତ ସୀମା ସିଲ୍‌ ହେବ
  • ||
  • ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା
  • ||
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ରାଜ୍ୟ ସରକାର ବହନ କରିବେ ୬୦୦ କୋଟି ଟଙ୍କା
  • ||
  • ଭୁବନେଶ୍ବର : BMCରେ ବଢିଲା ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା, ୬୭ଟି ୱାର୍ଡ ପାଇଁ ୩୯ଟିମ୍
  • ||
  • ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଶରେ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ ପାଇଁ ସହଯୋଗ କରିବ ଓଡିଶା
  • ||
  • କେନ୍ଦୁଝର : ଶୌଚ ସାରି ଫେରିବା ବେଳେ ବଜ୍ରପାତ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ରାଉରକେଲା : ବ୍ରାହ୍ମଣୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର
  • ||

ବର୍ଷରେ ଥରେ ଖୋଲେ ଏହି ଦୋକାନ, ଖୋଲିଲେ ଲାଗେ ଲମ୍ବା ଲାଇନ

30/06/2019 at 3:38 PM

ବଞ୍ଚିବା ପାଇଁ ମଣିଷ ଆହାରର ସାହାଯ୍ୟ ନେଇଥାଏ। ଆହାର ଗ୍ରହଣ କରିବା ପାଇଁ ପାଖରେ ଟଙ୍କା ଥିବା ଜରୁରୀ। କିନ୍ତୁ ଟଙ୍କା ପାଇଁ ମଣିଷ ରୋଜଗାର କରିବା ଆବଶ୍ୟକ। ତେଣୁ ବଞ୍ଚିବା ପାଇଁ ମଣିଷ କାମ କରିଥାଏ।ତେଣୁ ରୋଜଗାର କରିବା ପାଇଁ କିଏ ଅଫିସ ଯାଏ, କିଏ ଚାଷ କରେ ତ କିଏ ବ୍ୟବସାୟ କରି ପେଟ ପୋଷେ। କିନ୍ତୁ ଯେକୌଣସି କାମ କରିଲେ ମଧ୍ୟ ବର୍ଷ ସାରା ପରିଶ୍ରମ କରିବାକୁ ହେବ। ତେବେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତୁ ଯିଏ ବର୍ଷରେ କେବଳ ଥରେ ଦୋକାନ ଖୋଲନ୍ତି ଓ ସାରା ବର୍ଷ ପାଇଁ ରୋଜଗାର କରନ୍ତି।

ବର୍ଷରେ ଥରେ ଦୋକାନ ଖୋଲିଲେ ମଧ୍ୟ ଦୋକାନରେ ଗ୍ରାହକଙ୍କର ଏମିତି ଲମ୍ବା ଲାଇନ ଲାଗେ ଯେ, ସକାଳଠୁ ସନ୍ଧ୍ୟା ଯାଏଁ ଭିଡ ଥାଏ। ଉତ୍ତରପ୍ରଦେଶ ପ୍ରତାପଗଡ ଜିଲ୍ଲା ସ୍ଥିତ ଏକ ମିଠା ଦୋକାନ ବର୍ଷରେ କେବଳ ଗୋଟେ ଦିନ ଖୋଲା ରହେ। ତଥାପି ଦେକାନ ଖୋଲୁ ଖୋଲୁ ଗ୍ରାହକଙ୍କ ଲମ୍ବା ଲାଇନ୍‌ ଲାଗେ। ଏହି ଦୋକାନ ଖୋଲିବା ନେଇ ଲୋକେ ଅପେକ୍ଷା କରଥାନ୍ତି। ତେବେ ଏହି ଦୋକାନର ବିଶେଷତ୍ବ  କଣ ରହିଛି ଯେଉଁଥିପାଇଁ ଲୋକେ ବର୍ଷ ବର୍ଷ ଧରି ଅପେକ୍ଷା କରନ୍ତି? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଏହି ମିଠା ଦୋକାନରେ ଏତେ ଭଲ ମାଲପୁଆ ମିଳେ ଯେ, ଥରେ ଦୋକାନ ଖୋଲିଲେ ଲୋକଙ୍କ ଖାଇବା ବନ୍ଦ ହୁଏନାହିଁ। ଏହି ମୁଖ୍ୟ କାରଣ ପାଇଁ ଲୋକେ ବର୍ଷ ସାରା ଦୋକାନ ଖୋଲିବା ଅପେକ୍ଷାରେ ଥାନ୍ତି। ଆଶ୍ଚର୍ଯ୍ୟର କଥା ଏହା ଯେ, ପ୍ରତାପଗଡରେ ଏହି ଦୋକାନ ପାଖାପାଖି ୬୦ ବର୍ଷରୁ ଲୋକଙ୍କ ଦିଲରେ ରାଜ କରୁଛି। ଏହି ଦୋକାନ କେବଳ ହରିୟାଲି ଅମାବାସ୍ୟାରେ ଖୋଲେ ଯାହା ଉତ୍ତର ପ୍ରଦେଶରେ ପାଲନ ହୁଏ।

ଦୋକାନର ମାଲିକଙ୍କ ଅନୁସାରେ , ତାଙ୍କ ପରିବାରର ଗତ ୪ଟି ପୀଢିରୁ ଏହି ଦୋକାନ ଚଳାଇ ଆସୁଛନ୍ତି। ସେଠାର ଲୋକଙ୍କୁ ତାଙ୍କ ମାଲପୁଆ ଏତେ ଭଲ ଲାଗେ ଯେ, ଦୋକାନ ଖୋଲିବା ମାତ୍ରେ ଲୋକେ ମାଲପୁଆ କିଣିବା ପାଇଁ ଆସନ୍ତି। ସେଠାର ଲୋକଙ୍କ ଅନୁସାରେ ସେହି ଦୋକାନ ଭଳି ମାଲପୁଆ ଅନ୍ୟ କୌଣସି ଜାଗାରେ ମିଳେ ନାହିଁ । ଏହି ଦୋକନରେ ଏକ ନିଆରା ରୂପରେ ମାଲପୁଆ କରାଯାଏ ।

   Related Posts