Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସ୍ଥିତି ବିଗାଡିଲା କରୋନା, ଏହି ସେକ୍ଟରକୁ ଲାଗିଲା ଜୋରଦାର ଝଟକା, ଦିନକୁ ହେଉଛି ୩୧୫ କୋଟି ଟଙ୍କାର କ୍ଷତି

19/04/2021 at 4:10 PM

ନୂଆଦିଲ୍ଲୀ ୧୯।୦୪: ଦେଶରେ କରୋନାର ବର୍ତ୍ତମାନର ସ୍ଥିତି ବିଷୟରେ କେହି ଅଛପା ନୁହନ୍ତି। କରୋନାର ମୁକାବିଲା ପାଇଁ ପ୍ରଥମେ ନାଇଟ୍ କର୍ଫ୍ୟୁ, ପୁଣି ସପ୍ତାହାନ୍ତ ଲକ୍‌ଡାଉନ୍ ପରେ ଏବେ ଅନେକ ରାଜ୍ୟ ସରକାର ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲଗାଇବାକୁ ବିବଶ ହୋଇ ପଡିଛନ୍ତି। ସୋମବାର ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। କରୋନାରେ ବିଗୁଡୁଥିବା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବାଧ୍ୟ ହୋଇ ଏହି କଠୋର ନିଷ୍ପତ୍ତି ନେବାକୁ ପଡିଛି। ଲକ୍‌ଡାଉନ୍‌ରେ ସାଧାରଣ ଜନତାଙ୍କଠୁ ନେଇ ସମସ୍ତ ସେକ୍ଟର ଉପରେ ଗୁରୁତର ପ୍ରଭାବ ପଡିବାକୁ ଯାଉଛି।

ଏମିତି ଏକ ସେକ୍ଟର ରହିଛି, ଯେଉଁଠି କରୋନାର ଚତୁର୍ଥ ଲହରରେ ପ୍ରତି ଦିନ ପ୍ରାୟ ୩୧୫ କୋଟି ଟଙ୍କାର କ୍ଷତି ସହୁଛି। ସେହି ସେକ୍ଟର ହେଉଛି ଟ୍ରାନ୍ସପର ସେକ୍ଟର। ପ୍ରତି ଦିନ ହେଉଥିବା ୩୧୫ କୋଟି ଟଙ୍କାର କ୍ଷତି ବିଷୟରେ ଖୋଦ୍ ସୂଚନା ଦେଇଛନ୍ତି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ(All India Motor Transport Congress)ର କୋର କମିଟି ସଦସ୍ୟ ବି. ମଲକିନ ସିଂହ। ନ୍ୟୁଜ୍ ଏଜେନ୍ସି ଏଏନଆଇ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, ସପ୍ତାହାନ୍ତ ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ବନ୍ଦ ରହିବ। ସବୁଠୁ ଅଧିକ ବନ୍ଦର ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ସମସ୍ତ କଟକଣା କାରଣରୁ ପରିବହନ ସେକ୍ଟରକୁ ଦୈନିକ ପ୍ରାୟ ୩୧୫ କୋଟି ଟଙ୍କା କ୍ଷତି ଘଟୁଛି।

ସେ କହିଛନ୍ତି, ବର୍ତ୍ତମାନ ଦେଶରେ ଟ୍ରକରେ ପରିବହନର ଚାହିଦା ୫୦ ପ୍ରତିଶତ ତଳକୁ ଖସିଛି। କାରଣ ସଂପ୍ରତି କେବଳ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ କରାଯାଉଛି। ଏଥିରେ ଡାକ୍ତରୀ ଉପକରଣ ଯେପରିକି ଅକ୍ସିଜେନ ସିଲିଣ୍ଡର, ଔଷଧ, ପିପିଇ କିଟ୍ ଏବଂ ଫଳ ପାଇଁ ଟ୍ରକର ବ୍ୟବହାର କରାଯାଉଛି। ବାକି କାମରେ ନିୟୋଜିତ ଟ୍ରକ ଛିଡା ହୋଇ ରହିଛନ୍ତି। ସେ କହିଛନ୍ତି, ଟ୍ରାନ୍ସପୋର୍ଟ ସେକ୍ଟର ଏବେ ମଧ୍ୟ ୨୦୨୦ ଲକ୍‌ଡାଉନ୍‌ରେ  ହୋଇଥିବା କ୍ଷତିର ଭରଣା କରି ପାରିନାହିଁ। ଏବେ ପୁନର୍ବାର ସେହି ସଙ୍କଟ ଟ୍ରାନ୍ସପୋର୍ଟ ସେକ୍ଟର ଓ ଚାଳକଙ୍କ ସାମ୍ନାରେ ଉପସ୍ଥିତ ହୋଇ ଯାଇଛି। ଦେଶରେ ବର୍ତ୍ତମାନ ପ୍ରାୟ ୫୭ ପ୍ରତିଶତ ଅଂଶ କଟକଣା ପରିଧିରେ ରହିଛି।

   Related Posts