Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଡ଼ାକଘରର ଏହି ସ୍କିମ୍‌ରେ କମ୍ ଟଙ୍କା ନିବେଶ କଲେ ମିଳିବ ଅଧିକ ଫାଇଦା

21/12/2019 at 11:00 AM

ନୂଆଦିଲ୍ଲୀ୨୧/୧୨: କମ୍‌ ଟଙ୍କା ନିବେଶରେ ଅଧିକ ଫାଇଦା ଉଠାଇବାକୁ ଚାହୁଁଥିଲେ ତେବେ ଡାକଘରର ଏହି ସ୍କିମ୍ ସଂପର୍କ​‌ରେ ଜାଣିବା ନିହାତି ଆବଶ୍ୟକ। ଡାକଘରର ମାସିକ ଆୟ ଯୋଜନା (ପିଓଏମଆଇଏସ)ରେ ଅଧିକ ଫାଇଦା ମିଳିଥାଏ। ଅତି କମ୍ ଟଙ୍କାରେ ଏହି ସ୍କିମ୍‌ ଆରମ୍ଭ କରି ପାରିବେ।​‌ ପୋଷ୍ଟ ଅଫିସ୍‌ ମାସିକ ଆୟ ଯୋଜନାରେ କମ୍ ଟଙ୍କା ନିବେଶକରି  ଅଧିକ ଫାଇଦା ଉଠାଇ ପାରିବେ। କମ୍ ଟଙ୍କା ନିବେଶ କରୁଥିବା ନିବେଶକ ଓ ବରିଷ୍ଠ ନାଗରିକଙ୍କ ଲାଗି ଏହି ଯୋଜନା ଅଧିକ ଲାଭଦାୟକ ହୋଇଥାଏ। ଏହି ଯୋଜନାରେ ଟଙ୍କା ନିବେଶ କରିବାର ଅବଧି ପାଞ୍ଚ ବର୍ଷ ରହିଛି।  ଏହି ମାସିକ ଆୟ ଯୋଜନାରେ ଏଫଡି ଅପେକ୍ଷା ଅଧିକ ଫାଇଦା ଦେଇଥାଏ।

ଏହି ଯୋଜନାରେ  ଅତିକମ୍‌ରେ ୧୦୦୦ ହଜାର ଟଙ୍କାରୁ ଆରମ୍ଭ କରିପାରିବେ। ଧୀରେ ଧୀରେ ଏହି ରାଶିକୁ ମଧ୍ୟ ବୃଦ୍ଧି କରି ପାରିବେ। ପାଞ୍ଚ ବର୍ଷ ଭିତରେ ୪.୫ ଲକ୍ଷରୁ ୯ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ। ପୋଷ୍ଟ୍‌ ଅଫିସ୍‌ ଏମଆଇଏସ୍‌ ୨୦୧୯ ମସିହା ଜୁଲାଇ ୧ ତାରିଖରୁ ବାର୍ଷିକ ୭.୬ ପ୍ରତିଶତ ସୁଧ ଜାରି କରିଛି। ଆୟକର ଆଇନର ସେକ୍ସନର ୮୦ସି ଆଧାରରେ ଡାକଘର ମାସିକ ଆୟ ଯୋଜନାରେ ଆୟକର ରିହାତି ମିଳିଥାଏ।

ଏହା ଏକ ନିଶ୍ଚିତ ଆୟ ଯୋଜନା। ଆପଣଙ୍କ ଦ୍ବାରା ନିବେଶ ହୋଇଥିବା ଟଙ୍କା ସୁରକ୍ଷିତ ରହିଥାଏ। ପାଞ୍ଚ ବର୍ଷରେ ସୁଧ ସହ ଆପଣ ଟଙ୍କା ଫେରସ୍ତ ପାଇ ପାରିବେ। ଜଣେ ନିବେଶକ ନିଜ ନାଁରେ ଏକରୁ ଅଧିକ ଖାତା ଖୋଲି ପାରିବେ। ଖାତାଧାରୀଙ୍କୁ ୧୮ ବର୍ଷ ହେବା ପରେ ଆପଣଙ୍କ ସେହି ଟଙ୍କାର ବିନିଯୋଗ କରି ପାରିବେ।  ଏ ସଂପର୍କରେ ଅଧିକ ଜାଣିବାକୁ ଇଚ୍ଛୁକ ଥିଲେ ସ୍ଥାନୀୟ ଡାକଘର ସହ ଯୋଗାଯୋଗ କରନ୍ତୁ।

   Related Posts