Post officeର ଆକର୍ଷଣୀୟ ସଞ୍ଚୟ ଯୋଜନା, ୧୦୦ ଟଙ୍କା ଜମାରେ ବି ମିଳୁଛି ମୋଟା ଅଙ୍କର ଲାଭ
8/03/2020 at 3:12 PM

ନୂଆଦିଲ୍ଲୀ : ସ୍ୱଳ୍ପ ସଞ୍ଚୟ ଯୋଜନାରେ ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ (ଏନଏସସି) ଏକ ଲୋକପ୍ରୀୟ ଜମା ଯୋଜନା। ଏଥିରେ ଜମାକାରୀଙ୍କୁ ଅଧିକ ସୁଧ ସାଙ୍ଗକୁ ଶୁଳ୍କ ଛାଡର ଲାଭ ମଧ୍ୟ ପାଇଥାନ୍ତି । ଗତ ଅକ୍ଟୋବର ପହିଲାରେ ଏନଏସସି କ୍ରୟ ଉପରେସରକାର ୭.୯ ପ୍ରତିଶତ ସୁଧ ଘୋଷଣା କରିଛନ୍ତି। ଦେଶର କୌଣସି କ୍ଷେତ୍ରରେ ବି ଏବେ ଏତେ ସୁଧ ମିଳୁନଥିବା ବେଳେ ଡାକଘର ସଞ୍ଚୟ ଜମା ଖାତାରେ ଏହି ସୁଧ ନିଶ୍ଚିତ ଆକର୍ଷକ ଲାଭ।

ଡାକଘରେ ମାତ୍ର ୧୦୦ ଟଙ୍କାରେ ବି ଜମା ଖାତାଟିଏ ଖୋଲାଯାଇପାରେ। ଏନଏସସିରେ ଜମାକରିବାର ମୋଟ ଅବଧି ୫ ବର୍ଷ। ଏଥିରେ ସର୍ବନିମ୍ନ ୧୦୦ ଟଙ୍କା ଜମା କରିବାର ପ୍ରାବଧାନ ଥିବା ବେଳେ ସର୍ବାଧିକ ଜମା ଲାଗି କୌଣସି ସୀମା ନାହିଁ। ଆପଣ ଚାହିଁଲେ ନିଜ ପିଲାଙ୍କ ନାମରେ ବି ଏନଏସସି କ୍ରୟ କରିପାରିବେ।

ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ ଦୀର୍ଘାବଧି ଜମା ଲାଗି ଏକ ମାଧ୍ୟମ। ଏଥିରୁ ନିବେଶକଙ୍କୁ ଏକ ନିଶ୍ଟିତ ସୁଧଲାଭ ହୋଇଥାଏ। ଭାରତ ସରକାରଙ୍କର ଡାକଘର ଯୋଜନାରେ ଏହା ଜାରି ହୋଇଥାଏ। ଯେକୌଣସି ପୋଷ୍ଟ ଅଫିସରୁ ଏହାକୁ କ୍ରୟ କରାଯାଇପାରେ।ଏହାକୁ ଆପଣ ନଗଦ ଅଥବା କ୍ୟାସ୍ରେ ବି କ୍ରୟ କରିପାରିବେ। ଏଥିପାଇଁ କିଛି କାଗଜାତ ଦେବାକୁ ପଡିବ। ଏହାର ପୂର୍ଣ୍ଣ ମ୍ୟାଚୁରିଟି ଅବଧି ୫ ବର୍ଷ। ତେବେ କେତେକ କ୍ଷେତ୍ରରେ ୧ ବର୍ଷରେ ବି ଉଠାଣ କରିପାରିବେ। ପ୍ରତି ୩ ମାସରେ ଭାରତ ସରକାର ସୁଧହାର ପରିବର୍ତ୍ତନ କରୁଛନ୍ତି। ଏଣୁ ଏହାକୁ ଉଠାଇ ଲାଭଜନକ ସ୍କିମରେ ବି ଜମା କରିପାରିବେ।