Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଅଙ୍କିତା ଲୋଖଣ୍ଡେଙ୍କୁ ପ୍ରଥମ ଥର ଭେଟିଥିଲେ ସୁଶାନ୍ତ… ଭାଇରାଲ୍ ହେଲା ‘ପବିତ୍ର ରିସ୍ତା’ର ଏହି ସିନ୍

21/06/2020 at 10:32 AM

ମୁମ୍ବାଇ ୨୧।୬: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପ୍ରାୟ ୭ ଦିନ ବିତିଗଲାଣି । ତାଙ୍କର ସ୍ମୃତି ଏବେ ବି ଲୋକଙ୍କୁ ମନରେ ରହିଛି । ଲୋକମାନେ ତାଙ୍କ ଫିଲ୍ମ ଦେଖୁଛନ୍ତି, ସିରିଏଲର ଦୃଶ୍ୟ ଦେଖୁଛନ୍ତି, ତାଙ୍କ ସାକ୍ଷାତକାର ମଧ୍ୟ ଶୁଣୁଛନ୍ତି । ଏହି ସମୟରେ ତାଙ୍କର ଦ୍ବିତୀୟ ସିରିଏଲ ପବିତ୍ର ରିସ୍ତାର ଦୃଶ୍ୟ ଭାଇରାଲ ହୋଇଛି ଯେଉଁଥିରେ ସୁଶାନ୍ତ ପ୍ରଥମେ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିଥିଲେ । ଏହି ଦୃଶ୍ୟରେ ସାଙ୍ଗମାନଙ୍କ ସହିତ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିବାକୁ ମିଳିଛି । ଏହି ସିରିଏଲଟି ଜିଟିଭିରେ ପ୍ରସାରିତ ହୋଇଥିଲା ଏବଂ ଏହା ଏକ ହିଟ୍ ସିରିଏଲ ମଧ୍ୟ ହୋଇଥିଲା । ଉଭୟ ଅଙ୍କିତା ଏବଂ ସୁଶାନ୍ତଙ୍କ ଯୋଡିକୁ ଲୋକମାନେ ଭଲ ପାଉଥିଲେ ।

ଏକତା କପୁର ଏହି ସିରିଏଲକୁ ନିର୍ମାଣ କରିଥିଲେ। ସୁଶାନ୍ତଙ୍କୁ ଏକତା ହିଁ ଏହି ଇଣ୍ଡଷ୍ଟ୍ରିକୁ ଆଣିଥିଲେ । ଏକତା ତାଙ୍କୁ ସିରିଏଲରେ ପ୍ରଥମେ ଏକ ଛୋଟ ଭୂମିକା ଦେଇଥିଲେ । ସୁଶାନ୍ତ ଏହି ଭୂମିକାରେ ମଧ୍ୟ ନିଖୂଣ ଭାବେ ଅଭିନୟ କରିଥିଲେ । ଏହାପରେ ଏକତା ସୁଶାନ୍ତଙ୍କୁ ‘ପବିତ୍ର ସମ୍ପର୍କ’ରେ ସୁଯୋଗ ଦେଇଥିଲେ ।

ଏହି ଶୋ ସୁଶାନ୍ତଙ୍କ ପାଇଁ ଏକ ବଡ ବ୍ରେକ୍ ବୋଲି ପ୍ରମାଣିତ ହୋଇଥିଲା । ଏଥିରେ ଅଙ୍କିତାଙ୍କୁ ମଧ୍ୟ ତାଙ୍କ ଅଭିନୟ ପାଇଁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ । ଏହି ସମୟରେ ଦୁହେଁ ମଧ୍ୟ ପରସ୍ପରକୁ ଭଲ ପାଇବାକୁ ଆରମ୍ଭ କରିଥିଲେ । ଯେତେବେଳେ ସୁଶାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ, ସେମାନଙ୍କ ପ୍ରେମରେ ଫାଟ ସୃଷ୍ଟି ହେବାକୁ ଲାଗିଲା ଏବଂ ଶେଷରେ ଦୁହେଁ ଅଲଗା ହୋଇଗଲେ ।

ଏହି ସିରିଏଲ ଯୋଗୁଁ ତାଙ୍କୁ ଫିଲ୍ମ ‘କାଇ ପୋ ଛେ’ରେ ସୁଯୋଗ ମିଳିଥିଲା । ଏହା ମଧ୍ୟ ହିଟ୍ ହୋଇଥିଲା ଏବଂ ଏଥିରୁ ସୁଶାନ୍ତ ଅଧିକ ଲାଭବାନ ମଧ୍ୟ ହୋଇଥିଲେ । ଏହାପରେ ସୁଶାନ୍ତ ୟଶ ରାଜ ବ୍ୟାନରରେ ୩ଟି ଫିଲ୍ମ ସାଇନ୍ କରିଥିଲେ । ସେ ପରିଣିତୀ ଚୋପ୍ରାଙ୍କ ସହ ‘ଶୁଦ୍ଧ ଦେଶୀ ରୋମାନ୍ସ’ ଫିଲ୍ମରେ ଅବିନୟ କରିଥିଲେ । ଏହାପରେ ଦିବାକର ବାନାର୍ଜୀଙ୍କ ଫିଲ୍ମ ‘ବ୍ୟୋମକେଶ ବକ୍ସି’ର ଅଭିନୟର ସୁଯୋଗ ପାଇଥିଲେ । ଏହାପରେ ସେ ଏମଏସ ଧୋନୀଙ୍କ ବାୟୋପିକରେ ସୁଯୋଗ ପାଇଥିଲେ । ଏହା ମଧ୍ୟ ହିଟ୍ ହୋଇଥିଲା ଏବଂ ସୁଶାନ୍ତ ଏକ ବଡ ତାରକା ହୋଇଥିଲେ ।

ଆହୁରି ପଢନ୍ତୁ…ସୁଶାନ୍ତଙ୍କ ନଥିଲା ଟଙ୍କାର ଅଭାବ : ଘର ଭଡ଼ା ମାସକୁ ସାଢ଼େ ୪ଲକ୍ଷ, ଗୋଟିଏ ଫିଲ୍ମ ପାଇଁ ପାଉଥିଲେ ୮କୋଟି ଏବଂ ୩ଟି କମ୍ପାନୀର ଥିଲେ ମାଲିକ,ତଥାପି ଥିଲେ ଉଦାସ!

   Related Posts