ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ, ଖୋଲିଯିବ ଆପଣଙ୍କ ଭାଗ୍ୟ

Published By : Prameya-News7 Bureau | May 26, 2022 IST

ପ୍ରାୟତଃ ଅନେକ ବ୍ୟକ୍ତି ଟଙ୍କା ପଛରେ ଧାଉଁଥିବା ଦେଖିବାକୁ ମିଳିଥାଏ । ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଦିନରାତି କଠିନ ପରିଶ୍ରମ କରିଥାନ୍ତି । ସୁଖ ଓ ଶାନ୍ତିରେ ଜୀବନ ବିତାଇବା ପାଇଁ ପୂଜାପାଠ ସହ ମା’ଙ୍କ ଉପାସନା କରିଥାନ୍ତି । ବେଳେ ବେଳେ ମନୁଷ୍ୟକୁ ତାହା ମିଳିନଥାଏ ଯାହାର ସେ ହକଦାର । କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଭାଗ୍ୟକୁ ଉଜ୍ଜ୍ବଳ କରିବା ପାଇଁ ଅନେକ ଉପାୟ ରହିଛି । ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ମଧ୍ୟରୁ ଗୋଟିଏ ଉପାୟ ବିଷୟରେ ।

ଶୁକ୍ରବାର ଦିନ ବଜାରରୁ ଏକ ବନ୍ଦ ତାଲା କିଣନ୍ତୁ । ଏହି ତାଲା ନିଜେ ଖୋଲନ୍ତୁ ନାହିଁ କି ଦୋକାନୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହାକୁ ଖୋଲିବାକୁ ଦିଅନ୍ତୁ ନାହିଁ । ଘରକୁ ଆଣି ଏହି ତାଲାକୁ ଆପଣଙ୍କ ଶୋଇବା ସ୍ଥାନର ମୁଣ୍ଡ ଉପେ ରଖିଦିଅନ୍ତୁ । ଆପଣଙ୍କ ଶୋଇବା ସ୍ଥାନରେ ଏହି ତାଲାକୁ ରଖନ୍ତୁ ଏବଂ ତାପର ଦିନ ସକାଳେ ନ ଗାଧୋଇ ଏହି ତାଲାକୁ ବର ଗଛ ମୂଳେ ରଖିଦିଅନ୍ତୁ । ସେହିଠାରେ ଏହା କୁହନ୍ତୁ ଯେ, ମୁଁ ମୋର ବନ୍ଦ ଭାଗ୍ୟକୁ ତୁମକୁ ହସ୍ତାନ୍ତର କରି ଯାଉଛି । ତାଲାକୁ ଗଛ ମୂଳରେ ରଖିବା ପରେ ପଛକୁ ଦେଖନ୍ତୁ ନାହିଁ କି ପୁଣି ତାଲାକୁ ଛୁଅନ୍ତୁ ନାହିଁ । ସିଧା ସିଧା ଘରକୁ ପଳାଇ ଆସନ୍ତୁ ।

ଏହାପରେ ଯେକୌଣସି ବ୍ୟକ୍ତି ସେହି ତାଲାକୁ ନେଇ ଖୋଲିବ ସେତେବେଳେ ତୁମ ଭାଗ୍ୟ ମଧ୍ୟ ତାଲା ଭଳି ଖୋଲିଯିବ । ଏହି ଉପାୟକୁ ଶୁକ୍ଳ ପକ୍ଷ ଶୁକ୍ରବାର ଦିନ କରିବା ଅତ୍ୟନ୍ତ ଭଲ ଅଟେ । ଏହି ଉପାୟ ଲଗାତର ତିନି ଶୁକ୍ରବାର ପାଇଁ କରିବାକୁ ପଡିବ । ଏହାସହ ଶୁକ୍ରବାର ଦିନ କନକଧରା ସ୍ତୋତ୍ରକୁ ନିୟମିତ ପଢନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ବନ୍ଦ ଭାଗ୍ୟ ଖୋଲିଯିବ ଏବଂ ମା’ ଲକ୍ଷ୍ମୀ କୃପା ବର୍ଷା କରିବେ ।

ବି.ଦ୍ର.- ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଏବଂ ସୂଚନା ଉପରେ ଆଧାରିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.