ଏହି ରେଳ ଷ୍ଟେସନରେ ବିକ୍ରି ହୁଏନି କଦଳି, ଖାଇବା ଉପରେ ବି କଟକଣା ଲଗାଇଛନ୍ତି ରେଳବାଇ ପ୍ରଶାସନ

Published By : Prameya-News7 Bureau | August 28, 2019 IST

ଟ୍ରେନ ଯାତ୍ରାରେ ସାଙ୍ଗରେ କଦଳି ନେବାକୁ ଯାତ୍ରୀ ଜମା ଭୁଲି ନଥାନ୍ତି। ଏଣୁ ଷ୍ଟେସନମାନଙ୍କରେ କଦଳି ବେପାରୀ ଝୁଡିରେ କଦଳି ସଜାଇ ବଗିରୁ ବଗିକୁ ବୁଲୁଥିବା ଦେଖାଯାଆନ୍ତି । ହେଲେ ଭାରତରେ ଏମିତି ବି ରେଳ ଷ୍ଟେସନ ଅଛି ଯେଉଁଠି କଦଳି ବିକିବା ନିଷିଦ୍ଧ କରାଯାଇଥିବା ବେଳେ ଯାତ୍ରୀ ଯଦି ସାଙ୍ଗରେ କଦଳି ଆଣିଥାନ୍ତି ଓ ଟ୍ରେନରେ ଖାଇ ଏଣେତେଣେ ଚୋପା ପକାଇ ଧରାପଡନ୍ତି ତବେ ଜରିମାନା ଦେବାଟି ଥୟ।

{"id":150132}

ଏହି ଷ୍ଟେସନଟି ହେଉଛି ଲକ୍ଷ୍ନୌର ଚାରବାଗ ଷ୍ଟେସନ । ଏଠାରେ କଦଳି ବିକିବା ଦୂରର କଥା ଯଦି କେହି ଯାତ୍ରୀ କଦଳି ସହ ଧରାପଡନ୍ତି ତେବେ ତଣ୍ଡଗଣିବାକୁ ବାଧ୍ୟ ହୁଅନ୍ତି। ଷ୍ଟେସନ କର୍ତ୍ତୃପକ୍ଷଙ୍କ କହିବା କଥା ହେଲା କଦଳି ଯୋଗୁ ଷ୍ଟେସନର ସ୍ୱଚ୍ଛତା ନଷ୍ଟ ହେଉଛି। ଯାତ୍ରୀ କଦଳି ଖାଇ ଏଣେତେଣେ ଚାପାପକାଇବା ଯୋଗୁ ଏଭଳି ପରିସ୍ଥିତି ଉପୁଜିବ। ଏଣୁ ଷ୍ଟେସନରେ କଦଳି ବିକିବାହିଁ କର୍ତ୍ତୃପକ୍ଷ ନିଷିଦ୍ଧ କରିଛନ୍ତି।

{"id":150133}

ଟ୍ରେନରେ ଯାତ୍ରା କରିବା ବେଳେ ଯାତ୍ରୀ ସାଙ୍ଗରେ କଦଳି ନେଇଥାନ୍ତି। କାରଣ ଏହା ଏଭଳି ଏକ ଫଳ ଯାହାର ମୂଲ୍ୟ କମ ହେବା ସହ ସ୍ୱାସ୍ଥ୍ୟବର୍ଧକ ବି। ହେଲେ ଏଠାରେ ରେଳ କର୍ତ୍ତୃପକ୍ଷଙ୍କ କଟକଣା ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଟ୍ରେନରେ ନିୟମିତ ଯାତ୍ରା କରୁଥିବା ଯାତ୍ରୀ ରେଳ କର୍ତ୍ତୃପକ୍ଷଙ୍କ ଏଭଳି କଟକଣାକୁ ଏକଛତ୍ରବାଦ ବୋଲି କହୁଛନ୍ତି। ଯଦି କଦଳି ଚୋପା ପରିବେଶ ଖରାପ କରୁଛି ବୋଲି କର୍ତ୍ତୃପକ୍ଷ ଭାବୁଛନ୍ତି ତେବେ ଷ୍ଟେସନରେ ପ୍ୟାକେଜ୍ ଡ୍ରିକିଂ ୱାଟର, ବିସ୍କୁଟ ଓ ଅନ୍ୟ ସାମଗ୍ରୀକୁ ମଧ୍ୟ ବନ୍ଦ କରିବା ଦରକାର ବୋଲି କହୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.