ଟିମ୍ ଇଣ୍ଡିଆର ଏହି ବଡ ଖେଳାଳିମାନେ ଶୀଘ୍ର ନେବେ ଅବସର ! ବିଭିନ୍ନ କାରଣରୁ ଦଳରୁ ପଡିଛନ୍ତି ବାଦ

Published By : Prameya-News7 Bureau | March 10, 2020 IST

ନୂଆଦିଲ୍ଲୀ, ୧୦|୦୩:   ଭାରତୀୟ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ନିଜ ସ୍ୱିଙ୍ଗ୍ ପାଇଁ ପରିଚିତ। ଗତ କିଛି ସମୟ ଧରି ସେ ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଖେଳୁଛନ୍ତି। କିନ୍ତୁ ଗତ ୧୮ ମାସ ଧରି ସେ ଆହତ ଜନିତ କାରଣରୁ ଦଳ ବାହାରେ ରହିଛନ୍ତି। ଏହି ସମୟରେ ସେ ଏନସିଏରେ ଅଛନ୍ତି। ତେବେ ଏହା ମଧ୍ୟରେ ସେ ଟେଷ୍ଟ୍ କ୍ରିକେଟରୁ ଅବସଲ ନେଇପାରନ୍ତି ବୋଲି କୁହାଯାଉଛି। କାରଣ ସେ ୨୦୧୮ରୁ କୌଣସି ଟେଷ୍ଟ ମ୍ୟାଚ ଖେଳିନାହାଁନ୍ତି।

{"id":235955,"width":749,"height":375,"sizeSlug":"large"}

ଭାରତୀୟ ଦଳର ଓପନର ତଥା ଗବ୍ବର ଭାବେ ପରିଚିତ ଶିଖର ଧାଓ୍ୱନ ମଧ୍ୟ ଟେଷ୍ଟ କ୍ରିକେଟକୁ ଅଲବିଦା କହିପାରନ୍ତି। ୨୦୧୯ ବିଶ୍ୱକପ ପରେ ସେ ସୟଦ ମୁସ୍ତାକ ଟ୍ରଫି ସମୟରେ  ପରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଆହତ ହୋଇଥିଲେ। ଟେଷ୍ଟ କ୍ରିକେଟରେ ଭାରତୀୟ କ୍ରିକେଟର ଶୁଭମନ ଗୀଲ ଓ ପୃଥ୍ୱୀ ଶଙ୍କ ଭଳି ଖେଳାଳିଙ୍କୁ ନିରନ୍ତର ଭାବେ ସୁଯୋଗ ମିଳୁଛି। ଫଳରେ ଧାଓ୍ୱନଙ୍କ ଦଳକୁ ଫେରିବା କଷ୍ଟକର ବୋଲି କୁହାଯାଉଛି।

{"id":235956,"width":770,"height":578,"sizeSlug":"large"}

ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଲାଗି ରହିଛି। ଗତବର୍ଷ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାସ୍ତ ହେବା ପରେ ସେ ଦଳରୁ ବାହାରେ ରହିଛନ୍ତି। ତାଙ୍କ ସ୍ଥାନରେ ଦଳରେ କେଏଲ ରାହୁଲ ଓ ଋଷଭ ପନ୍ତଙ୍କୁ ସ୍ଥାନ ମିଳିଛି। ଟେଷ୍ଟରୁ ଅବସର ନେଇସାରିଥିବା ଧୋନୀ ସନ୍ୟାସ ବାବଦରେ ଘୋଷଣା କରିନଥିଲେ ମଧ୍ୟ ସେ ଅତିଶୀଘ୍ର ଏହି ନିଷ୍ପତି ନେଇପାରନ୍ତି।

{"id":235953,"width":748,"height":420,"sizeSlug":"large"}

ଇଶାନ୍ତ ଶର୍ମା ଟେଷ୍ଟ କ୍ରିକେଟରେ ଭାରତର ଜଣେ ମୁଖ୍ୟ ବୋଲର। ତେବେ ଟି୨୦ ଦଳରେ ତାଙ୍କ ପ୍ରତ୍ୟାବର୍ତ୍ତନ ଏକପ୍ରକାର ଅସମ୍ଭବ। ୧୩ ବର୍ଷର କ୍ୟାରିଅରରେ ସେ ଅନେକ ଆହତ ସମସ୍ୟା ଦେଇ ଗତି କରିଛନ୍ତି। ୨୦୧୮ ଆଇପିଏଲରେ ତାଙ୍କୁ କେହି କିଣିନଥିଲେ। ତେଣୁ ସେ ଜଲଦି ଟି୨୦ ଫର୍ମାଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି।  

{"id":235954,"width":745,"height":414,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.