ଦିଲ୍ଲୀର ଏହି ସ୍ଥାନ ଅତ୍ୟନ୍ତ ଭୟାନକ ଓ ରହସ୍ୟମୟ : ଯିଏ ଯାଆନ୍ତି ଆଉ ଜୀବୀତ ଫେରନ୍ତିନି

Published By : Prameya-News7 Bureau | December 20, 2018 IST

ନୂଆଦିଲ୍ଲୀ ୨୦|୧୨: ପୃଥିବୀର ପ୍ରତ୍ୟେକ ଅଞ୍ଚଳରେ ଭୟାନକ ସ୍ଥାନ ଦେଖିବାକୁ ମିଳିଥାଏ। ଆଜି ଆମେ ଏପରି ଏକ ସ୍ଥାନ ବିଷୟରେ ଜାଣିବା ଯାହା ବିଷୟରେ ଜାଣି ଆପଣଙ୍କ ହୋସ୍ ଉଡ଼ିଯିବ । କାହିଁକି ନା କୁହାଯାଏ ଏହି ସ୍ଥାନକୁ ଯଦି କେହି ଯାଏ ତେବେ ସେ ମୃତ୍ୟୁର ଶିକାର ହୋଇଥାଏ।

ସୂଚନା ଅନୁସାରେ ଦିଲ୍ଲୀରେ ଏପରି ଏକ ସ୍ଥାନ ରହିଛି ଯାହାର ନାମ କରୋଲବାଗ। ଏହି ସ୍ଥାନକୁ ଯିବା ପାଇଁ ପୋଲିସ ମଧ୍ୟ ଅନୁମତି ଦେଇନଥାଏ। ଦିନରେ ମଧ୍ୟ ଏହି ସ୍ଥାନକୁ ଯିବା ଅନୁଚିତ୍। କରୋଲବାଗର ବଗା ଲିଙ୍କକୁ ଯିବା ପର୍ଯ୍ୟନ୍ତ ଏକ ରାସ୍ତା ରହିଛି ଯାହା ଏକ ନିଛାଟିଆ ଜଙ୍ଗଲକୁ ନେଇ ଯାଇଥାଏ। ଯେଉଁ ଲୋକମାନେ ସେଠାକୁ ଯାଇ ଆସିଛନ୍ତି ତାଙ୍କ କହିବା ଅନୁସାରେ ଏଠାରେ ଏକ ପୁରୁଣା ପ୍ରାସାଦ ରହିଛି।

ଏହି ପ୍ରାସାଦର ନାଁ ଶୁଣି ଲୋକମାନେ ଭୟରେ ଥରି ଉଠନ୍ତି। ଏଥିପାଇଁ ଏଠାରେ ଏକ ବୋର୍ଡ଼ ମଧ୍ୟ ଲାଗିଛି ଯେଉଁଥିରେ ଲେଖାଅଛି ‘ସୂର୍ଯ୍ୟାସ୍ତପରେ ଏଠାକୁ ଯିବା ମନା’। କେବଳ ଏତିକି ନୁହେଁ ଦିଲ୍ଲୀ ପୋଲିସ୍ ସନ୍ଧ୍ୟା ହେବା କ୍ଷଣି ଏହି ପ୍ରାସାଦ ଆଡ଼କୁ ଯାଉଥିବା ରାସ୍ତାର ବାଙ୍କରେ ବ୍ୟାରିକେଡ଼୍ ଲଗାଇ ରାସ୍ତାକୁ ବନ୍ଦ କରି ଦିଅନ୍ତି। ଏହି ରହସ୍ୟମୟୀ ସ୍ଥାନରେ ଅନେକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏଥିପାଇଁ ଏହି ସ୍ଥାନରେ କୈାଣସି ଗାର୍ଡ଼ଙ୍କ ବ୍ୟବସ୍ଥା କରାଯାଇନାହିଁ। ଯଦି କୈାଣସି ଗାର୍ଡ଼ ରଖାଯାଇଥାଏ ତେବେ ସେ ରାତି ହେଲେ ସେଠାରୁ ପଳାଇଯାଇଥାଏ କାରଣ ରାତିରେ ଏଠାରେ ଯିଏ ରହିଥାନ୍ତି ସେ ମୃତ୍ୟୁକୁ ଆମନ୍ତ୍ରଣ କରିଥାଏ।

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.