୪୩୬ କିଲୋର ଏହି ମଣିଷକୁ ପାକିସ୍ତାନରେ କହନ୍ତି ‘ହଲ୍କ’, ତାର ଗୋଟେ ଦିନର ଡାଏଟ୍ ଜାଣିଲେ ଉଡିଯିବ ହୋସ୍
28/11/2019 at 8:37 AM

ଭାରତରେ ସବୁଠୁ ଶକ୍ତିଶାଳୀ ମଣିଷ କହିଲେ ଲୋକେ ଦ’ ଗ୍ରେଟ ଖଲିଙ୍କ ନାଁ ନିଅନ୍ତି। ଭାରତ ଭଳି ପାକିସ୍ତାନରେ ବି ଖଲିଙ୍କ ଭଳି ଲୋକ ଅଛନ୍ତି । ପାକିସ୍ତାନପ ସବୁଠୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ନାମ ହେଉଛି ଅରବାବ ଖିଜର ହୟାତ। ଖୈବର ପୁକ୍ତନଖ୍ବା ସହରର ମରଦାନା ସହରରେ ରହୁଥିବା ଅରବାବ ଖିଜର ହୟାତଙ୍କୁ ଲୋକେ ଆଦରରେ ଡାକନ୍ତି ଖାନ ବାବା।

ଖାନ ବାବାଙ୍କ ଓଜନ ହେଉଛି ୪୩୬ କିଲୋ। ଏଥିପାଇଁ ତାଙ୍କୁ ପାକିସ୍ତାନର ‘ହଲ୍କ’ କୁହାଯାଏ। ରିପୋର୍ଟ ଅନୁସାରେ ତାଙ୍କ ଓଜନ ୧୮ ବର୍ଷ ବୟସ ପରଠୁ ବଢିବାକୁ ଲାଗିଥିଲା। ଖାନ ବାବାଙ୍କ କହିବା ଅନୁସାରେ ତାଙ୍କର ଓଜନ ତାଙ୍କ ଡାଏଟ୍ ପାଇଁ ବଢିଛି। ଖାଦ୍ୟ ପାଇଁ ତାଙ୍କ ଶରୀର ମଜବୁତ ହୋଇଛି। ଖାନ ବାବାଙ୍କ ଡାଏଟ ଶୁଣିଲେ ସମସ୍ତଙ୍କ ହୋସ ଉଡିଯିବ। ଖାନ ବାବା ପ୍ରତି ଦିନ ୧୦ ହଜାର କ୍ୟାଲୋରି ବରାବରର ଖାଦ୍ୟ ଖାଉଛନ୍ତି।

ଏବେ ସେ ୱାଲର୍ଡ ୱେଟଲିଫ୍ଟିଙ୍ଗ ଚାମ୍ପିୟନସିପ୍ର ପ୍ରସ୍ତୁତି କରୁଛନ୍ତି। ଏଥିପାଇଁ ପ୍ରତିଦିନ ୪ଟି କୁକୁଡାର ମାଂସ ସାଙ୍ଗକୁ ୩୬ଟି ଅଣ୍ଡା, ୩କିଲୋ ମଟନ ଓ ୫ ଲିଟର କ୍ଷୀର ପିଉଛନ୍ତି। ଖାନ ବାବା ଦୁନିଆର ସବୁଠୁ ଶକ୍ତିଶାଳୀ ମଣିଷ।ଏତେ ଅଧିକ ଓଜନ ହୋଇଥିଲେ ମଧ୍ୟ ଖାନ ବାବାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ସୁସ୍ଥ। ତାଙ୍କୁ କେବେ କୌଣସି ରୋଗ ହୋଇନାହିଁ।

ସେ WWEରେ ପ୍ରତିଯୋଗୀ ଭାବେ ଭାଗ ନେବେ। ୨୦୧୨ ମସିହାରେ ଖାନ ବାବା ଜାପାନରେ ୫୦୦୦ କିଲୋ ଓଜନ ଉଠାଇ ଏକ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ସେ WWEର ଏକ କାର୍ଯ୍ୟକ୍ରମରେ ମେଡାଲ ମଧ୍ୟ ଜିତିଥିଲେ। ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ବି ନିଜ ନାର ଦର୍ଜ କରିଛନ୍ତି ଖାନ ବାବା।