ମରିବା ଭୟରେ ଏହି ବ୍ୟକ୍ତି ୩୦ ବର୍ଷ ହେଲା ମହିଳାଙ୍କ ବେଶରେ ରହୁଛନ୍ତି, ପଢ଼ନ୍ତୁ ଏହି ରୋମାଞ୍ଚକର କାହାଣୀ

Published By : Prameya-News7 Bureau | November 02, 2019 IST

ଜୌନପୁର୨/୧୧: ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ। ତଥାପି ପ୍ରତ୍ୟେକ ମଣିଷ ମୃତ୍ୟୁକୁ ଭୟ କରି ଥାଆନ୍ତି। ଏମିତି ଏକ ଘଟଣା ସଂପର୍କରେ ଆମେ କହିବୁ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ପୁରୁଷ ମୃତ୍ୟୁ ଭୟରେ ୩୦ ବର୍ଷ ହେଲା ମହିଳାଙ୍କ ବେଶରେ ରହୁଛନ୍ତି। ସେଥିଲାଗି ଏହି ବ୍ୟକ୍ତି ମଥାରେ ସିନ୍ଦୁର, କାନରେ ଝୁମୁକା, ହାତରେ ଚୁଡ଼ି ଓ ଶାଢ଼ୀ ପିନ୍ଧୁଛନ୍ତି। ତାଙ୍କର ବେଶ ପୋଷାକ ସମ୍ପୂର୍ଣ୍ଣ ନାରୀଙ୍କ ଭଳି ରହିଛି। ନାରୀଙ୍କ ଭଳି ଶାଢ଼ି ପିନ୍ଧିବା ଓ ସଜା ହେବା ତାଙ୍କର ଶୌକ୍‌ ନୁହେଁ। ବରଂ ପରିବାର ୧୪ ଜଣ ସଦସ୍ୟଙ୍କୁ ହରାଇବା ପରେ ସେ ଏଭଳି ଜୀବନ ଅତିବାହିତ କରି ଚାଲିଛନ୍ତି।

ଜଲାଲପୁରର ହୌଜଖାସ୍‌ ଗାଁର ବାସିନ୍ଦା ୬୬ ବର୍ଷ ବୟସ୍କ ଚିନ୍ତାହରଣ ଚୌହାନ ଓରଫ୍‌ କରୀୟା।  ତାଙ୍କର ଜୀବନ କାହାଣୀ  କୌଣସି ଏକ ହରର ଫିଲ୍ମଠାରୁ ବି କମ୍‌ ନୁହେଁ।। ୧୪ ବର୍ଷ ବସୟ ଚିନ୍ତହରଣ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଜୀବନ ସାଥୀ ତାଙ୍କ ସାଥ୍‌ ଛାଡ଼ି ଦେଇଥିଲେ।

{"id":178151}

ଏହାପରେ ୨୧ ବର୍ଷ ବୟସରେ କାମ କରିବା ଲାଗି ଚିନ୍ତହରଣ କୋଲକାତାର ପଶ୍ଚିମ ଦିନାଜପୁର  ଚାଲି ଯାଇଥିଲେ। କାମ ସାରିବା ପରେ ରାତିରେ ଚିନ୍ତହରଣ ରୁମ୍‌କୁ ଫେରି ରୋଷେଇ କରି ଖାଆନ୍ତି।  ଜଣେ ବଙ୍ଗାଳୀଙ୍କ କିରାଣା ଦୋକାନରୁ ସେ ରୋଷେଇ ସାମଗ୍ରୀ କିଣି ଥାଆନ୍ତି। ଧୀରେ ଧୀରେ ବଙ୍ଗାଳୀ ଦୋକାନୀଙ୍କ ସହ ଚିନ୍ତହରଣଙ୍କ ସଂପର୍କ ଘନିଷ୍ଠ ହୋଇଥିଲା। ଦୋକାନୀ ତାଙ୍କ ଝିଅଙ୍କୁ ବିବାହ କରିବା ଲାଗି ଚିନ୍ତହରଣଙ୍କୁ ପ୍ରସ୍ତାବ ଦେଇଥିଲେ। କିଛି ନ ବୁଝିସୁଝି ବଙ୍ଗୀୟ ଯୁବତୀଙ୍କୁ ସେ ବିବାହ କରିଥିଲେ।

ଚିନ୍ତହରଣଙ୍କ ବିବାହ କରି ଗାଁକୁ ଚାଲି  ଯାଇଥିଲେ। ବଙ୍ଗୀୟ ଯୁବତୀଙ୍କୁ ସେ ବିବାହ କରିଥିବା ଯୋଗୁଁ ତାଙ୍କୁ ପରିବାର ଲୋକ ବିରୋଧ କରିଥିଲେ। ସେ ରାଗରେ ରାତି ଅଧରେ ସ୍ତ୍ରୀଙ୍କୁ ଛାଡ଼ି ଫେରାର ହୋଇ ଯାଇଥିଲେ। କିଛି ବର୍ଷ ବିତିଗଲା ପରେ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ତ୍ରୀଙ୍କ ମୃତ୍ୟୁର ଠିକ୍ ବର୍ଷେ ପରେ ଚିନ୍ତହରଣ ଗାଁକୁ ଫେରିଥିଲେ। ପରିବାର ଲୋକ ତାଙ୍କର ତୃତୀୟ ବିବାହ କରି ଦେଇଥିଲେ।

{"id":178153}

ଏହାପରେ ତାଙ୍କ ପରିବାର ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କ ମୃତ୍ୟୁ ଆରମ୍ଭ ହୋଇଗଲା। ଏମିତି କି ପରିବାର ବାପା-ମାଆ, ଭାଇ-ଭାଉଜ, ପୁତୁରା-ଝିଆରୀ ସମସ୍ତଙ୍କୁ ମିଶାଇ ୧୪ ଜଣଙ୍କ ମୃତ୍ୟୁ ହୋଇଗଲା। ଚିନ୍ତହରଣଙ୍କ କହିବା ଅନୁସାରେ ତାଙ୍କ ଦ୍ବିତୀୟ ପତ୍ନୀ ସ୍ବପ୍ନରେ ଆସିଥିଲେ।  ଶୋଳ ଶୃଙ୍ଗାର ବେଶରେ ତାଙ୍କୁ ସାଙ୍ଗରେ ରଖିବା ଲାଗି ଚିନ୍ତହରଣଙ୍କୁ କହିଥିଲେ। ଏମିତି ନ କଲେ ପରିବାର ଅନ୍ୟ ସଦସ୍ୟଙ୍କୁ ମାରି ଦେବାକଥା ତାଙ୍କ ଦ୍ବିତୀୟ ପତ୍ନୀ କହି୍‌ଥିଲେ। ସେବେଠାରୁ ଅର୍ଥାତ ୩୦ ବର୍ଷ ହେଲା ଚିନ୍ତହରଣ ଏଭଳି ବେଶରେ ରହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.