Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପିଏମ ମୋଦିଙ୍କ ଫେସବୁକ୍‌ ପେଜରେ ଏହି ବ୍ୟକ୍ତି ଦେଲେ ଆପତ୍ତିଜନକ ଟିପ୍ପଣୀ, ପୋଲିସ କଲା ଗିରଫ

27/08/2019 at 6:30 PM

ନୂଆଦିଲ୍ଲୀ୨୭|୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସବୁକ୍ ପେଜରେ ଆପତ୍ତିଜନକ ଫଟୋ ଓ ଅପମାନଜନକ ଟିପ୍ପଣୀ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଉତ୍ତରପ୍ରଦେଶ ପୋଲିସ ମାମଲା ରୁଜୁ କରିଛି। ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳରେ ଏହି ବ୍ୟକ୍ତି ରୁହନ୍ତି।

ଏହି ଘଟଣାରେ ପୁଲିସ  ସନ୍ଦେହରେ କିଛି ଲୋକଙ୍କୁ ପଚରାଉଚାର କରିଥିଲା ,ପରେ  ପ୍ରକୃତ ଦୋଷୀକୁ ଗରିଫ କରାଯାଇଥିବା ଥାନା ଅଧିକାରୀ ଧର୍ମପାଲ ସିଂହ ସୂଚନା ଦେଇଛନ୍ତି।ଅଭିଯୁକ୍ତ ଜଣଙ୍କ ସାଜିଦ୍‌ ରିଜଭି।ଏହି ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସବୁକ୍ ପୃଷ୍ଟାରେ ଆପତ୍ତିଜନକ ମନ୍ତବ୍ୟଦେବା ସହ ଅପମାନଜନକ ଫଟୋ ପୋଷ୍ଟ କରିଥିଲେ। ସାଜିଦ୍‌ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଅପମାନ ଜନକ ଟିପ୍ପଣୀ ଦେଇଥିଲା।

ଅଭିଯୁକ୍ତ ସାଜିଦକୁ ପୋଲିସ ଗରିଫ କରି ପଚରାଉଚାର ଜାରି ରଖିଛି।ଏହା ପ୍ରଥମେ ନୁହେଁ ପୂର୍ବରୁ ସାଜିଦ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁତ ଥର ସୋସିଆଲ ମିଡିଆରେ ଅପମାନଜନକ ମନ୍ତବ୍ୟ ଦେଇଥିବା କଥା ପୋଲିସ କହିଛି।

ଗତ ବର୍ଷ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧରେ ଖରାପ ଶବ୍ଦ ବ୍ୟବହାର କରି ଗିରଫ ହୋଇଥିଲେ।ଅଭିଯୁକ୍ତ ନାଁ ହେଉଛି ମୋହମ୍ମଦ ରଫି । ପୂର୍ବରୁ ଅନେକ ବ୍ୟକ୍ତି ମୋଦିଙ୍କୁ ସୋସିଆଲ ମିଡ଼ିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି।

   Related Posts