ସବୁଠୁ ଅଧିକ ଦରମା ପାଉଥିବା ସିଇଓଙ୍କ ତାଲିକାରେ ଅଛନ୍ତି ଏହି ଭାରତୀୟ : ପ୍ରତି ଘଣ୍ଟାରେ ଆୟ କରନ୍ତି ୧.୬କୋଟି ଟଙ୍କା

Published By : Prameya-News7 Bureau | October 01, 2019 IST

ନୂଆଦିଲ୍ଲୀ ୧/୧୦:ଆପଣ ଜାଣିଛନ୍ତି କି  ସମଗ୍ର ବିଶ୍ବରେ ପ୍ରସିଦ୍ଧ ସର୍ଚ୍ଚ ଇଞ୍ଜିନ୍ ଗୁଗଲର ସିଇଓ ଜଣେ ଭାରତୀୟ ବାସିନ୍ଦା। ତାଙ୍କ ନାଁ ହେଉଛି ସୁନ୍ଦର ପିଚାଇ। ସେ ଗୁଗଲକୁ ଏକ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇଛନ୍ତି। ସେଥିପାଇଁ ଗତ ଦୁଇ ବର୍ଷରୁ ସୁନ୍ଦର ପିଚାଇ ବିଶ୍ବରେ ସବୁଠୁ ଅଧିକ ବେଶୀ ଦରମା ପାଉଥିବା ସିଇଓ ଲିଷ୍ଟରେ ସାମିଲ ହୋଇ ଯାଇଛନ୍ତି। ସେ ପ୍ରତି ଘଣ୍ଟାରେ ୧.୬କୋଟି ଟଙ୍କା ଆୟ କରୁଛନ୍ତି।

{"id":164934}

ସୁନ୍ଦର ପିଚାଇଙ୍କ ନାଁ ସୁନ୍ଦରରାଜନ ପିଚାଇ। ସେ ୧୯୭୨ମସିହା ଜୁଲାଇ ୧୨ତାରିଖରେ ତାମିଲନାଡ଼ୁର ମଦୁରାଇରେ ଜନ୍ମଗ୍ରହଣ କରିଛନ୍ତି । ସେ ଆଇଆଇଟି ଖଡ଼ଗପୁରରୁ ବିଟେକ୍ ଏବଂ ଷ୍ଟାନଫୋର୍ଡ଼ ବିଶ୍ବବିଦ୍ୟାଳୟରୁ ଏମଏସ୍ କରିବା ପରେ ଆମେରିକାର ପେନସିଲଭାନିଆ ୟୁନିଭର୍ସିଟିରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ। ସୁନ୍ଦର ପିଚାଇ ଦୀର୍ଘ ଦିନରୁ ଗୁଗଲ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ୨୦୧୫ମସିହାରୁ ସେ ଗୁଗଲର ସିଇଓ ପଦ ସମ୍ଭାଳିବାର ଦାୟିତ୍ବ ନେଇଥିଲେ।

{"id":164935}

ସୁନ୍ଦର ପିଚାଇ ଚେନ୍ନାଇରେ ଦୁଇଟି ରୁମ ଥିବା ଘରେ ରହୁଥିଲେ। ତାଙ୍କ ପରିବାରରେ ଟିଭି,ଟେଲିଫୋନ୍,କାର କିଛି ବି ନଥିଲା। ତାଙ୍କର କଠିନ ପରିଶ୍ରମ ବଳରେ ତାଙ୍କୁ ଖଡ଼ଗପୁରର ଆଇଆଇଟିରେ ଆଡମିସନ୍ ମିଳିଥିଲା। ଏଠାରୁ ଇଞ୍ଜିନିୟରିଙ୍ଗ କରିବା ପରେ ଆଗକୁ ପାଠ ପଢ଼ିବା ପାଇଁ ତାଙ୍କୁ ଷ୍ଟାନଫୋର୍ଡ଼ ୟୁନିଭର୍ସିଟିରୁ ସ୍କଲାରସିପ୍ ମିଳିଥିଲା। ସେହି ସମୟରେ ତାଙ୍କ ଘରର ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା ଯେ ସୁନ୍ଦରଙ୍କ ଏୟାର ଟିକଟ ପାଇଁ ତାଙ୍କ ବାପାଙ୍କୁ ଲୋନ୍ ନେବାକୁ ପଡ଼ିଥିଲା।

{"id":164936}

ଆଇଆଇଟିରୁ ପଢ଼ା ସରିବା ପରେ ସେ କେବେ ପଛକୁ ଫେରି ଚାହିଁନଥିଲେ। ବିଭିନ୍ନ କମ୍ପାନୀରୁ କାର୍ଯ୍ୟ କରିବା ପରେ ସେ ୧୧ବର୍ଷ ପରେ ଗୁଗଲରେ ଚାକିରୀ ଆରମ୍ଭ କରିଥିଲେ। ସୁନ୍ଦର ଏକ ସାକ୍ଷାତକାରରେ କହିଥିଲେ ଯେ ସେ ୨୦୦୪ମସିହା ଅପ୍ରେଲ୍ ୧ତାରିଖରେ ଗୁଗଲରେ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ। ଯେତେବେଳେ ଜିମେଲ୍ ଲଞ୍ଚ ହୋଇଥିଲା ସେତେବେଳେ ସେ ଏହା ବିଷୟରେ କିଛି ଜାଣିନଥିଲେ। ତାଙ୍କୁ ଜିମେଲ୍ ବିଷୟରେ ପଚରାଯିବାରୁ ସେ ଭାବିଥିଲେ ଯେ ତାଙ୍କୁ ଏପ୍ରିଲ ଫୁଲ କରାଯାଉଛି। ଏହା ପରେ ୩ଟି ସାକ୍ଷାତକାରରେ ସେ ଏହାର ଉତ୍ତର ଦେଇପାରିନଥିଲେ। କିନ୍ତୁ ଚତୁର୍ଥ ଇଣ୍ଟରଭ୍ୟୁ​‌ରେ ତାଙ୍କୁ ଜିମେଲ୍ ବିଷୟରେ କୁହାଯାଇଥିଲା। ସୁନ୍ଦର ମ୍ୟାକେଞ୍ଜି ପରେ ଗୁଗଲରେ ପ୍ରଡକ୍ଟ ମ୍ୟାନେଜର ଭାବେ ଜଏନ୍ କରିଥିଲେ। ପ୍ରଥମେ ତାଙ୍କୁ ଟୁଲବାର,ଡେସ୍କଟପ୍ ସର୍ଚ୍ଚ,ଗୁଗଲ୍ ଗିୟର ଭଳି ପ୍ରଡକ୍ଟର ଦାୟିତ୍ବ ଦିଆଯାଇଥିଲା। ଏହା ପରେ କ୍ରୋମ ଆସିଥିଲା। ତାଙ୍କୁ ୨୦୧୧ରେ ଜିମେଲର ଦାୟିତ୍ବ ମିଳିଥିଲା। ସେହି ବର୍ଷ ସୁନ୍ଦର ଗୁଗଲ ଛାଡ଼ି ଟ୍ବିଟର ଜଏନ୍ କରିବାକୁ ମନ ବଳାଇଥିଲେ। ସେତେବେଳେ ଗୁଗଲ ତାଙ୍କୁ ପାଖାପାଖି ୩୦୫କୋଟି ଟଙ୍କା ଦେଇ ତାଙ୍କୁ ରୋକିଥିଲା। ସୁନ୍ଦରଙ୍କ ପତ୍ନୀ ମଧ୍ୟ ତାଙ୍କୁ ଗୁଗଲ ନଛାଡ଼ିବାକୁ ପରାମର୍ଶ ଦେଇଥିଲେ।

{"id":164937}

ଗୁଗଲର ସିଇଓ ଭାବେ ତାଙ୍କୁ ୨୦୧୮ମସିହାରେ ୪୭କୋଟି ଡଲାର ମିଳିଥିଲା। ଏଥିରେ ତାଙ୍କର ସମସ୍ତ ପ୍ରକାରର ଭତ୍ତା ସାମିଲ ରହିଛି। ସପ୍ତାହରେ ଯଦି ସୁନ୍ଦର ୪୦ଘଣ୍ଟା କାମ କରୁଛନ୍ତି ତେବେ ତାଙ୍କୁ ପ୍ରତି ଘଣ୍ଟା ପ୍ରତି ୨,୨୫,୯୬୧ଡଲାର ମିଳିଥାଏ।

{"id":164938}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.