Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଅନ୍ୟକୁ ବୁଡ଼ାଇବାକୁ ଯାଇ ନିଜେ ବୁଡ଼ିଗଲେ, ନିର୍ବାଚନରେ ଖାତା ଖୋଲି ପାରିଲାନି ଏହି ଦଳ

10/11/2020 at 9:45 PM

ପାଟନା ୧୦/୧୧: ବିହାର ନିର୍ବାଚନ ଫଳାଫଳ ଅପେକ୍ଷାରେ ଦେଶ। ମଙ୍ଗଳବାର ଭୋଟ ଗଣତି ଜାରି ରହିଥିବା ବେଳେ ଫଳାଫଳ ଆସିବାକୁ ବିଳମ୍ବ ହୋଇପାରେ ବୋଲି ଜଣାପଡ଼ିଛି। କିନ୍ତୁ ଭୋଟ ଗଣତି ଆଗକୁ ଆଗକୁ ବଢ଼ୁଥିବା ବେଳେ ଏନଡିଏ ଓ ଜେଡିୟୁ ମଧ୍ୟରେ ଟକ୍କର ବଢ଼ି ବଢ଼ି ଚାଲିଛି। ବିହାର ବିଧାନସଭା ନିର୍ବାଚନରେ ଏନଡିଏରୁ ଅଲଗା ହୋଇ ନିର୍ବାଚନ ମୈଦାନକୁ ଓହ୍ଳାଇଥିବା ଲୋକ ଜନଶକ୍ତି ପାର୍ଟିକୁ ଜୋରଦାର ଝଟ୍‌କା ଳାଗୁଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ୭ ସୁଦ୍ଧା ହୋଇଥିବା ଭୋଟ୍‌ ଗଣତି ଅନୁସାରେ ଅନୁରାଗ ପାଶଓ୍ବାନଙ୍କ ପାର୍ଟି ଏଲଜେପି ଖାତାକୁ ଗୋଟିଏ ବି ସିଟ୍‌ ଯାଉନଥିବା ସ୍ପଷ୍ଟ ହୋଇଛି।

ଲୋକ ଜନଶକ୍ତି ପାର୍ଟିର ଚର୍ଚ୍ଚା ଏଥିପାଇଁ ହେଉଛି କାରଣ, ଚିରାଗ ପାଶଓ୍ବାନ  ନୀତିଶ କୁମାରଙ୍କ ପାର୍ଟି ଜେଡିୟୁକୁ ବିଧାନସଭା ନିର୍ବାଚନରେ ମାତ ଦେବେ ବୋଲି ଘୋଷଣା କରିଥିଲେ। ଏହା ସହ ଏଥର ବିହାରରେ ବିଜେପି ଓ ଏଲ୍‌ଜେପି ସରକାର କରିବେ ନୀତିଶ କୁମାର ଜେଲ ଯିବେ ବୋଲି ମଧ୍ୟ କହିଥିଲେ ଚିରାଗ। କିନ୍ତୁ ଏବେ ଚିରାଗ ପାଶଓ୍ବାନଙ୍କ ଦମ୍ଭୋକ୍ତି ପାଣିଚିଆ ହେବାରେ ଲାଗିଛି।

ଚଳିତ ନିର୍ବାଚନରେ ଏଲଜେପି ଏନଡିଏ ଠାରୁ ଅଲଗା ହୋଇ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଥିଲା। ଏହାସହ ୧୩୪ ସିଟ୍‌ରେ ନିଜର ପ୍ରାର୍ଥୀ ଦେଇଥିଲା ଏଲଜେପି। କିନ୍ତୁ ଏଯାଏଁ ଏଲଜେପି ଖାତାକୁ ଗୋଟିଏ ବି ସିଟ୍‌ ଯାଉଥିବା ଦେଖିବାକୁ ମିଳିନାହିଁ। ଏବେ ବି ଭୋଟ ଗଣତି ଜାରି ରହିଛି।

ଏହାରି ଭିତେରେ ବିଜେପି ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଏଲଜେପି ଆମ ସହ ଲଢ଼ିଥିଲେ ସହଜରେ ୧୫୦ ସିଟ୍‌ ଏନଡିଏ ଖାତାକୁ ଯାଇଥାନ୍ତା।ଏଲଜେପି ଅଲଗା ଲଢ଼ି ଏନଡିଏ ପାଇଁ କ୍ଷତି କରିଛି ବୋଲି ସ୍ପଷ୍ଟ ହୋଇଛି।

   Related Posts