Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କରୋନାଠୁ ଭୟଙ୍କର ଏହି ମହାମାରୀ, ବର୍ଷକରେ କେବଳ ଭାରତରେ ନେଇଛି ୧୭ ଲକ୍ଷ ଜୀବନ !

16/10/2020 at 8:31 PM

ନୂଆଦିଲ୍ଲୀ ୧୬/୧୦: ମହାମାରୀ କରୋନା ବିଶ୍ବରେ ସଂହାରଲୀଳା ଚଳାଇଛି। ବିଶ୍ବବ୍ୟାପୀ କରୋନା ଭୂତାଣୁ କାୟା ବିସ୍ତାର କରିଥିବା ବେଳେ ଏହାର ଭୟ ଏବେ ସମସ୍ତଙ୍କ ମନରେ ବସା ବାନ୍ଧିଛି। କରୋନାରେ ଆକ୍ରାନ୍ତ ହୋଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଭାରତରେ କରୋନାରେ ମୃତ୍ୟୁ ସଂଖ୍ୟା ଲକ୍ଷେ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା ବେଳେ ସାରା ବିଶ୍ବରେ ୧୧ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି । କିନ୍ତୁ କରୋନା ମହାମାରୀଠୁ ଆହୁରି ଭୟଙ୍କର ସାବ୍ୟସ୍ତ ହୋଇଛି ବାୟୁ ପ୍ରଦୂଷଣ। ଗତବର୍ଷ କେବଳ ଭାରତରେ ବାୟୁ ପ୍ରଦୂଷଣ ଯୋଗୁ ୧୬.୭୦ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା।

୫ଟି କାରଣ ପାଇଁ ହେଉଛି ଅଧିକ ମୃତ୍ୟୁ
ଦ ଲା​‌ନ୍‌ସେଣ୍ଟ ଜର୍ଣ୍ଣାଲ୍‌ରେ ଶୁକ୍ରବାର ପ୍ରକାଶିତ ରିପୋର୍ଟ ‘ଗ୍ଲୋବାଲ୍‌ ବର୍ଡନ୍‌ ଅଫ ଡିଜିଜ୍‌’ଅନୁସାରେ ଗତବର୍ଷ ଭାରତରେ ମୃତ୍ୟୁ ପାଇଁ ବାୟୁ ପ୍ରଦୂଷଣ, ଉଚ୍ଚ ରକ୍ତଚାପ, ତମାଖୁ ସେବନ, ଅନୁପଯୁକ୍ତ ଖାଦ୍ୟ ଓ ମଧୁମେହ ଭଳି ୫ଟି କାରକ ମୁଖ୍ୟତଃ ଦାୟୀ। ଏହି ଅଧ୍ୟୟନରେ ୨୦୦ରୁ ଅଧିକ ଦେଶ​‌ରେ ୨୮୬ରୁ ଅଧିକ ମୃତ୍ୟୁର କାରଣ ଓ ୩୬୯ ରୋଗ ସମ୍ପର୍କରେ ସାମିଲ କରାଯାଇଛି।

ଉଚ୍ଚ ରକ୍ତଚାପ ଯୋଗୁ ୧୪.୭୦ ଲକ୍ଷ ମୃତ୍ୟୁ
ଅଧ୍ୟୟନରୁ ଜଣାପଡ଼ିଛି ଭାରତରେ ଗତବର୍ଷ ବାୟୁ ପ୍ରଦୂଷଣ ପାଇଁ ୧୬.୭୦ ଲକ୍ଷ, ଉଚ୍ଚ ରକ୍ତଚାପ ଯୋଗୁ ୧୪.୭୦ ଲକ୍ଷ, ତମାଖୁ ସେବନ ପାଇଁ ୧୨.୩୦ ଲକ୍ଷ, ଅନୁପଯୁକ୍ତ ଖାଦ୍ୟ ପାଇଁ ୧୧.୮୦ ଲକ୍ଷ  ଓ ଡାଇବେଟିସ୍‌ ପାଇଁ ପାଖାପାଖି ୧୧.୨୦ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ତେବେ ଅଧ୍ୟୟନରେ ବହୁ ନନ୍‌ କମ୍ୟୁନ୍‌ବଲ୍‌ ଡିଜିଜ୍‌(ଏନସିଡି) କାରକ ସମ୍ପର୍କରେ ଉଲ୍ଲେଖ ରହିଛି। ଯେଉଁଥିରେ ମୋଟାପଣ, ମଧୁମେହ ଭଳି ରୋଗକୁ ସାମିଲ କରାଯାଇଛି। ଏଭଳି ରୋକରୁ ବର୍ତ୍ତିବା ପାଇଁ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ସହ ଖାଦ୍ୟ ପାନୀୟ ଉପରେ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦିଆଯାଇଛି।

   Related Posts