ଏହି ପାକିସ୍ତାନୀ ବୋଲର୍ ସୋନାଲୀଙ୍କ ପ୍ରେମରେ ହୋଇଯାଇଥିଲେ ପାଗଳ, ଅପହରଣ କରିବାକୁ କରିଥିଲେ ଯୋଜନା

Published By : Prameya-News7 Bureau | June 17, 2019 IST

କ୍ରିକେଟ୍‌ ୱାଲର୍ଡ ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଦମ୍ପତ୍ତି ଅଛନ୍ତି ଯେଉଁମାନଙ୍କ କାହାଣୀ ସବୁବେଳେ ଚର୍ଚ୍ଚାରେ ଥାଏ।   କ୍ରିକେଟ୍ ଷ୍ଟାର୍ ଏବଂ ଫିଲ୍ମ ଷ୍ଟାରଙ୍କ ମଧ୍ୟରେ ଥିବା ପ୍ରେମକାହାଣୀ କାହାକୁ ବା ଅଛପା । ତେବେ ଏମିତି ଜଣେ କ୍ରିକେଟର ଅଛନ୍ତି ଯାହାର ଏକ ତରଫା ପ୍ରେମ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ସେହି ଖେଳାଳି ଜଣକ ଆଉ କେହି ନୁହଁନ୍ତି ସେ ହେଲେ  ପାକିସ୍ତାନୀ ବୋଲର ସୋଏବ୍ ଅଖତର ।  ସୋଏବ୍‌ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କ ପ୍ରେମରେ ବେଶ ପାଗଳ ହୋଇଯାଇଥିଲେ । ସେ ଦିନ ରାତି କୋବଳ ତାଙ୍କ ସ୍ବପ୍ନ ଦେଖୁଥିଲେ ।

{"id":124100}

ଏହି ବିଷୟରେ ସୋଏବ ନିଜେ ଏକ ସାକ୍ଷାତକାରରେ କହିଛନ୍ତି । ତେବେ ଏହି ସାକ୍ଷାତକାରରେ ସୋଏବ୍ ଏମିତି କିଛି କହିଥିଲେ ଯାହା ଶୁଣି ଦର୍ଶକ ଆଶ୍ଚର୍ଯ୍ୟ  ହୋଇଥିଲେ। ସୋଏବ କହିଥିଲେ ଯେ, ଥରେ ଭାରତ ଆସିଥିବା ବେଳେ ସୋନାଲୀଙ୍କ ସହ ଦେଖା ହୋଇଥିଲା । ଆଉ ପ୍ରଥମ ଦେଖାରେ ହିଁ ସୋନାଲୀଙ୍କୁ ଭଲ ପାଇଥିଲେ ସୋଏବ୍‌। ଏହା ପରେ ସୋଏବଙ୍କ ସ୍ବପ୍ନରେ ସୋନାଲୀ ଆସିବାକୁ ଲାଗିଲେ । ଏକ ତରଫା ପ୍ରେମରେ ଗୋଟିଏ ପ୍ରକାର ପାଗଳ ହୋଇସାରିଥିଲେ ସୋଏବ୍।

{"id":124101}

ସୋଏବ୍ ଶେଷରେ ସୋନାଲୀଙ୍କୁ ପ୍ରପୋଜ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏପରିକି ସୋଏବ୍ ଭାବିଥିଲେ ୟେ, ଯଦି ସୋନାଲୀ ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିବେ ନାହିଁ ତାହେଲେ ସେ ତାଙ୍କୁ ଅପହରଣ କରିନେବେ । ହେଲେ ସୋନାଲୀଙ୍କୁ ଯେତେବେଳେ ସୋଏବ୍‌ଙ୍କ ବିଷୟରେ ପଚାରାଯାଇଥିଲା ସେ କହିଥିଲେ ଯେ, ସୋଏବ୍ ଅଖତର ନାମକ କୌଣସି ପାକିସ୍ତାନୀ ଖେଳାଳିଙ୍କୁ ଜାଣନ୍ତି ନାହିଁ । କାରଣ ତାଙ୍କର କ୍ରିକେଟରେ କୌଣସି ରୁଚି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.