ହସନ ଅଲ୍ଲୀଙ୍କ ପରେ ଏହି ପାକିସ୍ତାନୀ କ୍ରିକେଟର କରିବେ ଏହି ଯୁବତୀଙ୍କୁ ବିବାହ

Published By : Prameya-News7 Bureau | August 23, 2019 IST

ମୁମ୍ବାଇ ୨୩|୮: ପାକିସ୍ତାନର ବ୍ୟାଟ୍ସମ୍ୟାନ ହସନ ଅଲ୍ଲୀ ଭାରତର ଝିଅ ସାମିୟାଙ୍କୁ ବିବାହ କରିବା ଖବର ଏବେ ମଧ୍ୟ ଚର୍ଚ୍ଚାରେ ଅଛି। ତେବେ ଏବେ ପାକିସ୍ତାନର ଆଉ ଜଣେ କ୍ରିକେଟରଙ୍କ ବିବାହ ଚର୍ଚ୍ଚାରେ ଅଛି। ୪ ଦିନ ପରେ ଏହି କ୍ରିକେଟରଙ୍କ ନିକାହ ହେବାକୁ ଯାଉଛି। ଏହି କ୍ରିକେଟର କୋଣସି ଛୋଟ-ମୋଟ କ୍ରିକେଟର ନୁହଁନ୍ତି।

{"id":147896}

ତାଙ୍କ ନାଁ ହେଉଛି ଇମାଦ ୱସିମ୍‌। ଇମାଦ ସାଉଦି ଆରବର କ୍ୟାପ୍‌ଟେନ ଭୂମିକାରେ ନଜର ଆସିସାରିଛନ୍ତି। ଇମାଦ ୱସିମ୍‌ ଲଣ୍ଡନର ଜଣେ ଝିଅଙ୍କୁ ପସନ୍ଦ କରିଛନ୍ତି। ଲଣ୍ଡନର ବାସିନ୍ଦା ସାନିୟା ଅସଫାକ୍‌ଙ୍କୁ ବିବାହ କରିବେ ପାକ୍‌ କ୍ରିକେଟର ଇମାଦ।

{"id":147897,"width":558,"height":316}

 ରିପୋର୍ଟ ଅନୁସାରେ ଉଭୟ ଚଳିତ ମାସ ୨୬ ତାରିଖରେ ନିକାହ କରିବେ। ହସନ ଅଲ୍ଲୀ ଚଳିତ ମାସ ୨୧ ତାରିଖରେ ଦୁବାଇରେ ବାହା ହୋଇଥିଲେ। ହସନ ଓ ସାମିୟା ଏବେ ଗୋଟେ ସପ୍ତାହ ଛୁଟିରେ ଅଛନ୍ତି। ଏବେ ୱସିମ୍‌ଙ୍କ ନିକାହର ପ୍ରସ୍ତୁତି ଧୁମ୍‌ଧାମ୍‌ରେ ଚାଲିଛି। ଇସ୍ଲାମାବାଦରେ ଏହି ବିବାହ କାର୍ଯ୍ୟକ୍ରମ ହେବ।

{"id":147898,"width":557,"height":857}

ଇମାଦ ଓ ସାନିୟା ଲଣ୍ଡନରେ ପରସ୍ପରଙ୍କୁ ଭେଟିଥିଲେ। ଉଭୟ ଦେଖା ହେବା ପରେ ଦୁହେଁଙ୍କ ପରିବାର ମିଶି ଏହି ବିବାହର ନିଷ୍ପତ୍ତି ନେଇଥିଲେ।  ଏବେ ପାକିସ୍ତାନରେ ବିବାହର ଋତୁ ଚାଲିଛି ବୋଲି କହିଲେ ଭୁଲ ହେବ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.