Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କରୋନା ନେଲା ଏହି ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ଜୀବନ

14/04/2020 at 6:00 PM

ଲାହୋର, ୧୪|୦୪:  ପାକିସ୍ତାନର ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ଜାଫର ସରଫରାଜ କରୋନା ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଜାଫର ସୋମବାର ବିଳମ୍ବିତ ରାତ୍ରରେ ଲେଡି ରେଡିଂ ହସ୍ପିଟାଲରେ ପ୍ରାଣ ତ୍ୟାଗ କରିଛନ୍ତି । କରୋନା ଭାଇରସ ପାଇଁ ଗତ ମାସରେ ପାକିସ୍ତାନୀ ଅଲମ୍ପିଆନ୍ ଆଜମ ଖାନ ୯୫ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କରୋନା ଏବେ ପାକରେ ୯୬ଟି ମୁଣ୍ଡ ନେଇଛି ।

୫୦ ବର୍ଷୀୟ ଜାଫର ପାକିସ୍ତାନର ପ୍ରଥମ କ୍ରିକେଟର ଯିଏ କରୋନା ଭାଇରସ ପାଇଁ ପ୍ରାଣ ହରାଇଛନ୍ତି । ଗତ ମଙ୍ଗଳବାର ଦିନ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ଗତ ୩ ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ ।ସେ ୧୯୮୮ରୁ ୧୯୯୪ ମଧ୍ୟରେ ପ୍ରଥମ ଶ୍ରେଣୀ ଓ ୧୯୯୦ରୁ ୧୯୯୨ ମଧ୍ୟରେ ଲିଷ୍ଟ୍-ଏ କ୍ରିକେଟ ଖେଳିଛନ୍ତି । ସେ ପେଶାଓ୍ୱାର ପାଇଁ ୧୫ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୬୧୬ ରନ କରିଥିଲେ । ୨୦୦୦ରେ ମଧ୍ୟ ସେ ପେଶାଓ୍ୱାରର ସିନିଅର ଓ ଅଣ୍ଡର-୧୯ ଦଳର କୋଚ ଥିଲେ ।

ପାକିସ୍ତାନରେ ମଧ୍ୟ କରୋନା କାୟା ବିସ୍ତାର କରିବାରେ ଲାଗିଛି । ପ୍ରଥମେ ଇମରାନ ଖାନ ସରକାର କରୋନାକୁ ଗୁରୁତ୍ୱ ଦେଉ ନଥିବାରୁ ସମାଲୋଚନାର ଶିକାର ହୋଇଥିଲା । ପ୍ରଥମେ ପାକ୍ ସୁପ୍ରିମକୋର୍ଟ ଓ ପରେ ସିନ୍ଧ ପ୍ରାନ୍ତର ସିଏମ ମଧ୍ୟ ଇମରାନଙ୍କୁ ତାତ୍ସଲ୍ୟ କରିଥିଲେ ।

   Related Posts