ଏହି ପାକିସ୍ତାନୀ ଅଭିନେତ୍ରୀଙ୍କୁ ଅପହରଣ ପରେ କରାଯାଇଥିଲା ଗଣଦୁଷ୍କର୍ମ

Published By : Prameya-News7 Bureau | August 18, 2019 IST

ଏବେ କିଛି ଦିନ ତଳେ ଜମ୍ମୁ-କାଶ୍ମୀର ସମ୍ପର୍କରେ ନରେନ୍ଦ୍ର ମୋଦି ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ସହ ଜମ୍ମୁକାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି । ଜମ୍ମୁ-କାଶ୍ମୀରରୁ ଲଦାଖ ଅଲଗା ହୋଇ ଆଉ ଏକ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ ହୋଇଛି।ଜାମ୍ମୁ କାଶ୍ମୀର ଏବେ ଆମ ଦେଶର ମାମଲା କିନ୍ତୁ ପାକିସ୍ତାନ କାଶ୍ମୀରରୁ ଧାରା ଉଚ୍ଛେଦ ନେଇ ବେଶ ଚିନ୍ତିତ ଅଛି। ତେବେ ପାକିସ୍ତାନକୁ କାଶ୍ମୀର ଉପରେ ଧ୍ୟାନ ନଦେଇ ନିଜ ଦେଶର ଅସଫଳତା ଉପରେ ଧ୍ୟାନ ଦେବା ଜରୁରୀ।

{"id":145766}

ଏହାର ଆର୍ଥିକ ସ୍ଥିତି ଖରାପ ହୋଇଥିବାରୁ ବିଶ୍ବର ସବୁଠୁ ଗରିବ ଦେଶରୁ ଗୋଟେ ହେଉଛି ପାକିସ୍ତାନ।ଏହା ବ୍ୟତୀତ ପାକିସ୍ତାନରେ ଦୁଷ୍କର୍ମ ମାମଲା ସବୁବେଳେ ଅଧିକ ହୋଇଥାଏ। ପାକିସ୍ତାନରେ ୨୦୦୭ ରୁ୨୦୧୯ ମସିହା ମଧ୍ୟରେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଅଧିକ ହୋଇଥିଲା ।ତେବେ ଏଥିମଧ୍ୟରୁ ଏବେ ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏଭଳି ମାମଲା ପାକିସ୍ତାନର ଜଣେ ପ୍ରସିଦ୍ଧ ମଞ୍ଚ ନର୍ତ୍ତକୀ ତଥା ଅଭିନେତ୍ରୀ ସିତାରା ବେଗଙ୍କ ସହ ହୋଇଥିଲା।ତାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଥିଲା । ଲାହୋରର ଏକ ଫାଇଫ୍‌ ଷ୍ଟାର ହୋଟେଲରେ ଏହି ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.