ପାକିସ୍ତାନ କ୍ରିକେଟ ଟିମର ଏହି ବୋଲରଙ୍କ ଦାବି, ଗୌତମ ଗମ୍ଭୀରଙ୍କ କ୍ରିକେଟ କ୍ୟାରିୟରକୁ ସେ କରିଦେଇଥିଲେ ଖତମ…

Published By : Prameya-News7 Bureau | October 07, 2019 IST

ନୂଆଦିଲ୍ଲୀ୭|୧୦: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ସାସଂଦ ଗୌତମ ଗମ୍ଭୀରଙ୍କ ଉପରେ ପାକିସ୍ତାନ କ୍ରିକେଟ ଟିମର ଦ୍ରୁତଗାମୀ ବୋଲର ମହମ୍ମଦ ଇରଫାନ ପ୍ରତିକ୍ରିୟା ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। କ୍ରିକେଟ ମୈଦାନରେ ଗମ୍ଭୀର ତାଙ୍କ ବୋଲିଙ୍ଗକୁ ସାମ୍ନା କରିବା କଷ୍ଟକର ହୋଇପଡେ ବୋଲି ମହମ୍ମଦ କହିଛନ୍ତି।

ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେବା ସମୟରେ ମହମ୍ମଦ କହିଛନ୍ତି ଯେ ୨୦୧୨ ମସିହାରେ ଦ୍ବିପାକ୍ଷିକ ସିରିଜରେ ଗମ୍ଭୀର ତାଙ୍କ ବୋଲିଂକୁ ସାମ୍ନା କରି ପାରିନଥିଲେ। ବଡ଼ ସଟ ଖେଳିବା ପାଇଁ ଗମ୍ଭୀର ଚେଷ୍ଟା କରି ବିଫଳ ହୋଇଥିଲେ। ଭାରତରେ ହେଉଥିବା ଘରୋଇ ସିରିଜ ମ୍ୟାଚରେ ମଧ୍ୟ ଗୌତମ କମ୍ଭୀରଙ୍କୁ ସେ ଦୁଇଥର ଆଉଟ୍ କରିଥିଲେ।

ମହମ୍ମଦଙ୍କ କହିବା ଅନୁସାରେ ଏକଦିବସୀୟ ମ୍ୟାଚରୁ ଗୌତମ ଗମ୍ଭୀର ଅବସର ନେବାର କାରଣ ତାଙ୍କ ବୋଲିଂ । ସାତ ଫୁଟ୍‌ ଏକ ଇଞ୍ଚର ମହମ୍ମଦ ଇରଫାନ ଲମ୍ବା ଲମ୍ବା କଦମରେ ଆସି ବୋଲିଂ କରିଥାନ୍ତି। ତାଙ୍କ ବୋଲିଂକୁ ଗମ୍ଭୀର ବୁଝି ପାରନ୍ତି ନାହିଁ ବୋଲି ମହମ୍ମଦ ଦାବି କହିଛନ୍ତି। ୨୦୧୨ ସିରିଜରେ ମହମ୍ମଦଙ୍କ ବୋଲିଂ​‌ରେ ଗମ୍ଭୀର ବାରମ୍ବାର ବିଟ୍‌ ହେବା ସହ ଖରାପ ଖେଳ ପ୍ରଦର୍ଶନ କରିଥିଲେ। ତେଣୁ ବାଧ୍ୟ ହୋଇ ଗୌତମ ଗମ୍ଭୀର ଖେଳରୁ ଅବସର ନେଇଥିବା କଥା ମହମ୍ମଦ ଇରଫାନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.