ମୋଦିଙ୍କୁ ଭିଡିଓରେ ଏହି ପାକ୍ ଅଭିନେତ୍ରୀ ଦେଇଛନ୍ତି ଧମକ୍, ଜାଣନ୍ତୁ କହିଛନ୍ତି କ’ଣ

Published By : Prameya-News7 Bureau | September 04, 2019 IST

ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ପାକିସ୍ତାନ ରାଜନେତାଙ୍କ ଭଳି କଳାକାରମାନେ ମଧ୍ୟ ଭାରତକୁ ବିଭିନ୍ନ ଢଙ୍ଗରେ  ବିରୋଧ କରିବାରେ ଲାଗିଛନ୍ତି। ନିକଟରେ ଜନୈକା ପାକ୍ ଗାୟିକା ତଥା ଅଭିନେତ୍ରୀ ଏକ ଭିଡିଓ କରି ୟୁ ଟ୍ୟୁବରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସାପ ଓ କୁମ୍ଭୀରଙ୍କ ସହ ଥିବା ଦେଖାଯାଇଛି। ଭିଡିଓରେ ଏହି ଜୀବଙ୍କୁ ସେ ମୋଦିଙ୍କୁ ଉପହାର ଦେବେ ବୋଲି କହିବା ସହ ସେମାନଙ୍କ ଦ୍ୱାରା ତାଙ୍କୁ କାମୁଡେଇବେ କହିଛନ୍ତି। ଏହା ଛଡା ମୋଦିଙ୍କୁ ନର୍କରେ ମରିବା ଲାଗି ପ୍ରସ୍ତୁତ ରହିବାକୁ ମଧ୍ୟ ଏହି କଳାକାର ଧମକ୍ ଦେଇଛନ୍ତି। ଯାହା ଏବେ ପାକ୍ ରେ ଭାଇରାଲ ହେବାରେ ଲାଗିଛି।

{"id":153065}

ଏହି କଳାକାର ଜଣକ ହେଉଛନ୍ତି ରାବି ପୀରଜାଦା। ରାବି ପାକିସ୍ତାନର ଜଣେ ବି ଗ୍ରେଡ କଳାକାର।  ବେଶୁରା ଗୀତ ସାଙ୍ଗକୁ ବେଢଙ୍ଗ ଅଭିନୟ ଲାଗି କେବେ କେମିତି ଗାଇବା ଓ ଅଭିନୟର ସୁଯୋଗ ପାଇଥାନ୍ତି। ହେଲେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ୟୁ ଟ୍ୟୁବ୍ ଭିଡିଓ କରି ରାବି ଧମକେଇବାର କାରଣ କଣ ହୋଇପାରେ ତାହା ଜଣାପଡି ନାହିଁ। ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ପାକ୍ ଅଭିନେତ୍ରୀ ବିନା ମଲ୍ଲିକ ଓ ମେହବିଶ ହୟାତ ସୋସାଲ ମିଡିଆରେ ସେମାନଙ୍କର ହତାସା ପ୍ରକାଶ କରିଥିଲେ। ତେବେ ରାବି ସେମାନଙ୍କସ୍ତରରେ ବି ପହଞ୍ଚି ନଥିବା ବେଳେ ସିଧା ମୋଦିଙ୍କୁ ସାପ ଓ କୁମ୍ଭୀର ଉପହାର ଦେବା କଥା ଉଠାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":153067}

ଭିଡିଓରେ ରାବି ନିଜକୁ କାଶ୍ମୀରୀ ବୋଲି କହିଛନ୍ତି ଓ ଠିକ୍ ଇମ୍ରାନଙ୍କ ଭଳି ତାଙ୍କ ଶେଷ ନିଶ୍ୱାସ ଥିବା ଯାଏଁ କାଶ୍ମୀରବାସୀଙ୍କ ଲାଗି ସଂଘର୍ଷ କରିବେ ବୋଲି କହିଛନ୍ତି। ଏ ନେଇ ତାଙ୍କର ଏକ ଟ୍ୱିଟ୍ ବି ବେସ୍ ଭାଇରାଲ ହେଉଛି। ଯେଉଁଥିରେ ସେ ସବୁଦିନ ତାଙ୍କ ଲାଗି କାଶ୍ମୀର ଡେ ବୋଲି ଉଲ୍ଲେଖ କରିଛନ୍ତି। ସେ ପ୍ରତିଟି କାଶ୍ମୀରବାସୀକୁ ଗୋଟେ ବି ମୁହୁର୍ତ୍ତ ଭୁଲି ବଞ୍ଚିପାରିବେନି ବୋଲି ତାଙ୍କ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.