Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ଧ୍ୟାନ ଦିଅନ୍ତୁ ! ଅଚାନକ ସ୍ଥିର ହୋଇଯାଉଛି କି ଆପଣଙ୍କ ହାତ, ହୋଇପାରେ କାର୍ପୋଲ ଟନଲ ସିଣ୍ଡ୍ରୋମ

8/09/2019 at 6:54 PM

କୋଲକାତା : ଆଜିକାଲି ଅନେକ ଲୋକ ଅଚାନକ ହାତ ବଧିରା ହୋଇଯାଉଥିବାର ଅଭିଯୋଗ କରୁଛନ୍ତି। ବିଶେଷ କରି ଯେଉଁମାନେ କମ୍ପ୍ୟୁଟରରେ ଅଧିକ ସମୟ ଧରି କାମ କରୁଛନ୍ତି ସେମାନେ ଏହି ସମସ୍ୟାର ଅଧିକ ସମ୍ମୁଖୀନ ହେଉଥିବା ଦେଖାଯାଉଛି। ରାତିରେ ହାତରେ ଯନ୍ତ୍ରଣା ହେବା ସହ ଲୋକେ ବଧିରା ଅନୁଭବ କରୁଥିବା ଅଭିଯୋଗ କରୁଛନ୍ତି। ତେବେ ଏଥିଲାଗି ବ୍ୟସ୍ତ ହେବାର କିଛି ନାହିଁ। ଏହା କାର୍ପୋଲ ଟନଲ ସିଣ୍ଡ୍ରୋମର ଲକ୍ଷଣ। ସାମାନ୍ୟ ଚିକିତ୍ସା ଏବଂ ଔଷଧ ସେବନରେ ଯନ୍ତ୍ରଣା ଉପଶମ ହୋଇଯିବ।

ଏଭଳି ଅଭିଯୋଗ ବେଶି ମହିଳାଙ୍କଠାରୁ ମିଳୁଛି। ଗୋଟିଏ ହାତରେ ଦୀର୍ଘ ସମୟ ଧରି କାମ କରିବା ଯୋଗୁ ଆମ ମିଡିଅନ ନର୍ଭକୁ ସୁରକ୍ଷା ଦେଉଥିବା ଏକ ସରୁ ନଳି ହେଉଛି କାର୍ପଲ ଟନଲ। ଏଥିରେ ଚାପ ସୃଷ୍ଟି ହେଲେ ଏଭଳି ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି କରିଥାଏ। ଏହି ଚାପ ଯୋଗୁ ହାତ ବଧିରା ହେବା ଭଳି ଲାଗେ ଓ ଯନ୍ତ୍ରଣା ହୋଇଥାଏ। ଯେଉଁମାନେ କାମ କରିବା ବେଳେ ହାତର କଲେଇ ଉପରେ ଅଧିକ ନିର୍ଭର କରନ୍ତି ସେହିମାନଙ୍କଠାରେ ଏହି ସମସ୍ୟା ଉପୁଜୁଥିବା ଏବେ ଦେଖାଯାଉଛି। ଏଥିପାଇଁ ତୁରନ୍ତ ଡାକ୍ତରଙ୍କୁ ଭେଟିବା ଜରୁରି।

ଡାକ୍ତର କିଛି ଛୋଟମୋଟ ପରୀକ୍ଷା ନିରୀକ୍ଷା କରିବାକୁ କହିପାରନ୍ତି। ଏହି ପ୍ରକ୍ରିୟାରେ ଡାକ୍ତର ଏନସିବି ଟେଷ୍ଟ ପାଇଁ ପରାମର୍ଶ ଦେଇପାରନ୍ତି। ଯଦି କୌଣସିପ୍ରକାର ଡାକ୍ତରୀ ଚିକିତ୍ସା ଯୋଗୁ ଏହି ସମସ୍ୟା ଉପୁଜିଥାଏ ତେବେ ଡାକ୍ତର ପ୍ରଥମେ ତାର ଚିକିତ୍ସା କରିଥାନ୍ତି। ଏଥିରେ ଡାକ୍ତର ରୋଗୀଙ୍କୁ ତାଙ୍କ ହାତକୁ କିପରି ବ୍ୟବହାର କରିବେ ସେ ସମ୍ପର୍କରେ କିଛି ପରାମର୍ଶ ବି ଦେଇଥାନ୍ତି। ତେବେ ଏହି ରୋଗର ଚିକିତ୍ସାରେ ସର୍ବଶେଷ ପଦ୍ଧତୀ ହେଉଛି ଅସ୍ତ୍ରୋପଚାର। ଯେଉଁଥିରେ ଡାକ୍ତର ଲିଗାମେଣ୍ଟର ଅପରେସନ କରିଥାନ୍ତି।  

   Related Posts