Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହର ୨୫ବର୍ଷ ପରେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

8/09/2019 at 12:53 PM

ମୁମ୍ବାଇ ୮/୯: ପୂଜା ବେଦୀ ୪୮ବର୍ଷ ବୟସରେ ନିଜ ପିଲାଦିନର ସାଙ୍ଗଙ୍କୁ ବିବାହ କରିବାକୁ ଯାଉଛନ୍ତି। ଗତ ଫେବୃୟାରୀ ମାସରେ ତାଙ୍କର ନିର୍ବନ୍ଧ ହୋଇଥିଲା।

ପୂଜାଙ୍କର ଭାବୀ ସ୍ବାମୀଙ୍କ ନାଁ ମନିକ କଣ୍ଟ୍ରାକ୍ଟର। ସେ ଗୋଆରେ ରୁହନ୍ତି। ଉଭୟଙ୍କର ସାକ୍ଷାତ ମଧ୍ୟ ଗୋଆରେ ହୋଇଥିଲା।

ଦୁ​ହେଁ ଗୋଟିଏ ସ୍କୁଲରେ ପଢ଼ୁଥିଲେ,ଉଭୟେ ହିମାଚଳ ପ୍ରଦେଶର ଦ ଲରେନ୍ସ ସ୍କୁଲ ସନାଓ୍ବରରେ ଏକାଠି ପଢ଼ୁଥିଲେ। ମନିକ ପୂଜାଙ୍କଠୁ ୩ବର୍ଷର ସିନିୟର ଥିଲେ ଏବଂ ସେତେବେଳେ ଦୁହେଁ ପରସ୍ପରକୁ ଏତେ ଚିହ୍ନିନଥିଲେ।

ପୂଜା ୧୯୯୪ମସିହାରେ ଫରହାନ ଫର୍ଣ୍ଣିଚରଓ୍ବାଲାଙ୍କୁ ପ୍ରଥମେ ବିବାହ କରିଥିଲେ କିନ୍ତୁ ଦୁଇ ସନ୍ତାନଙ୍କୁ ଜନ୍ମ ଦେବା ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।

ତାଙ୍କ ଝିଅ ଆଲିୟା ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ଏବଂ ତାଙ୍କ ଝିଅ ବହୁତ ଶୀଘ୍ର ହଟ୍ ଏବଂ ସୁନ୍ଦରୀ।

   Related Posts