Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସତ୍ୟଘଟଣା ଉପରେ ଆଧାରିତ ରାଜଧାନୀ ଶିଶୁପାଳ ଗଡର ମଣିଷଖିଆ ଗୁପ୍ତଧନ, ରହସ୍ୟଜନକ ଭାବେ ପ୍ରତିଶୋଧ ନେଇଥିଲା ଯକ୍ଷ!

10/11/2019 at 6:09 PM

ଶିଶୁପାଳ ଗଡର କାହ୍ନୁଆ ଓ ଅନ୍ୟମାନଙ୍କର ଅନୁଭୂତିରୁ

ହଜାର ହଜାର ବର୍ଷ ତଳର ଗୁପ୍ତଧନ ଭର୍ତି ବାକ୍ସ। ଗାଈ ଚରାଉଥିବା ଜଣେ ବାଳକ ନଜରରେ ପଡ଼ିଲା। ତମ୍ବାରେ ନିର୍ମିତ ଉକ୍ତ ବାକ୍ସକୁ ନିରୀହ ବାଳକ ଜଣକ କ”ଣ କରିବ  ବୋଲି ଜାଣି ପାରିଲା ନାହିଁ। ଓଜନଦାର ବାକ୍ସକୁ ବହୁ କଷ୍ଟରେ ଟେକି ଟେକି ଆଣୁଥିବା ବେଳେ ଅନ୍ୟ ଲୋକଙ୍କ  ନଜର ପଡ଼ିଲା। ବାଳକ ଠାରୁ ଉକ୍ତ ବାକ୍ସକୁ ଛଡ଼ାଇ ସେମାନେ ଖୋଲି ପକାଇଲେ। ସେଥିରୁ ବାହାରିଲା କେଉଁ ଅମଳର ପୁଳାପୁଳା ସୁନା ଅଳଙ୍କାର। ଯିଏ ପାରିଲା ସେ ବୋହି ନେଇଗଲେ। ଗୁପ୍ତଧନ ପାଇଥିବା ବାଳକ ହାତରେ ଖଣ୍ଡେ ବି ପଡ଼ିଲା ନାହିଁ । ହେଲେ ଗୁପ୍ତଧନକୁ ବାଣ୍ଝ ନେଇଥିବା  ଲୋକଙ୍କ ମଧ୍ୟରୁ କେହି ବି ତାକୁ ଭୋଗ  କରିପାରିଲେ ନାହିଁ। ଜଣକ ପରେ ଜଣଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଲା ।  କେବଳ ବଞ୍ଚି ରହିଲା ସେହି ବାଳକ |

ସତ୍ୟଘଟଣା ଉପରେ ଆଧାରିତ !

ସିନେମା କି ସାହିତ୍ୟର କାହାଣୀ ପରି ମନେ ହେଉଥାଇପାରେ। ସତରେ କଣ ଗୁପ୍ତଧନ ବୋଲି କିଛି ଅଛି । ଗୁପ୍ତଧନର ଅସ୍ତିତ୍ୱ ନେଇ ଅନେକ ସମୟରେ ଲୋକେ ଭିନ୍ନ ଭିନ୍ନ ଯୁକ୍ତି ଉପସ୍ଥାପନ କରିଛନ୍ତି । କେହି ଗୁପ୍ତଧନ ସତରେ ଥିବା ଉପରେ ଜୋର୍‌ ଦେଉଥିଲା ବେଳେ ଆର ଜିଏ ପୁଣି ଏହାକୁ ଅବାସ୍ତବ ବୋଲି ଦର୍ଶାନ୍ତି । କିନ୍ତୁ ଆମେ ଯେଉଁ ଗୁପ୍ତଧନ ବିଷୟରେ ଉପସ୍ଥାନ କରିଛୁ ତାହାର ଅସ୍ତିତ୍ଵ ଥିଲା ଏବଂ ସେହି  ଗୁପ୍ତଧନ କାଳେ  ଜୀବନ ବି ନେଇଥିଲା । ଏହି ଲୋମହର୍ଷକ କଥାର……

ମାଟିତଳର ଅଜଣା କଥା !

ରହସ୍ୟମୟ ଶିଶୁପାଳଗଡ । ୫୭୬ ଏକର ପରିମିତ ଏହି ଏହି ଐତିହସ୍ଥାନର ମାଟିତଳେ କ’ଣ ଅଛି ତାହା ଏଯାଏଁ ରହସ୍ୟର କାରଣ । ପୁରାଣ ଯୁଗର ଶିଶୁପାଳ ରାଜାଙ୍କ ଠାରୁ ଆରମ୍ଭ କରି ୨୫୦୦ ବର୍ଷ ତଳର ଗୁପ୍ତବଂଶ, ସମ୍ରାଟ ଖାରବେଳ ଓ ମଧ୍ୟଯୁଗୀୟ ଗଜପତି ରାମଚନ୍ଦ୍ର ଦେବଙ୍କ ପର୍ଯ୍ୟନ୍ତ ସକଳ  ଇତିହାସର ଗନ୍ତାଘର । ଏହି ବିସ୍ତୃତ ଐତିହସ୍ଥଳୀର ପ୍ରାଚୀନ ସଭ୍ୟତା ସ୍ମୃତି ସ୍ୱରୂପ ରହିଛି ଅନେକ ଗୁପ୍ତ ସୁଡ଼ଙ୍ଗ ରାଜ ଉଆସର ଧ୍ଵଂସସ୍ତୂପ ଫାଶୀ ଖୁଣ୍ଟ ପ୍ରାଚୀନ ମନ୍ଦିରର ଅଂଶାବଶେଷ। ୧୯୪୮ ମସିହାରେ ବିଶିଷ୍ଟ ପ୍ରତ୍ନତତ୍ତ୍ଵବିତ୍‌ ପ୍ରଫେସର ବି. ବି ଲାଲ  ଶିଶୁପାଳଗଡରେ ପ୍ରଥମେ ଖନନ କରିଥିଲେ। ମାତ୍ର ଅଳ୍ପ କିଛି ସ୍ଥାନରେ ଖନନ କରି ସେ ଅପର୍ଯ୍ୟାପ୍ତ ପ୍ରାଚୀନ ସାମଗ୍ରୀ ପଦାକୁ ଆଣିଥିଲେ। ପ୍ରାଚୀନ  ନିର୍ମାଣର ଧ୍ବଂସାବଶେଷ ମଧ୍ୟରେ ଧନୁ, ତୀର, ଅସ୍ତ୍ର ଶସ୍ତ୍ର ,  ଅଳଙ୍କାର,ଗୃହୋପକରଣ ସମଗ୍ରୀର ଗନ୍ତାଘର ଦେଖି ଶ୍ରୀ  ଲାଲ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତୁରନ୍ତ ସମଗ୍ର ୫୭୬ ଏକର ଏହି ଐତିହସ୍ଥାନକୁ ନିଷିଦ୍ଧାଞ୍ଚଳ ଭାବେ ସଂରକ୍ଷିତ କରିବାକୁ  ସରକାରଙ୍କୁ ପରାମର୍ଶ ଦେଇଥିଲେ ।

ଶିଶୁପାଳଗଡ ଐତିହସ୍ଥାନ ସଂରକ୍ଷଣ ଅଭାବରୁ ଏବେ କଂକ୍ରିଟ୍‌ ଜଙ୍ଗଲ ପାଲଟିଛି । ହେଲେ ୧୯୯୦ ମସିହା ପୂର୍ବରୁ ଗଡ଼ର ଅନେକ ସ୍ଥାନ ପ୍ରାୟ ଅକ୍ଷତ ଥିଲା । ୪୭୬ ଏକର ମଧ୍ୟରୁ ପ୍ରାୟ ୨୦୦ ଏଜର ଗୋଚର ଜମି କିସମ ଥିଲା। ବାକି ଶିଶୁପାଳଗଡ ଗ୍ରାମ ଓ ଶସ୍ୟକ୍ଷେତ୍ର ଥିଲା। ବଣବୁଦାରେ ଭରି ହୋଇଥିଲା ବନ୍ଧ ଓ ଫାଙ୍କା ଜମି । ଗୋଚର ଓ ଗଡର ଚାରିପଟ ଦ୍ଵାର ଦୃଶ୍ୟମାନ ହେଉଥିଲା। ଗଙ୍ଗୁଆ ନଦୀକୁ ସଂଯୋଗ ହୋଇ ଗଡଖାଇ  ସଦାସର୍ବଦା ଗଭୀର ଜଳପୂର୍ଣ୍ଣ ହୋଇ ରହୁଥିଲା । ଶିଶୁପାଳଗଡ ଗ୍ରାମବାସୀ ଗଡ଼ ପରିସରରେ ଚାଷବାସ ଓ ଗୋପାଳନ କରି ଆସୁଥିଲେ।

ଘଟଣାକ୍ରମ

୧୯୮୩ ମସିହା ଫେବ୍ରୁଆରୀ ମାସ। ଶିଶୁପାଳଗଡ଼ର ୧୪ବର୍ଷ ବାଳକ କାହ୍ନୁ( କାନୁ ଆ) ଗାଈଗୋଠ ଚରାଇବାକୁ ବନ୍ଧକୁ ବାହାରିଗଲା। ପଲେ ଗାଈ ଛେଳିକୁ ଏକ ବାଉଁଶ ବାଡ଼ିରେ ଅଡ଼ାଇ ଚାଲିଲା କାହ୍ନୁ। ଫଗୁଣ ମାସ ହୋଇଥିବାରୁ ବନ୍ଧସାରା କଣ୍ଟେଇ  କୋଳି, ଶଗଡ଼ବାଟୁଆ, ଭର୍ତ୍ତି କୋଳି  କାହ୍ନୁ ଭାବିଲା ବନ୍ଧରେ ଜନ୍ତୁ ପଲଙ୍କୁ ଛାଡ଼ି ଦେଇ ସେଠି କୋଳି ତୋଳିବ। ଅଣ୍ଟିରେ ପୁରାଇ ଦିନତମାମ ପାଟିରେ ପକାଇ ଗୋଠ ଉପରେ ନଜର ରଖିବ। ଏହି ଆଶାରେ ବନ୍ଧର ବଣବୁଦାରେ କାହ୍ନୁ ଗାଈଗୋଠକୁ ଭର୍ତ୍ତି କରିଦେଲା। ବଣରେ ସାପ ଭୟ ଥିବାରୁ ବନ୍ଧର ଚୂଡ଼ା ଉପରକୁ ଚଢ଼ି ଖୋଲା ଜାଗାରେ କୋଳି ତୋଳିବାରେ ଲାଗିଲା। କୋଳି ଖାଇ ଖାଇ ଦିନ ବିତି ଅପରାହ୍ନ  ହୋଇଗଲା। ଗାଈଗୋଠକୁ ଏକାଠି କରିବାକୁ କାହ୍ଣୁ ପୁଣି ବନ୍ଧ ତଳକୁ ଓହ୍ଲାଇଲା। ସାପ କବଳରୁ ବର୍ତ୍ତିବା ନଗି ବାଉଁଶ ବାଡ଼ିକୁ ତଳେ ଠକ ଠକ କରି ପାଦ ବଢ଼ାଉଥିଲା। ଏତିକି  ବେଳେ ବାଉଁଶ ବାଡ଼ି ମାଡ଼ରେ ତନେ ଟନ୍‌ କରି ଏକ ଶବ୍ଦ ହେଲା। କ’ଣ ବୋଲି କାହ୍ନୁ ଦେଖିଲା ବେଳକୁ ମାଟିତଳୁ ଏକ ତମ୍ବାରଙ୍ଗର ଜିନିଷ ପଦାକୁ  ଟିକିଏ ବାହାରିଛି। କୌତୁ ହଳରେ କାହ୍ନୁ ନିଜ ବାଉଁଶ ବାଡିରେ ମାଟି ଆଡ଼େଇ ବାରେ ଲାଗିଲା।ପ୍ରାୟ ଘଣ୍ଟାଏ କାଳ ଖୋଳିବା ପରେ ତମ୍ବାରେ ନିର୍ମିତ ଏକ  ବାକ୍ସର ଅବୟବ ସମ୍ପୂର୍ଣ୍ଣ ଭାବେ ଦେଖାଗଲା। ବହୁକଷ୍ଟରେ  କାହ୍ନୁ କାହ୍ମୁ  ଉକ୍ତ ବାକ୍ସକୁ ଖୋଳି ବାହାରକୁ ଭିଡି ଭିଡି ଆଣିଲା ତେବେ ଓଜନିଆ ହୋଇଥିବାରୁ ଟେକି ପାରିଲା ନାହିଁ। ତେଣୁ ସେଇ ବଣବୁଦାରେ ଘୋଷାଡ଼ି ଘୋଷାଡ଼ି ଉକ୍ତ ବାକ୍ସକୁ ବନ୍ଧ ତଳକୁ ଆଣିଲା ।

କାହ୍ନୁ

ମିଳିମିଶି ବାଣ୍ଟିଲେ  ସୁନା ଅଳଙ୍କାର –

ବନ୍ଧ ତଳ ଗୋହିରିରେ ଠିଆ ହୋଇ କାହ୍ନୁ ଏଣେତେଣେ ଅନାଉଥିଲା। କାଳେ କିଏ ମୁଣ୍ଡକୁ ଟେକିଦେଲେ ବାକ୍ସକୁ  ଘରକୁ ନେଇପାରିବ। ଏହି ସମୟରେ ନିକଟସ୍ଥ ବିଲରେ କାମ କରୁଥିବା ଜଣେ ସ୍ଥାନୀୟ ଚାଷୀ କୋଦାଳ  କାନ୍ଧରେ ପକାଇ ସେପଟେ ଆସୁଥିଲେ। କା କାହ୍ନୁ ତାଙ୍କୁ ଅଟକାଇ ବାକ୍ସକୁ ମୁଣ୍ଡକୁ ଟେକି ଦେବାକୁ କହିଲା। ତେବେ ତମ୍ବା ନିର୍ମିତ ବାକ୍ସକୁ ଦେଖି ଚାଷୀଙ୍କ ମୁ ଣ୍ଡରେ ଗୁପ୍ତଧନର ଧାରଣା ଉତ୍ପନ ହେଲା। ସେ କାହ୍ନୁ  ୟାକୁ ବନ୍ଧରୁ ପାଇଲୁ କି ବୋଲି ପଚାରିବାରେ ସେ ମୁଣ୍ଡ ଟୁଙ୍ଗାରିଲା। ତେଣୁ ଚାଷୀ କାହ୍ନୁ ବାକ୍ସ ଦେଖାଇ  କହିଲା ୟା ଭିତରେ ସାପ ଅଛି। ଘରକୁ ନେଲେ ତୋ ପରିବାରର ସମସ୍ତଙ୍କୁ ମାରି ଦେବ। ଏଇଠି ୟାକୁ ଖୋଲିବା ଯଦି ସାପ ନଥିବ ତେବେ ତୁ ବାକ୍ସକୁ ଘରକୁ ନେଇଯିବୁ। ବାଳକ ମନରେ କାହ୍ନୁ ହଁ ମାଗିଥିଲା। ସେତେ ବେଳକୁ ମୁହଁ ସଞ୍ଜ ହେଲାଣି। ବାକ୍ସକୁ ତଳେ ଥୋଇ ଚାଷୀ କୋଦାଳରେ ତାକୁ ପ୍ରଚଣ୍ଡ ପ୍ରହାର ପକାଇଲେ । ହେଲେ ବାକ୍ସ ଖୋଲିଲା ନାହିଁ । ବାରମ୍ବାର କୋଦାଳ ମାଡ଼ କରି ଚାଲିଲେ। ଗୋହିରିରେ ଠନ୍‌ ଠନ୍‌ ଶବ୍ଦ ପ୍ରତିଧ୍ବନିତ ହେବାରେ ଲାଗିଲା। ଶବ୍ଦ ଶୁଣି ଆଉ ୩ଜଣ ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚି ଗଲେ ।

ବଡ଼ ଚାରିକୋଣିଆ ତମ୍ବା ବାକ୍ସକୁ ଦେଖି ସମସ୍ତେ ଏକାଠି ହୋଇଗଲେ । କାହ୍ନୁକୁ ଅଲଗା କରି ଏକାଧିକ କୋଦାଳରେ ତମ୍ବା ବାକର ମୁହଁକୁ ସମସ୍ତେ ପିଟି ପକାଇଲେ। ଶେଷରେ ଖୋଲିଲା ତମ୍ବା ବାକ୍ଦୁ। ସେଥିରୁ ସୁ ସୁ ଶବ୍ଦ କରି ଗୋଟାଏ ପବନ ବାହାରି ମିଳେଇଗଗଲା। ତମ୍ବା ବାକ୍ସ ୨ ଫାଳ ହୋଗଗଲା। ପୁଳାପୁଳା ସୁନା ଅଳଙ୍କାର  ବାହାରି ମାଟିରେ ବିଛାଡ଼ି ହୋଇଗଲା। ସମସ୍ତେ ନିଛି କ୍ଷଣ ପାଇ ହତବାକ୍ ହୋଇଗଲେ ।

ମାଟିରେ କେଉଁ କାଳର ମୁକୁଟ, ବାହୁଟି, କୁଣ୍ଡନ, ଅଣ୍ଟାବିଛା ଆଦି ଓଜନଦାର ସୁନା ଅଳଙ୍କାର ଦେଖି ସମସ୍ତେ ସେଥିରେ ଝାମ୍ପି ପଡ଼ିଲେ । ଗାମୁଛାରେ ବାନ୍ଧି କରି ସେଥିରେ ଯିଏ ଯେତେ ପାରିଲା ଭର୍ତ୍ତି କରି ନେଇଗଲେ। କାହ୍ନୁ ଏକୁଟିଆ ଛାଡ଼ି ସମସ୍ତେ ପଳାଇଲେ । ଛାଇ ଛାଇଆ ଆଲୁଅରେ କାହ୍ନୁ  ଦରାଣ୍ଡିଲା ବେଳକୁ ତା” ହାତରେ ପଡ଼ିଲା ଛୋଟ ଖଣ୍ଡେ ସୁନା ଅଳଙ୍କାର । ସେଇଖଣ୍ଡକ ଧରି କାହ୍ନୁ କାହୁ ଘରେ ପହଞ୍ଚିଲା। ଗାଈଗୋରୁ ଗୋଠ ନଥିବା ଦେଖି ବାପା ବିରକ୍ତ ହେଲେ । କାହ୍ନୁ  ସବୁ କଥା ବାପାଙ୍କୁ କହି ସୁନାଖଣ୍ଡକ ତାଙ୍କ ହାତରେ ଦେଲା। ପିଲା ମୁହଁରୁ ଏକଥା ଶୁଣି ବାପା ଯେତିକି ଆଚମ୍ବିତ ହେଲେ ତାହା ଠାରୁ ବେଶୀ ରାଗ ତମତମ ହୋଇ ଗାଁ ଦାଣ୍ଡକୁ ଦୌଡ଼ିଲେ।

ଗୁପ୍ତଧନ ନେଇ ପଳାଇଥିବା ଲୋକଙ୍କ ଘରେ ପହଞ୍ଚି କାହ୍ନୁ ଭାଗ ମାଗିଲେ । ହେଲେ ସେମାନେ କେହି ମାନିଲେ ନାହିଁ । ଆମେ କିଛି ଜାଣିନୁ ଦେଖିନୁ କହି ଫାଙ୍କିଦେଲେ କାହ୍ନୁର  ବାପା ମୁଣ୍ଡ ଆଉଁଷି ବାଧ୍ୟ ହୋଇ ଘରକୁ ଫେରିଲେ। ଘରେ କାହ୍ନୁଙ୍କୁ ବହେ ଗାଳିମନ୍ଦ କଲେ। ଶିଶୁପାଳଗଡ଼ରୁ ଗୁପ୍ତଧନ ମିଳିଥିବା କଥା ତା ପରଦିନ ସକାଳେ ରାଷ୍ଟ୍ର ହୋଇଗଲା। ବିପୁଳ ପରିମାଣର ଗୁପ୍ତଧନ ପାଇଥବା ଖବର ଶୁଣି ନିଜେ କାହ୍ନୁଙ୍କ ଘର ଆଗରେ ଆସି ଜମା ହୋଇ ଗଲେ। କେହି ଜଣେ ଘଟଣାକୁ ଭୁବନେଶ୍ବର-୨ ଥାନା ପୁଲିସକୁ ଜଣାଇଦେଲା। ବେଳ ନ ନୁବୁଡୁଣୁ କାହ୍ଣୁଙ୍କ ବାପାଙ୍କୁ ଥାନାରୁ ଡାକରା ଆସିଲା। ସୁନାଖଣ୍ଡଟିକୁ  ଅଣ୍ଟା ଖୋସଣିରେ  ମାରି କାହ୍ନୁର ବାପା ସନ୍ଧ୍ୟା ବେଳେ ଥାନା ଦୁଆରେ ହାଜର ହେଲେ। ଥାନାବାବୁ ତାଙ୍କୁ ଗୁଡ଼ାଏ ତାଗିଦ କଲେ। ସବୁକଥାଶୁଣିବା ପରେ ମଧ୍ୟ ଥାନା ବାବୁ ମାନିଲେ ନାହିଁ । ତେଣୁ ବାଧ୍ୟ ହୋଇ ଖୋସିଥିବା ସେହି ସୁନା ଖଣ୍ଡଟିକୁ ଥୋଇ ଘରକୁ ଫେରିଲେ।

ଯକ୍ଷର ପ୍ରତିଶୋଧ

ଗୁପ୍ତଧନ କଥା ଧୀରେ ଧୀରେ ସମସ୍ତଙ୍କ ମନରୁ ପାଶୋରି ଯାଇଥିଲା। ହେଲେ ୨ ମାସ ଯାଇଛି କି ନାହିଁ ଆରମ୍ଭ ହୋଇଗଲା ମୃତ୍ୟୁର ତାଣ୍ଡବ। ଗୁପ୍ତଧନରେ ପ୍ରଥମେ ହାତ ମାରିଥିବା ଚାଷୀଙ୍କ ଭାଗ୍ୟରେ କଳାବାଦଲ ମାଡ଼ି ଆସିଲା। ସଂପୃକ୍ତ ବ୍ୟକ୍ତି ତାଙ୍କ ପୁଅକୁ ନେଇ ଶ୍ଵଶୁର ଘରକୁ  ଯାଉଥିଲେ  । ହେଲେ  ଆଉ ଫେରିଲେ ନାହିଁ । ଶ୍ଵଶୁର ଘରେ ଶୋଇଥିବା ବେଳେ ରାତିରେ ବାପା-ପୁଅଙ୍କୁ ବିଷଧର ସାପ କାମୁଡ଼ିଲା।  ବିଷର ଜ୍ୱାଳାରେ ଉଭୟଙ୍କ ଜୀବନ ଚାଲିଗଲା , ଡାକ୍ତରଖାନା ପର୍ଯ୍ୟନ୍ତ ଯାଇ ପାରିଲେ ନାହିଁ ।  ସ୍ଥାନୀୟ ଲୋକେ ଏହି ଘଟଣାକୁ ଏକ ଦୁର୍ଘଟଣା ବୋଲି ଧରି ନେଇଥିଲେ। ତେବେ ତା’ପରେ ପାଳି ପଡ଼ିଲା ଗୁପ୍ତଧନ ହାତେଇଥିବା ଆଉ ଜଣେ ବ୍ୟକ୍ତିଙ୍କ ଉପରେ। ପୁଳାଏ ଗୁପ୍ତଧନ ଆଣି ସେ ଚାଳ ଘରକୁ କୋଠା କରିଥିଲେ  ଗାଡ଼ିମୋଟର କିଣିଥିଲେ। ହେଲେ  ତାକୁ ଭୋଗ କରିପାରିଲେ  ନାହିଁ। ଦିନେ ରାତିରେ ସେ ହଠାତ୍‌ ଗାଏବ ହୋଇଗଲେ ।

ପରିବାର ଲୋକ  ଗୁଡ଼ାଏ ଖୋଜାଖୋଜି କରି ତାଙ୍କୁ ପାଇଲେ ନାହିଁ। ଶେଷରେ ଥାନାରେ ନିଖୋଜ ଏତଲା ଦେଲେ। ସଂପୃକ୍ତ ବ୍ୟକ୍ତି ଗାଏବ ହେବାର ସପ୍ତାହେ ପରେ ଏକ ଲୋମ ଟାଙ୍କୁରୁ ଘଟଣା ପଦାକୁ ଆସିଲା। ନିଖୋଜ ବ୍ୟକ୍ତିଙ୍କ ଶବ ଶିଶୁପାଳଗଡ ବଣ ଭିତରେ ଥିବା ଏକ ଗଛ ଡାଳରେ ଝୁଲୁଥିଲା । ତାଙ୍କ ଶରୀରରୁ ମାଂସ ସବୁ ଝଡ଼ି ପଡ଼ିଥିଲା।

ମୃତ୍ୟୁର ଏମିତି ଭୟଙ୍କର ଦୃଶ୍ୟ ଆଖିରେ ପଡ଼ିବା ପରେ ଲୋକେ ଭୟରେ ଶିହିରି ଉଠିଥିଲେ। ଏଥର ମନକୁ ଆସିଥିଲା  ଅଲଗା କଥା। ଗୁପ୍ତଧନ ନୁହେଁ ସିଏ ଯକ୍ଷ । ଯିଏ  ନେଇଛି ତାକୁ ନିଶ୍ଚୟ ମାରିବ ।  ଏହି ଧାରଣାରେ ଗୁପ୍ତଧନ ନେଇଥିବା ତୃତୀୟ ବ୍ୟକ୍ତି ଭୟରେ ଶିଶୁପାଳଗଡ ଛାଡି ପଳାଇଲେ । ହେଲେ ଯକ୍ଷ ତାଙ୍କୁ ବି ଛାଡିଲା ନାହିଁ । ଭିଟାମାଟି ଛାଡିବାର କିଛି ଦିନ ପରେ ଲୁଇସ୍‌ ରୋଡ୍‌ରେ ଏକ ରାତିରେ ସଡକ ଦୁର୍ଘଟଣାରେ ରହସ୍ୟଜନକ ଭାବେ ତାଙ୍କର ପ୍ରାଣ ଚାଲିଯାଇଥିଲା ।

ଥାନା ବାବୁ ବି ଅନୁରୂପ ଦଶା ଭୋଗିଲେ । କାହ୍ନୁ ବାପାଙ୍କ ଠାରୁ ସୁନା ନେଲେ। କିନ୍ତୁ

୧୯୮୩ରେ କାହୁ ଏଇଠି ପାଇଥୁଲେ ଗୁପ୍ତଧନ

ତାକୁ ଜବତ ତାଲିକାରେ ନପକାଇ ନିଜେ ଆତ୍ମସାତ କରିଥିଲେ  । ହଠାତ୍‌ ତାଙ୍କର ଦେହ ଖରାପ ହେଲା । ଡାକ୍ତରଖାନାରେ ପଡି ପଡି ତାଙ୍କର ମୃତ୍ୟୁ ହୋଇଥିଲା । ବର୍ଷକ ଭିତରେ ଗୁପ୍ତ ଧନ ବା ଯକ୍ଷ ଧନ ନେଇଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।

ଏପଟେ ମୃତ୍ୟୁର ବିଭୀଷିକା ଦେଖି କାହ୍ନୁ ଙ୍କ ବାପା ଅଥୟ । ଆଦରର ପୁଅ ଉପରେ ରାକେ ଯକ୍ଷ ଦାଉ ସାଧିବ ସେହି  ଭୟରେ କାହ୍ନୁ ସେ ଗାଁ ବାହାରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଇ। ତେବେ କାହ୍ନୁ ଗୁ ପ୍ତଧନ ରଖି ନଥିବାରୁ  ସିଏ କିମ୍ବା ତାଙ୍କ ପରିବାରର କୌଣସି କ୍ଷତି ହୋଇ ନଥିଲା। କାହ୍ନୁ ସମ୍ପର୍କୀୟ ଘରେ ରହିଛନ୍ତି। ସେହିଦିନ ଠାରୁ ସେ ଶିଶୁପାଳଗଡ  ମାଡି ନାହାନ୍ତି  ।

ଇତିମଧ୍ୟରେ ୩୬ ବର୍ଷ ବିତିଗଲାଣି। ସେଦିନର ଚପଳମତି  କାହ୍ନୁ ଆଜି ପ୍ରୌଢ଼ । ବିବାହ କରି ପିଲାଛୁଆ ବଡ଼ ହେଲେଣି। କିନ୍ତୁ ଶିଶୁପାଳଗଡ଼ର ସେହି ଭୟଙ୍କର କଥା ଆଜି ଯାଏ ବି  ତାଙ୍କ ମନରେ ସତେଜ ରହିଛି। ଏବେ କାହ୍ନୁ ଏକ ଟ୍ରଲି କିଣି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ବେଳେ ବେଳେ ସେ ଅଙ୍ଗେ ନିଭାଇ ଥିବା ଏବି ଗୁପ୍ତଧନର କଥା ବଖାଣି ଦିଅନ୍ତି । ଗୁପ୍ତଧନରେ ମୁଁ ଭାଗିଦାରୀ ନଥିବାରୁ ବର୍ତ୍ତି  ଯାଇଛି। ଯକ୍ଷ ମୋ ପିଲା ଓ ପରିବାରକୁ ସାମାନ୍ୟତମ କ୍ଷତି ପହଞ୍ଚାଇନାହିଁ । କିନ୍ତୁ ଏବେ ବି ରାତିରେ ମୁଁ ସ୍ବପ୍ନ ଦେଖେ । ଶିଶୁପାଳଗଡ଼ ବନ୍ଧରେ ଠିଆ ହୋଇ କିଏ ଜଣେ ମୋତେ ହାତଠାରି ଡାକୁଛି । କହୁଛି ଆ ଆ ମାଟି ତଳୁ ମୋତେ ଉଦ୍ଧାର କର।

ଗୁପ୍ତଧନ କାହାର ନୁହେଁ

ଶିଶୁପଳଗଡର  ମାଟିତଳର ରହସ୍ୟରୁ ଏହା ହେଉଛି କାଣିଚାଏ । ଖାଲି କାହ୍ନୁ ନୁହନ୍ତି, ଗୁପ୍ତଧନ ହାବୁଡରେ ଅନେକ  ଲୋକ ପଡ଼ିଛନ୍ତି। ତେବେ ସିଏ କାହାର ନୁହେଁ ବୋଲି ଅନେକ  ବାର ପ୍ରମାଣିତ ହୋଇଛି । ୨୦୦୧ ମସିହାରେ ଶିଶୁପାଳଗଡ଼  ଗ୍ରାମର ନଣେ ବ୍ଯକ୍ତି ନିଜ  ବାଡ଼ି ପଟେ ଏକ ପୋଖରୀ ଖୋଳୁଥିଲେ।  ସେଥିରେ ମାଟି ଖୋଳା ପାଇଁ ଶ୍ରମିକ ନିଯୁକ୍ତ ହୋଇଥିଲେ । ସେମାନେ ରୂପା ଭର୍ତ୍ତି ଏକ ଢାଳ ପାଇଥିଲେ ।  ଶ୍ରମିକମାନେ କୌଶଳ କ୍ରମେ ତାକୁ ନେବା ପାଇଁ ବସିଥିଲେ ।  ହେଲେ ସେହି ବ୍ୟକ୍ତି ଏହା ଜାଣିପାରି ସେମାନଙ୍କ ଠାରୁ ଏହାକୁ ହାସଲ କରିଥିଲେ  । ଏହି ଅମୂଲ୍ୟ ଐତିହକୁ ସେ ବୁଝି ପାରିଲେ ନାହିଁ ।  ଏହାକୁ ସଂଗ୍ରହାଳୟକୁ  ଦାନ କରିଥିଲେ ସେ ଆଶାତୀତ ଅର୍ଥ ଲାଭ କରିଥାନ୍ତେ।  କିନ୍ତୁ ସେ ଉକ୍ତ ପାତ୍ରକୁ ଭାଙ୍ଗି ସେଥିରେ ଥିବା ସମ୍ପୂର୍ଣ୍ଣ ରୂପା ମୁଦ୍ରାକୁ ତରଳାଇ ମୁଣ୍ଡାକରି ବିକ୍ରି କରିଦେଇଥିଲେ ।  ସେହି ଅର୍ଥକୁ ସେ ବେଶୀଦିନ ଭୋଗ କରି ପାରିଲେ ନାହିଁ ।

ତାଙ୍କ ପରିବାର ଉପରେ ଘୋଟି ଆସିଥିଲା ବିପଦର ବାଦଲ  । ଏବେ ତାଙ୍କ ପରିବାର ମଧ୍ୟରୁ ମାତ୍ର ଜଣେ ୨ଜଣ ବଞ୍ଚିଛନ୍ତି । ସେହିଭଳି ଶିଶୁପାଳଗଡ଼ର ଗଡ଼ ମହାବୀର ପୀଠ କଡରେ  ଏକ ବିଲରୁ ଜଣେ ଚାଷୀ ଗୁପ୍ତ ଧନ ପାଇଥିଲେ । ସେ ଏହାକୁ ଭଲ କାମରେ ଲଗାଇଥିଲେ । ଗରିବ ,ଦୁଃଖୀ ରଙ୍କି ଓ ଦେବତାଙ୍କ କାମରେ ଲଗାଇଥିଲେ ।  ଏବେ ସେ ୨ଟି ବଡ ହୋଟେଲର ମାଲିକ । ହେଲେ ଏବେ ସେ  ଗରିବଙ୍କ କଥାକୁ ବୁଝନ୍ତି ।

ଉପସ୍ଥପନା – ବିଜୟ ମିଶ୍ର

   Related Posts