Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କରୋନା ଭାଇରସ୍‌କୁ ନିଷ୍କ୍ରିୟ କରିବ ମାସ୍କ, ଏଥିରେ ରହିଛି ସ୍ବତନ୍ତ୍ର କୋଟିଂ

15/06/2021 at 6:48 PM

ପୁଣେ ୧୫।୬: ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଅନୁସାରେ ପୁଣେ ସ୍ଥିତଏକ ଷ୍ଟାର୍ଟଅପ୍ ଥ୍ରୀ-ଡି ପ୍ରିଣ୍ଟିଂ ଏବଂ ଫାର୍ମାସ୍ୟୁଟିକାଲ୍ସକୁ ମିଶାଇ ଏକ ନିଆରା ମାସ୍କ ବିକଶିତ କରିଛି । ଏହି ନୂତନ ଧରଣର ମାସ୍କ ସଂପର୍କରେ ଆସୁଥିବା କରୋନା ଭାଇରସ୍ କୁ ନିଷ୍କ୍ରିୟ କରିଦେବ । ଥିନ୍ସର୍ ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ବିକଶିତ କରାଯାଇଥିବା ଏହି ମାସ୍କଗୁଡିକ ଉପରେ ଆଣ୍ଟି-ଭାଇରାଲ୍ ଏଜେଣ୍ଟସ ଆଚ୍ଛାଦିତ କରାଯାଇଛି । ଏଗୁଡିକୁ ଭାଇରୁସାଇଡସ ମଧ୍ୟ କୁହାଯାଇଥାଏ ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ସୋମବାର କହିଛି ଯେ, ଏହି ନୂତନ କୋଟିଂର ପରୀକ୍ଷଣ କରାଯାଇଛି । ଏହା SARS-CoV-2 ଭାଇରସ୍ ସଂସ୍ପର୍ଶରେ ଆସିବା ପରେ ତାକୁ ନିଷ୍କ୍ରିୟ କରୁଥିବାର ଦେଖିବାକୁ ମିଳିଛି । ଏଥିରେ ବ୍ୟବହୃତ ପଦାର୍ଥରେ ସୋଡିୟମ୍ ଓଲେଫିନସଲଫୋନେଟ୍ ଆଧାରିତ ଉପାଦାନ ମିଳିଛି । ମାସ୍କରେ ଲଗାଯାଇଥିବା ଏହି ଆବରଣ ଭାଇରସ୍ ସଂସ୍ପର୍ଶରେ ଆସିଲେ ତାହା ଭାଇରସ୍ ର ବାହ୍ୟ ଅଂଶକୁ ନଷ୍ଟ କରିଦିଏ । ଏଥିରେ ବ୍ୟବହୃତ ସାମଗ୍ରୀ ରୁମ୍ ତାପମାତ୍ରାରେ ମଧ୍ୟ ସ୍ଥିର ରହିପାରେ ଏବଂ ଏହା କମମେଟିକ୍ ସାମଗ୍ରୀରେ ଅଧିକରୁ ଅଧିକ ବ୍ୟବହୃତ ହୋଇଥାଏ ।

ବିଭାଗ କହିଛି ଯେ, କୋଭିଡ୍-୧୯ର ମୁକାବିଲା କରିବା ପାଇଁ ପ୍ରାରମ୍ଭିକ ପ୍ରକଳ୍ପ ଭାବରେ ବୈଷୟିକ ମାସ୍କକୁ ସରଳ ଏବଂ ସହଜ ଭାବେ ପ୍ରସ୍ତୁତ କରାଯାଇଛି ।

   Related Posts