ବହୁତ ଦିନର ଅପେକ୍ଷା ପରେ ଏହି ଫିଚରକୁ ଆଣିଲା ହ୍ୱାଟସ୍ଆପ୍
26/10/2019 at 4:29 PM

ନୂଆଦିଲ୍ଲୀ – ୟୁଜର ବା ବ୍ୟବହାରକାରୀମାନେ ଅପେକ୍ଷା କରି ରହିଥିବା ଏକ ନୂଆ ଫିଚରକୁ ହ୍ୱାଟସ୍ଆପ୍ ନିଜ ଅପଡେଟ୍ ଭର୍ସନରେ ଲଞ୍ଚ୍ କରିବାକୁ ଯାଉଛି । ସମସ୍ତ ଓଏସ୍ ବା ଆଣ୍ଡ୍ରଏଡ୍ ଓ ଆଇଓଏସ୍ରେ ଏହି ନୂଆ ଫିଚର ଉପଲବ୍ଧ ହେବ ।
ଏବେ ଜଣେ ଚାହିଁଲେ ସହଜରେ ଗ୍ରୁପ୍ରେ ମନଇଚ୍ଛା ସମସ୍ତଙ୍କୁ ଆଡ୍ କରିପାରିବ ନାହିଁ । ଗ୍ରୁପ୍ରେ ଆଡ୍ କରିବାକୁ ବ୍ଲକ କରିହେବ । ଏହାକୁ ପ୍ରାଇଭେସି ଫୋକସଡ୍ ଫିଚର ବୋଲି କୁହାଯାଉଛି । ଏବେ ହ୍ୱାଟସ୍ଆପ ୟୁଜର୍ଙ୍କ ହାତରେ ଅଧିକ ନିୟନ୍ତ୍ରଣ ରହିବ । ଜଣେ ତାଙ୍କୁ ଗ୍ରୁପରେ ସାମିଲ୍ ବା ଆଡ୍ କରିପାରିବ କିଁ ନାହିଁ ତାହାର ନିୟନ୍ତ୍ରଣ (control) ଏହାର ୟୁଜରଙ୍କ ହାତରେ ରହିବ ।
ଆଇଓଏସ୍ରେ ଏହା ୨.୧୯.୧୧୦.୨୦ ଭର୍ସନରେ ଓ ଆଣ୍ଡ୍ରଏଡ୍ରେ ଏହା ୨.୧୯.୨୯୮ ଭର୍ସନରେ ଉପଲବ୍ଧ ହେବ । ନୂଆ ପ୍ରାଇଭେସି ସେଟିଙ୍ଗକୁ ଯାଇ ଆପଣ ଏହା କରିପାରିବେ । ଆପଣଙ୍କୁ ଗ୍ରୁପରେ କିଏ ସାମିଲ କରିପାରିବେ । ଏଥିରେ everyone , ‘nobody’ ଓ your contacts ଏହି ପରି ବିକଳ୍ପ ରହିବ ।
ମାତ୍ର ଏଥିରେ ଆପଣ କେବଳ ଗ୍ରୁପରେ ଆଡ୍ କରିବାରୁ ବ୍ଲକ କରିପାରିବେ । ମାତ୍ର ସମସ୍ତରେ ଆପଣଙ୍କ ସାଙ୍ଗ ରହିବେ । ଅନ୍ୟ Usersଙ୍କୁ ବ୍ଲକ କରିବର ଆବଶ୍ୟକତା ରହିବ ନାହିଁ ।