ଏହି ମୁସଲିମ୍ ଯୁବତୀ ନିଜ ଭାଇଙ୍କ ସହ ରଖିଥିଲେ ପ୍ରେମ ସଂପର୍କ! ବିବାହ ପାଇଁ ନେଲେ ପୋଲିସର ସହାୟତା

Published By : Prameya-News7 Bureau | October 22, 2019 IST

ଉତ୍ତରପ୍ରଦେଶ୨୨|୧୦: ପ୍ରେମରେ ଅନ୍ଧ ହୋଇ ଜଣେ ମୁସ୍‌ଲିମ୍ ଯୁବତୀ ଏକ ବଡ ଭୁଲ ନିଷ୍ପତ୍ତି ନେଇଛନ୍ତି। ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ମହଙ୍ଗା ପଡ଼ିଛି। ପ୍ରେମରେ ଅନ୍ଧ ହୋଇ ଯୁବତୀ ନିଜ ସଂପର୍କୀୟ ଭାଇଙ୍କୁ ବିବାହ କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ଯୁବତୀଙ୍କ ଏହିଭଳି ନିଷ୍ପତ୍ତି ବି ଭୁଲ ନୁହେଁ। ଏହି ଯୁବତୀ ଇସ୍ଲାମ ଧର୍ମୀ। ପରମ୍ପରା ଅନୁସାରେ ଇସ୍ଲାମ ଧର୍ମର ଯୁବତୀ ନିଜ ସଂପର୍କୀୟ ଭାଇଙ୍କୁ ବିବାହ କରି ପାରିବେ।

{"id":173196}

ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶର ଏକ ଗାଁର ଜଣେ ମୁସ୍‌ଲିମ ଯୁବକ ନିଜ ମାଉସୀ ଝିଅ ଭଉଣୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ବହୁ ଦିନ ହେବ ଶାରୀରିକ ସଂପର୍କ ରଖୁଥିଲେ।

{"id":173197}

ଯୁବତୀଙ୍କ ଘର ଲୋକ ଉଭୟଙ୍କ ପ୍ରେମ ସଂପର୍କକୁ ବିରୋଧ କରୁଥିଲେ। ସେଥିଲାଗି ଘର ଲୋକ ଅନ୍ୟ ସ୍ଥାନରେ ଯୁବତୀଙ୍କ ବାହାଘର ଠିକ୍‌ କରିଥିଲେ। ଏ ସଂପର୍କରେ ଯୁବତୀ ଜାଣିବା ପରେ ଯୁବକଙ୍କ ଘରେ ପହଞ୍ଚିଥିଲେ। ଯୁବକ ତାଙ୍କୁ ବିବାହ କରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହି କଥା ଣୁଣିବା ପରେ ଯୁବତୀ ପୁଅ ଘର ସାମ୍ନାରେ ହଙ୍ଗାମା  କରିଥିଲେ। କିନ୍ତୁ ଯୁବକଙ୍କ ପରିବାର ଲୋକ ତାଙ୍କୁ ବୋହୂ କରିବେ ନାହିଁ ବୋଲି ରୋକଠୋକ୍‌ ମନା କରି ଦେଇଥିଲେ। ଯୁବତୀ ନିରୁପାୟ ହୋଇ ପୋଲିସର ସହାୟତା ନେଇଥିଲେ। ପ୍ରକୃତ ଘଟଣା କ’ଣ ହୋଇଥିଲା ଏନେଇ ପୋଲିସ ଉଭୟ ପରିବାର ଲୋକଙ୍କୁ ପଚରାଉଚାର କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.