ଏହି ମଡେଲ ଲଣ୍ଡା ହେବାଲାଗି ନେଲେ ନିଷ୍ପତ୍ତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ …

Published By : Prameya-News7 Bureau | September 11, 2019 IST

ନୂଆଦିଲ୍ଲୀ୧୧|୯: ନାରୀ ମଧ୍ୟ ଅନ୍ୟ ନାରୀମାନଙ୍କୁ ପ୍ରେରଣା ଦେଇଥାଏ।ସେହିପରି ଜଣେ ପ୍ଲସ୍‌ ସାଇଜ୍‌ ମଡେଲ ଅକ୍ଷୟା ନବାନୀଥନଙ୍କ ସଂପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ସୁନ୍ଦରୀ ମହିଳା ଇନଷ୍ଟାଗ୍ରାମର ଲୋକପ୍ରିୟ ବ୍ଲଗର ସହ ପ୍ଲସ ସାଇଜ୍ ମଡେଲ ଭାବରେ ବେଶ ଜଣାଶୁଣା ।

{"id":156374,"width":573,"height":694}

ମଡେଲ ଅକ୍ଷୟା ଏପରି ନିଷ୍ପତ୍ତି ନେଇଛନ୍ତି ଯାହା ଅନ୍ୟ ମହିଳାମାନେ ନେବା ପାଇଁ ଚିନ୍ତା କରିବେ। ସେ ଲଣ୍ଡା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେତିକି ନୁହେଁ ସେ ନଣ୍ଡା ହେବାପରେ ଫଟୋ ସୁଟ୍‌କରି ନିଜ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି।ନାରୀଙ୍କ ମୁଣ୍ଡର କେଶ ତାଙ୍କର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ହେଲେ ଏହି ମଡେଲ କାହିଁକି ଲଣ୍ଡା ହେଲେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ହେଉଛି।

wp:core-embed/instagram {"url":"https://www.instagram.com/p/B1MckSZDKwP/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B1MckSZDKwP/?utm_source=ig_web_copy_link
/wp:core-embed/instagram

ପ୍ରକୃତ ଘଟଣା ହେଲା କ୍ୟାନସର ପୀଡ଼ିତାଙ୍କୁ ସାହାଯ୍ୟ କରିବା ଲାଗି ଅକ୍ଷୟା ଲଣ୍ଡା ହୋଇଛନ୍ତି। କ୍ୟାନସର ପୀଡ଼ିତାଙ୍କ ଏକ ଓ୍ବିଙ୍ଗ ଗଠନ ପାଇଁ ସେ ଏହିଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି। ସେ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟକରି ଲେଖିଛନ୍ତି ଯେ, ତାଙ୍କ କାହାଣୀ ୯୦ ଦଶକର ମୋଟା ମଣିଷଙ୍କ ଠାରୁ କମ୍ ନୁହେଁ। ମୋଟା କମାଇବା ପାଇଁ ତାଙ୍କୁ ସବୁବେଳେ ଦେଶୀ ଟିପ୍ସ ମିଳିଛି। ବଡି ସେମିଙ୍ଗ ତାଙ୍କର ପ୍ରତ୍ୟେକ ଦିନର କାହାଣୀ ବୋଲି ସେ ଲେଖିଛନ୍ତି। ମୋଟା ଶରୀର ଯୋଗୁ ସ୍କୁଲର ଡାନ୍ସ ପ୍ରତିଯୋଗୀତାଠାରୁ ଆରମ୍ଭକରି ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ରିଜେକ୍ଟ କରାଯାଇଛି। ଓଜନ କମାଇବା ପାଇଁ ତାଙ୍କୁ ଆହୁରି ଚେଷ୍ଟା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

{"id":156375,"width":578,"height":679}

୨୦୧୩ ମସିହାରେ ତାଙ୍କ ସହ ଏମିତି କିଛି ହୋଇଥିଲା ଯାହାଫଳରେ ଅକ୍ଷୟା ଜୀବନରେ ପରିବର୍ତ୍ତନ ଆସିଥିଲା। ମୋଟା ଶରୀର ପାଇଁ ତାଙ୍କୁ ଯେଉଁ ଲୋକମାନେ ଥଟ୍ଟା ପରିହାସ କରୁଥିଲେ ସେମାନଙ୍କ କଥାକୁ ସେ ନଜର ଆନ୍ଦାଜ କରିବା ଆରମ୍ଭ କରିଥିଲେ । ସଫ୍ଟ ସ୍କିଲ ଟ୍ରେନର ଓ ମୋଟିଭେସନାଲ ସ୍ଫିକର ଭାବେ ସେ କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ଏହି କାର୍ଯ୍ୟ କରିବା ପରେ ଧୀରେ ଧୀରେ ସେ ପ୍ଲସ ସାଇଜ ମଡେଲ ହୋଇଗଲେ ବୋଲି ଅକ୍ଷୟା କହିଛନ୍ତି। ସେ ଆଜି ଦକ୍ଷିଣ ଭାରତରେ ଥିବା ଲୈକମି ଫେଶନକୁ ସେ ପ୍ରତିନିଧିତ୍ବ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.