ସ୍ତନ୍ୟପାନ କରାଇ ଫଟୋଶୁଟ୍‌ କରିଲେ ଏହି ମଡେଲ, ବୋଲ୍ଡ ବ୍ରାଇଡାଲ ଲୁକ୍‌ରେ ଭାଇରାଲ ହେଲା ଫଟୋ

Published By : Prameya-News7 Bureau | August 11, 2019 IST

ସାଧାରଣତଃ ମହିଳାମାନଙ୍କ ପାଇଁ ଅନେକ କଟକଣା ଥାଏ। ଘରେ ହେଉ ବା ବାହାରେ ମହିଳାମାନେ କିଛିଟା କାମ କରିବାକୁ ଲାଜ କରନ୍ତି । ଖାସ କରି ଭାରତୀୟ ମହିଳାମାନେ ଅନେକ କଟକଣାର ଶିକାର ହୋଇଥାନ୍ତି। ତେବେ ଏମିତି ଜଣେ ମହିଳାଙ୍କ ବିଷୟରେ ଜାଣନ୍ତୁ ଯିଏ ବୋଲ୍ଡ ଫଟୋଶୁଟ କରାଇ ବିଶ୍ବର ମହିଳାମାନଙ୍କ ପାଇଁ କିଛି ବାର୍ତ୍ତା ଦେଇଛନ୍ତି।

{"id":143293}

ଜଣେ ମର୍ଡନ ଫ୍ୟାସନ ବ୍ଲଗର ଶାୟୋନ ମେଣ୍ଡେଲୁକ୍‌(Shayoon Mendeluk) ନିଜ ସ୍ତନାନଙ୍କୁ ସ୍ଥନ୍ୟପାନ କରାଇବା ସମୟରେ ଫଟୋଶୁଟ କରାଇଛନ୍ତି। ଏହି ଫଟୋଶୁଟ୍‌ରେ ସେ ଲାଭେଣ୍ଡର ରଂଗର ଲେହେଙ୍ଗା ପିନ୍ଧିଛନ୍ତି।

{"id":143294}

ଏହି ସାଉଥ ଏସିଆନ ମହିଳା ଏମିତି ଫଟୋଶୁଟ୍‌ କରାଇ ଜଣାଇଛନ୍ତି ଯେ ଖୋଲା ସ୍ଥାନରେ ମଧ୍ୟ ଛୁଆଙ୍କୁ ସ୍ତନ୍ୟପାନ କରାଯାଇବା ଲଜ୍ଜାଜନକ କଥା ନୁହେଁ । ଏଭଳି ଆଭିମୁଖ୍ୟ ନେଇ ସେ ଏହି ଫଟୋଶୁଟ୍‌ କରାଇଛନ୍ତି।

{"id":143298,"width":570,"height":416}

ଏହା ଦ୍ବାରା ସେହି ମହିଳାମାନଙ୍କ ମନରୁ ଲଜ୍ଜାବୋଧ ଦୂର ହେଉବୋଲି ସେ ଚାହିଁଛନ୍ତି ।ବାହାରେ ସ୍ତନ୍ୟପାନ କରିବା ପୂର୍ବରୁ ମହିଲାମାନେ୧୦୦ ଥର ଭାବିବା ଦର୍କାର ନାହିଁ ବୋଲି ସେ ବର୍ତ୍ତା ଦେବାକୁ ଚାହିଁଛନ୍ତି।

{"id":143296}

 “ବିଶ୍ବ ସ୍ତନ୍ୟପାନ ସପ୍ତାହ” ଅବସରରେ ଶାୟୋନ ଏହି ଖାସ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଡିଜାଇନର ଭୂମିକାଙ୍କର ଏହି କଲେକସନ ପିନ୍ଧି ସେ ବେଶ ଚର୍ଚ୍ଚାରେ ଅଛନ୍ତି। ଏହା ସହ ମଡେଲ ଶାୟୋନ ମ୍ୟାଚିଂ ବ୍ଲାଉଜ୍‌, ଗହଣା, ଝୁମ୍‌କା, ମଥା ଟିକିଲି ପିନ୍ଧିଛନ୍ତି।   

{"id":143297}

ନିଜ ଲେଟେଷ୍ଟ ଫଟୋଶୁଟ୍‌ର କିଛି ଫଟୋ ଶାୟୋନ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ସମସ୍ତେ ତାଙ୍କ ପୋଷ୍ଟର ପ୍ରଶଂସା କରୁଥିବାରୁ ସେ ବହୁତ ଖୁସି। ଏହା ସହ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ତାଙ୍କର ଏହି ଫଟୋଶୁଟ୍‌ ଦ୍ବାରା ସେ କାହାକୁ ଆଘାତ ଦେବାକୁ ଚାହିଁନାହାନ୍ତି। ଜୀବନରେ କିଛି ପରିବର୍ତ୍ତନ ପାଇଁ ସେ ଏଭଳି ଫଟୋ ସେୟାର କରିଛନ୍ତି। ସମଗ୍ର ବିଶ୍ବ ଲଜ୍ଜା ଓ ଅପରାଧମୁକ୍ତ ହେବା ଜରୁରୀ ବୋଲି ସେ ଲୋଖିଛନ୍ତି। ଶାୟୋନଙ୍କର ଏହି ବୋଲ୍ଡ ବ୍ରାଇଡାଲ ଲୁକ୍‌ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହା ଲୋକେ ପସନ୍ଦ ମଧ୍ୟ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.