Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଅଳିଆ ଫୋପାଡି ଫସିଗଲେ ପୂର୍ବତନ କ୍ରିକେଟର : ଭୂଲ କରି ପଞ୍ଚାୟତରେ ଦେଲେ ୫୦୦୦ ଟଙ୍କାର ଫାଇନ

29/06/2021 at 12:44 PM

ଗୋଆ ୨୯/୬ : ଅଳିଆ ଫୋପାଡି ଫସିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା । ସ୍ଥାନୀୟ ଗ୍ରାମ ପଞ୍ଚାୟତ ପକ୍ଷରୁ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଗୋଆର ଏକ ଗାଁରୁ ନଜର ଆସିଛି ଏପରି ଘଟମା । ସୂଚନା ଥାଉକି, ଉତ୍ତର ଗୋଆର ସୁରମ୍ୟ ଗ୍ରାମରେ ଅଜୟ ଜାଡେଜାଙ୍କ ବଙ୍ଗଳାର ମାଲିକ ଅଟନ୍ତି । ଗ୍ରାମରେ ଅଳିଆ ଫିଙ୍ଗିଥିବାରୁ ଅଜୟ ଜାଡେଜାଙ୍କୁ ଗ୍ରାମ ସରପଞ୍ଚ ତ୍ରିପାଠୀ ବାନ୍ଦୋଦକରଙ୍କ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।

ଏହା ପରେ ବାନ୍ଦୋଦକର କହିଥିଲେ ଯେ ୯୦ ଦଶକର ଲୋକପ୍ରିୟ କ୍ରିକେଟର କୌଣସି ପାଟ ତୁଣ୍ଡରେ ଜୋରିମାନା ଦେଇଥିଲେ । ସରପଞ୍ଚ ଆହୁରି କହିଛନ୍ତି ଯେ ଆମ ଗାଁରେ ଆବର୍ଜନା ପ୍ରସଙ୍ଗରେ ପୂର୍ବରୁ ବହୁତ ଚିନ୍ତାରେ ଥିଲୁ । ତେବେ ଗାଁକୁ ଅଳିଆ ଆବର୍ଜନା ମୁକ୍ତ କରିବାକୁ ଆମେ ଉଦ୍ୟମ କରୁଛୁ । ଏଥିପାଇଁ ଆମେ କିଛି ଯୁବକଙ୍କୁ ନିଯୁକ୍ତ କରିଛୁ, ଯେଉଁମାନେ ଅଳିଆ ବ୍ୟାଗ ସଂଗ୍ରହ କରିବା ସହ ଅପରାଧୀଙ୍କୁ ଚିହ୍ନଟ କରିବା ଏବଂ ପ୍ରମାଣ ସଂଗ୍ରହ କରିବା ପାଇଁ କାର୍ଯ୍ୟ କରନ୍ତି ।

ଆଲଡୋନା ଗ୍ରାମରେ ଅଜୟ ଜାଡେଜା ଏବଂ ଅମିତାଭ ଘୋଷଙ୍କ ସମେତ ଅନେକ ସେଲିବ୍ରିଟି ବାସ କରନ୍ତି । ତେବେ ଅଳିଆ ଆବର୍ଜନା ପକାଇବା ଲିଷ୍ଟରେ ଅଜୟ ଜାଡେଜାଙ୍କ ନାମ ଥିଲା । ସେଥିପାଇଁ ଆମେ ତାଙ୍କଠାରୁ ଜୋରିମାନା ଆଦାୟ କରିବା ସହ ଭବିଷ୍ୟତରେ ଯେମିତି ଏପରି ଭୁଲର ପୁନରାବୃତ୍ତି ନହୁଏ ସେଥିପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଥିଲୁ ।

   Related Posts