ଚେକିଂ ବେଳେ ଗାଡି ନଅଟକାଇବାରୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ଗଣିଲେ ତଣ୍ଡ

Published By : Prameya-News7 Bureau | September 10, 2019 IST

ପାଟଣା୧୦|୯: ସେପଟେମ୍ବର ମାସରୁ ସମଗ୍ର ଦେଶରେ ମୋଟର ଭେଇକିଲ ଆକ୍ଟ ଲାଗୁହୋଇଛି। ଏହି ଆକ୍ଟ ଲାଗୁ ହେବା ପରେ ଚାରିଆଡେ କୋକୁଆ ଭୟ ସୃଷ୍ଟି ହୋଇଛି ।  ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁ ହେବା ପରେ ନିୟମ ଉଲଂଘନ କରୁଥିବା ଲୋକେ ବଡ ଧରଣର ଜରିମନା ଭରୁଛନ୍ତି। ସାଧାରାଣ ମଣିଷ ହେଉ ବା ମନ୍ତ୍ରୀ ସମସ୍ତଙ୍କଠୁ ମୋଟା ଅଙ୍କର ଫାଇନ ଆଦାୟ ଚାଲିଛି। କିଏ ୨୩୦୦୦ର ଚାଲାଣ କାଟୁଛି ତ କିଏ ୮୩୦୦୦ ହଜାର ଟଙ୍କାର ଟଙ୍କା ଗଣୁଛି।

ଏବେ ଏହି ନିୟମର ଚର୍ଚ୍ଚା ଅଧିକ ଚାଲିଛି କାରଣ ଏଥର ମୋଦି ସରକାରଙ୍କ କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଗାଡିର ମଧ୍ୟ ଚାଲାଣ କଟିଛି। ନିୟମ ଉଲ୍ଲଂଘନ ଲାଗି ତାଙ୍କ ନାଁରେ ୨୫୦୦ ଟଙ୍କାର ଚାଲାଣ କଟାଯାଇଛି। ଗାଡିରେ ଲାଗିଥିବା କଳା କାଚ ପାଇଁ ୫୦୦ ଟଙ୍କା ଓ ଗାଡି ନଅଟକାଇବା ପାଇଁ ୨୦୦୦ ଟଙ୍କା ଫାଇନ୍‌ ଲାଗିଛି। ପାଟଣା ପୋଲିସ କମିଶନ୍‌ରଙ୍କ ଆଦେଶ ପରେ ଅଶ୍ବିନୀ ଚୌବେଙ୍କ ଗାଡିର ଚାଲାଣ କଟିଛି।ଏହାକୁ ନେଇ ମନ୍ତ୍ରୀ ଓ ତାଙ୍କ ତାଙ୍କ ପୁତ୍ରବଧୂ କ୍ଷୋଭ ପ୍ରକାଶ କରିଛନ୍ତି।  

ରବିବାର ଦିନ ପାଟଣାରେ ଚେକିଂ ଚାଲିଥିବା ସମୟରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଗାଡି ଅଟକାଯାଇନଥିଲା। ଏଥିପାଇଁ ଡ୍ୟୁଟିରେ ଉପସ୍ଥିତ ଥିବା ପୋଲିସମାନଙ୍କୁ ନିଲମ୍ବିତ କରାଯାଇଛି।  

ଏହା ପରେ ଗତ କାଲି ଚେକିଂ ଚାଲିଥିବା ସମୟରେ ଅଶ୍ବିନୀ ଚୌବେଙ୍କ ଗାଡି ଅଟକାଯାଇଥିଲା। ଗାଡିରେ ଅଶ୍ବିନୀ ଚୌବେଙ୍କ ପୁଅ, ବହୂ ଓ ତାଙ୍କ ପତ୍ନୀ ବସିଥିଲେ। ଗାଡିରେ ସାଂସଦ ଲେଖାଯାଇଥିବାରୁ ଗାଡି ଚେକିଂ ପାଇଁ ପୋଲିସ ଡରୁଥିଲେ। ହେଲେ ଚେକିଂ ପରେ ତାଙ୍କ ଗାଡିର ମଧ୍ୟ ଚାଲାଣ କଟାଯାଇଥିଲା।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.