Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଛତିଶଗଡ ସୀମାନ୍ତରୁ ଆସିବେ ପ୍ରବାସୀ, ଆଗକୁ ଆହୁରି ବିଗିଡିବ ସ୍ଥିତି – ଶ୍ରମ ମନ୍ତ୍ରୀ
  • ||
  • କଟକ : ଅପ୍ରେଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ରାଜ୍ୟରେ ପିକ୍‌ରେ ରହିପାରେ କରୋନା ସଂକ୍ରମଣ
  • ||
  • ପୁରୀ : ବ୍ରହ୍ମଗିରିରେ ବୋମାମାଡ, ଛିଣ୍ଡିଗଲା ଯୁବକଙ୍କ ହାତ
  • ||
  • ମହାକାଳପଡା : ହରିଣ ମାଂସ ବୋଝେଇ ଅଟୋ ଜବତ, ଜଣେ ଗିରଫ, ୨ ଅଭିଯୁକ୍ତ ଫେରାର
  • ||
  • ରାୟଗଡା : ତ୍ରିପୁରା ଯିବାବେଳେ ରେଳ ଷ୍ଟେସନରୁ ୬ନାବାଳିକା ଉଦ୍ଧାର, ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର
  • ||
  • ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ୨ଟି ଗାଁ ସଟଡାଉନ୍ ଘୋଷଣା, କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପଦକ୍ଷେପ
  • ||
  • ଭୁବନେଶ୍ବର : ବାତିଲ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
  • ||
  • ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ, କରୋନା ସଂକ୍ରମଣ ଦୃଷ୍ଟିରୁ ପଦକ୍ଷେପ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
  • ||

୨୪୦ଜଣ ମହିଳାଙ୍କୁ ଯୌନଦାସୀ କରି ରଖିଥିବା ୩୨ ବର୍ଷ ବୟସ୍କ ଯୁବକ ଗିରଫ…

23/10/2019 at 2:56 PM

ବ୍ରାଜିଲ ୨୩|୧୦:  ବ୍ରାଜିଲ ଦେଶର ଏକ ଖବର ସାମ୍ନାକୁ ଆସିଛି। ଏହି ଖବର ବିଷୟରେ ଜାଣିଲେ ଲୋକେ ଆଚମ୍ବିତ ହୋଇଯିବେ। ବ୍ରାଜିଲରେ ପୋଲିସ ୩୨ ବର୍ଷର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ରୋନୀ ସ୍କେଲ୍ବ ନାମକ ଏହି ବ୍ୟକ୍ତିଙ୍କ ବିରୋଧରେ ହୋଇଛି ସାଂଘାତିକ ଅଭିଯୋଗ। ରୋନୀ ୨୪୦ଜଣ ମହିଳାଙ୍କୁ ସେକ୍ସ ସ୍ଲେଭ ବା ଯୌନଦାସୀ କରି ରଖିବା ଅଭିଯୋଗ ହୋଇଥିଲା।କିଛି ବର୍ଷ ହେଲା ସେ ଏହି ମହିଳାମାନଙ୍କୁ ବ୍ଲାକମେଲ କରୁଥିଲା। ଏପରିକି ଏଥିରୁ କିଛି ମହିଳାଙ୍କୁ ପଶୁଙ୍କ ସହ ସମ୍ବନ୍ଧ ରଖିବା ପାଇଁ ବାଧ୍ୟ କରୁଥିଲା।  

ରୋନୀ ସେଲ୍ସର କେବଳ ଜଣେ ପ୍ରତିନିଧି ଓ ଏହା ସହ ସେ ଏକ ଚର୍ଚ୍ଚ ଗ୍ରୁପର ଲିଡର। ଜଣେ ମହିଳା ରୋନିଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ପୋଲିସ ରୋନୀକୁ ଗିରଫ କରିଥିଲା। ରୋନୀ ଫେସବୁକ୍‌ ଓ ହ୍ବାଟ୍ସଆପରେ ଅନେକ ଫେକ୍‌ ପ୍ରୋଫାଇଲ କରିଥିଲା। ଏହି ସୋସିଆଲ ମିଡିଆ ମାଧ୍ୟମରେ ସେ ଯୁବତୀ ଓ ମହିଳାମାନଙ୍କ ସହ ଯୋଗାଯୋଗ କରୁଥିଲା।

ଗୋଟିଏ ନଗ୍ନ ଫଟୋ ବଦଳରେ ମହିଲାଙ୍କୁ ୨ ଲକ୍ଷ ଟଙ୍କା ଦେବ ବୋଲି ରୋନୀ କହି ମହିଲାଙ୍କୁ ତା ଜାଲରେ ଫସାଉଥିଲା । ଟଙ୍କା ଲୋଭ ଦେଖାଇ ସେ ଫଟୋ ମାଗେ ଓ ଫଟୋ ପାଇବା ପରେ ମହିଳା ଓ ଯୁବତୀମାନଙ୍କୁ ବ୍ଲାକ୍‌ମେଲ କରେ। ମହିଳାଙ୍କୁ ତାଙ୍କ ଫଟୋ ଲିକ୍‌ କରିବାର ଧମକ ଦେଉଥିଲା ଓ ବ୍ଲାକମେଲ କରୁଥିଲା ଅଭିଯୁକ୍ତ ରୋନୀ ।

କେବଳ ସେତିକି ନୁହେଁ ମହିଳାମାନେ ତା କବଳରେ ପଡିବା ପରେ ତାଙ୍କୁ ଦେଖା କରିବା ପାଇଁ ଡାକୁଥିଲା। ନିଛାଟିଆ ଯାଗାକୁ ଡାକି ତାଙ୍କୁ ଦୁଷ୍କର୍ମ ମଧ୍ୟ କରୁଥିଲା। ଯେଉଁ ମହିଳାମାନେ ଦୂରରେ ରହୁଥିଲେ ସେମାନଙ୍କୁ ଅନ୍ୟ ଲୋକ ବା ପଶୁଙ୍କ ସହ ଯୌନ ସମ୍ବନ୍ଧ ରଖି ଭିଡିଓ ପଠାଇବା ପାଇଁ ବାଧ୍ୟ କରୁଥିଲା।

ଅନେକ ମହିଳାମାନଙ୍କୁ ସେକ୍ସ କଣ୍ଟ୍ରାକ୍ଟ ସାଇନ କରିବାକୁ ବାଧ୍ୟ କରୁଥିଲା ରୋନୀ । ଯଦି କିଏ ମନା କରୁଥିଲା ତାହେଲେ ତାଙ୍କୁ ଜୋର ଜବରଦସ୍ତ କରି ଦସ୍ତଖତ କରାଉଥିଲା। ନିଜ ଖୁସି ପାଇଁ ମହିଳାଙ୍କୁ ମାରପିଟ୍‌ କରି ଭିଡିଓ କରୁଥିଲା ଅଭିଯୁକ୍ତ ରୋନୀ ।

ରୋନୀ କେବଳ ମହିଳା ବା ଯୁବତୀଙ୍କୁ ନୁହଁ ବରଂ ଅନେକ ନାବାଳିକାଙ୍କୁ ମଧ୍ୟ ନିର୍ଯ୍ୟାତନା ଦେଇଛି। ଏବେ ରୋନି ପୋଲିସ ହେପାଜାତରେ ଅଛି। ରୋନି କହିବା ଅନୁସାରେ ସେ କୌଣସି ଭୁଲ କାମ କରିନାହିଁ। ସେ କାହାକୁ ଦୁଷ୍କର୍ମ କରିନାହିଁ ଓ କାହାକୁ ନଗ୍ନ ଫଟୋ ମାଗିନାହିଁ ବୋଲି କହିଛି । ନିଜକୁ ନିର୍ଦୋଷ କହିଛି ରୋନି। ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି।  

   Related Posts