ସେମିଫାଇନାଲରେ ଭାରତର ପରାଜୟ ପରେ ଟିମ୍ର ଏହି ସଦସ୍ୟ ନେଲେ ବିଦାୟ
11/07/2019 at 4:56 PM

୨୦୧୯ ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ୧୮ରନ୍ ରେ ପରାସ୍ତ ହୋଇ ଶ୍ବକପ୍ରୁ ଭାରତ ବିଦାୟ ନେଇଛି। ପରାଜୟ ପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟର ଜଣେ ସଦସ୍ୟ ଇସ୍ତଫା ଦେଇଥିଲେ। ଟିମ୍ ଇଂଣ୍ଡିଆର ଫିଜିଓ ପାଟ୍ରିକ୍ ଫରାତ ମ୍ୟାନେଜମେଣ୍ଟ ଓ ଟିମ୍ରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ସେମିଫାଇନାଲ ହେବା ପୂର୍ବରୁ ସେ ଇସ୍ତଫା ଦେବା ପାଇଁ ସ୍ଥିର କରିଥିଲେ ।

ପାଟ୍ରିକ୍ ଫରାତ ନିଜ ଟୁଇଟରରେ ଲେଖିଥିଲେ ଯେ, ଭାରତୀୟ ଟିମ ସହ ତାଙ୍କ ଶେଷ ଦିନ ଭଲ ଯିବ ବୋଲି ସେ ଆଶା କରିଥିଲେ। ଟିମ୍ ଇଂଣ୍ଡିଆ ଭଲ ପ୍ରଦର୍ଶନ କରୁ ବୋଲି ସେ ପ୍ରାର୍ଥନା କରିଥିଲେ। ଏହା ସହ ଫରାତ ବିସିସିଆଇକୁ ଧନ୍ୟବାଦ ଜଣାଇଥିଲେ । କାରଣ ବିସିସିଆଇ ପାଇଁ ସେ ୪ ବର୍ଷ ଭାରତୀୟ ଟିମ୍ ସହ କାଟିବାର ସୁଯୋଗ ପାଇଥିଲେ। ଭାରତୀୟ ଟିମ୍ ଆଗାକୁ ଭଲ ଖେଳୁ ଏନେଇ ସେ ଶୁଭକାମନା ଜଣାଇଥିଲେ।

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲରେ ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ଦିନିକିଆ ବଦଳରେ ଦୁଇ ଦିନ ଖେଳାଯାଇଥିଲା। ଫଳରେ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ୧୮ରନ୍ ରେ ଭାରତ ପରାସ୍ତ ହୋଇଥିଲା। ୨୦୧୯ର ଆଉ ଏକ ଫାଇନାଲିଷ୍ଟ କିଏ ହେବ ତାହା ଆଜିର ମ୍ୟାଚ ପରେ ଜଣା ପଡିବ।