Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଏଥର ଓଡିଶା ନିର୍ବାଚନ ମଇଦାନରେ କେତେଜଣ ସିନେ ତାରକା ଅଛନ୍ତି ଓ ସେମାନଙ୍କ ସ୍ଥିତି କଣ ଜାଣନ୍ତୁ…

5/04/2019 at 5:09 PM

ଭୁବନେଶ୍ବର ୫|୪: ସିନେ ତାରକାଙ୍କୁ ନିର୍ବାଚନ ମଇଦାନକୁ ଆଣିବା ପରମ୍ପରା ଦକ୍ଷିଣ ଭାରତରୁ ଆରମ୍ଭ ହୋଇଛି । କରୁଣାନିଧି, ଏନଟି ରାମା ରାଓ, ଜୟ ଲଳିତାଙ୍କ ଭଳି ୭୦ ଓ ୮୦ ଦଶକର ସିନେ ତାରକାମାନେ ରାଜନୀତିରେ ପ୍ରବେଶ କରି ବେଶ ସଫଳତା ହାସଲ କରିଥିଲେ । ଦକ୍ଷିଣ ଭାରତରୁ ଆରମ୍ଭ ହୋଇଥିବା ଏହି ଟ୍ରେଣ୍ଡ ଧୀରେ ଧୀରେ ବଲିଉଡକୁ ମଧ୍ୟ ସଂକ୍ରମିତ କରିଥିଲା ।

ବଲିଉଡର ବହୁ କଳାକାର ରାଜନୀତିରେ ପ୍ରବେଶ କରିବା ସହ ବେଶ ଖ୍ୟାତି ଅର୍ଜନ କରିଥିଲେ । ଅମିତାଭ ବଚ୍ଚନ, ସୁନୀଲ ଦତ୍ତ, ହେମାମାଳିନୀ, ରାଜେଶ ଖାନ୍ନା, ରାଜ ବାବର, ଜୟାପ୍ରଦା, ଶତ୍ରୁଘ୍ନ ସିହ୍ନାଙ୍କ ଭଳି କଳାକାରମାନେ ରାଜନୀତିରେ ପ୍ରବେଶ କରି ପ୍ରତିଷ୍ଠା ଲାଭ କରିଛନ୍ତି । ଏଥର ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ହେମାମାଳିନୀ, ଜୟାପ୍ରଦାଙ୍କ ସମେତ ବହୁ କଳାକାର । ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସ ଏଥର ବହୁ ସିନେ ତାରକାଙ୍କୁ ମଇଦାନକୁ ଉତାରିଛି । ମୁନମୁନ ସେନ, ଶତାବ୍ଦୀ ରାୟଙ୍କ ଭଳି ଅଭିନେତ୍ରୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସବୁ ରାଜ୍ୟରେ ପ୍ରାୟ କିଛି କିଛି ସିନେ ତାରକା ନିର୍ବାଚନ ଲଢୁଛନ୍ତି ।

ଲୋକଙ୍କ ଭିତରେ ସିନେ ତାରକାଙ୍କ ଭଲ ଆଦୃତି ରହିଥାଏ । ଏହି ଲୋକପ୍ରିୟତାକୁ ପୁଞ୍ଜି କରି ସେମାନେ ନିର୍ବାଚନ ବୈତରିଣୀ ପାର କରିବାକୁ ଯୋଜନା କରିଥାନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ଦଳରେ ସିନେ ତାରକାଙ୍କୁ ସାମିଲ କରି ଷ୍ଟାର ପ୍ରଚାରକ ଭାବେ ବ୍ୟବହାର କରିଥାନ୍ତି  । କୌଣସି ସ୍ଥାନରେ ନିର୍ବାଚନ ସଭାସମିତି ହେଉଥିଲେ ସେଠି ଖୋଜାପଡେ ସିନେ ତାରକାଙ୍କୁ । କାରଣ ସିନେ ତାରକାଙ୍କ ନାଁ ଶୁଣିଲେ ଦର୍ଶକ ଓ ଶ୍ରୋତାଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । 

ସେଥିପାଇଁ ନିର୍ବାଚନର ବହୁ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପ୍ରତିଯୋଗୀତାମୂଳକଭାବେ ସିନେ ତାରକାଙ୍କୁ ନିଜ ନିଜ ଦଳରେ ସାମିଲ କରିଥାନ୍ତି । ଅସଲରେ ସିନେ ତାରକାଙ୍କୁ ଦଳକୁ ଟାଣିବା ରାଜ୍ୟରେ  ବିଜେଡି ଆରମ୍ଭ କରିଥିଲା । ୨୦୦୪ ମସିହାରୁ ଦଳ ବିଭିନ୍ନ ସିନେ ତାରକାଙ୍କୁ ଦଳକୁ ଆଣି ପ୍ରାର୍ଥୀ କରିଛି । ବ୍ରହ୍ମପୁର ଲୋକସଭା ଆସନରୁ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରି ନିର୍ବାଚନ ବୈତରଣୀ ପାର ହେବା, କୋରେଇରେ ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିବା, ୨୦୧୪ରେ ଚମ୍ପୁଆରୁ ପପୁ ପମପମଙ୍କୁ ପ୍ରାର୍ଥୀ କରିବା, ପ୍ରଶାନ୍ତ ନନ୍ଦ ଓ ଅନୁଭବ ମହାନ୍ତିଙ୍କୁ କେବେ ସିଧା ନିର୍ବାଚନରେ ତ ପୁଣି କେବେ ରାଜ୍ୟସଭା ନିର୍ବାଚନ ଲଢାଇଛି ଦଳ। ଏସବୁ ତାର ଗୋଟିଏ ଗୋଟିଏ ନଜୀର ମାତ୍ର ।

ବିଜେଡି ଭଳି କଂଗ୍ରେସ ମଧ୍ୟ ସିନେ ତାରକାଙ୍କୁ ଦଳରେ ସାମିଲ କରିବା କ୍ଷେତ୍ରରେ ପଛରେ ପଡିନଥିଲା । ୨୦୧୪ ନିର୍ବାଚନରେ ବିଜୟ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କୁ ଦଳ ଯଥାକ୍ରମେ ଭୁବନେଶ୍ବର ଓ କଟକ ଲୋକସଭାରୁ ପ୍ରାର୍ଥୀ କରିଥିଲା । ହେଲେ ଚଳିତ ନିର୍ବାଚନରେ ବିଜେପି ସର୍ବାଧିକ ସିନେ ତାରକାଙ୍କୁ ବିଜେପି ଦଳରେ ସାମିଲ କରିଥିଲା । ମିହିର ମହାନ୍ତି, ପିଙ୍କି ପ୍ରଧାନ, ଅପରାଜିତା ମହାନ୍ତି, ମହେଶ୍ବତା ରାୟ, ଶ୍ରୀତମ ଦାସ ଆଦି ବହୁ ସିନେତାରକା ବିଜେପିରେ ଯୋଗ ଦେଇଥିଲଲେ । ଆଶା କରାଯାଉଥିଲା ସବୁଥର ଭଳି ଏଥର ମଧ୍ୟ ସିନେ ତାରକାଙ୍କୁ ବହୁଳଭାବେ ଟିକେଟ ମିଳିବ ।  

ଚଳିତ ଥର ନିର୍ବାଚନରେ ଓଡିଶାରେ ଚିତ୍ର କିନ୍ତୁ ଭିନ୍ନ । ଷ୍ଟାର ପ୍ରାର୍ଥୀଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ରହିଛି । ଚଳିତ ଥର ଲୋକସଭା ପାଇଁ ମାତ୍ର ଜଣେ ସିନେ କଳାକାର ମଇଦାନରେ ଥିବାବେଳେ ଦୁଇଜଣ ବିଧାନସଭା ଲଢୁଛନ୍ତି । ଜଣେ ଅଭିନେତ୍ରୀଙ୍କ ସ୍ବାମୀ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ।  ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଭାବେ ଅନୁଭବ ମହାନ୍ତିଙ୍କୁ ଟିକେଟ ମିଳିଛି । ତେବେ ଅନ୍ୟ କୌଣସି ଦଳ ଲୋକସଭାରେ ସିନେ ତାରକାଙ୍କୁ ମଇଦାନକୁ ଉତାରି ନାହାନ୍ତି ।  ଅପରପକ୍ଷରେ ବିଜେପି ସିନେ ତାରକାଙ୍କୁ ଦୁଇଟି ବିଧାନସଭା ଆସନରେ ପ୍ରାର୍ଥୀ କରିଛି । ପିଙ୍କି ପ୍ରଧାନଙ୍କୁ ଦଳ ଦିଗପହଣ୍ଡିରୁ ପ୍ରାର୍ଥୀ କରିଥିବାବେଳେ ଅପରାଜିତା ମହାନ୍ତିଙ୍କୁ ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କରିଛି । ଅଭିନେତ୍ରୀ ବିଦୁସ୍ମିତାଙ୍କ ସ୍ବାମୀ ଅନନ୍ତ ଦାଶଙ୍କୁ ବିଜେପି ବଲାଙ୍ଗିରରେ ପ୍ରାର୍ଥୀ କରିଛି । ଅପରପକ୍ଷରେ ବିଜେଡି ଅଭିନେତା ଆକାଶ ଦାସ ନାୟକ, ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ୍ କାଟିଦେଇଛି ।

ବିଜେଡି ଲୋକସଭା ପ୍ରାର୍ଥୀ କେନ୍ଦ୍ରାପଡରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କଠୁ ତୀବ୍ର ପ୍ରତିଦ୍ବନ୍ଦ୍ବୀତାର ସମ୍ମୁଖୀନ ହେବେ । କାହା ପଲା କେତେ ଭାରି ତାହା ଆକଳନ କରିବା ସହଜସାଧ୍ୟ ନୁହେଁ । ତେବେ ନିଜର ଷ୍ଟାର ଇମେଜ ଓ ନବୀନ ପଟ୍ଟନାୟକଙ୍କ ଭାବ ମୂର୍ତ୍ତି ଅନୁଭବଙ୍କୁ ନିଶ୍ଚୟ ଫାଇଦା ଦେବ ଏହା ନିଃସନ୍ଦେହ । ଅପରପକ୍ଷରେ ଅପମାନିତ ହୋଇ ବିଜେଡି ଛାଡିଥିବା ବୈଜୟନ୍ତ ବିଜେଡି ଓ ନବୀନଙ୍କଠୁ ଅପମାନର ପ୍ରତିଶୋଧ ନେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ମଧ୍ୟ କରିବେ । ଯଦିଓ ବୈଜୟନ୍ତ ସ୍ଥାନୀୟ ବିଜେପି କର୍ମୀଙ୍କ ବିରୋଧର ସମ୍ମୁଖୀନ ହେଉଛନ୍ତି ତଥାପି ମୋଦିଙ୍କ ଲହର ଆଶ୍ରାରେ ସେ ନିର୍ବାଚନ ବୈତରଣୀ ପାର କରିବାକୁ ଆଶା କରିଛନ୍ତି ।

ଅପରପକ୍ଷରେ ଦିଗପହଣ୍ଡିରେ ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନଙ୍କ ପାଇଁ ଏଥର ନିର୍ବାଚନ ଏଥର ଏତେ ସହଜ ନୁହେଁ । ପ୍ରଥମ ଥର ପାଇଁ ପିଙ୍କି ଭୋଟ ରାଜନୀତିକୁ ଓହ୍ଲାଇଥିବାବେଳେ ତାଙ୍କ ବିରୋଧରେ ରହିଛନ୍ତି ବିଜେଡିର ଟାଣୁଆ ନେତା  ତଥା ଅଭିଜ୍ଞ ରାଜନେତା ସୂର୍ଯ୍ୟ ପାତ୍ର । ଏପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଫୁଲ୍ଲ ପଣ୍ଡା ।  ସୂର୍ଯ୍ୟଙ୍କ ବିରୋଧରେ ଆଣ୍ଟି ଇନକମ୍ବେନ୍ସି ରହିଛି । ତେବେ ପିଙ୍କି ତାକୁ କେତେ ଭୋଟରେ ରୂପାନ୍ତରିତ କରିପାରୁଛନ୍ତି ତା ଉପରେ ନିର୍ଭର କରୁଛି ଫଳାଫଳ ।

ଓଲିଉଡର ନାମୀ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ବିଜେପି ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କରିଛି । ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଟିକେଟ କାଟି ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ଏଠାରେ ଯୁବ କଂଗ୍ରେସର ନେତା ଇତିଶ ପ୍ରଧାନଙ୍କୁ ଟିକେଟ ଦେଇଛି । ତିନିଜଣଯାକ ପ୍ରାର୍ଥୀ ପ୍ରଥମ ଥର ପାଇଁ ଏହି ଆସନରୁ ଲଢୁଛନ୍ତି । ଦେଖିବାକୁ ଗଲେ ଅପରାଜିତାଙ୍କ ସ୍ଥିତି ମଜବୁତ ରହିଛି ବୋଲି କୁହାଯାଇପାରେ ।

ସିନେ ତାରକାଙ୍କୁ ଲୋକମାନେ ଦେଖିବା ପାଇଁ ସଭାରେ ଯୋଗ ଦେଇ ପାରନ୍ତି,  କିନ୍ତୁ ସବୁବେଳେ ଯେ, ଭୋଟ ଦେବେ ତାର କିଛି ମାନେ ନାହିଁ । କାରଣ ଅତୀତରେ ପ୍ରଶାନ୍ତ ନନ୍ଦ, ପପୁ ପମପମ, ଅପରାଜିତା ମହାନ୍ତି, ବିଜୟ ମହାନ୍ତିଙ୍କ ଭଳି ସିନେ ତାରକାମାନେ ହାରିଛନ୍ତି ।      

   Related Posts