Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି କାରଣ ପାଇଁ ମହମ୍ମଦ ଶମିଙ୍କ ପତ୍ନୀ ଛାଡ଼ିଥିଲେ ତାଙ୍କ ପ୍ରଥମ ସ୍ବାମୀଙ୍କୁ : ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

14/09/2019 at 11:03 AM

ଲକ୍ଷ୍ନୌ ୧୪/୯: କ୍ରିକେଟ ମଇଦାନରେ ଦମଦାର ପ୍ରଦର୍ଶନ କରି କ୍ରିକେଟ ପ୍ରେମୀଙ୍କ ମନ କିଣିଥିବା ଚମତ୍କାରୀ ବୋଲର ମହମ୍ମଦ ଶମିଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ମହମ୍ମଦ ଶମି ଏବଂ ସୁନ୍ଦରୀ ପତ୍ନୀଙ୍କ ମଧ୍ୟରେ ଅନେକ ଦିନରୁ ବିବାଦ ଚାଲିଛି।

ମହମ୍ମଦ ଶମିଙ୍କ ପତ୍ନୀଙ୍କ ନାଁ ହସିନ ଜହାଁ। କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ ସୁନ୍ଦରୀ ହସିନ ଜହାଁ ନିଜ ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି। ଭାରତୀୟ କ୍ରିକେଟ ଖେଳାଳି ମହମ୍ମଦ ଶମି ତାଙ୍କର ଦ୍ବିତୀୟ ସ୍ବାମୀ। ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ବିବାହ ବିଚ୍ଛେଦ ହେବା ମଧ୍ୟ ନିଶ୍ଚିତ ବୋଲି ଜଣା ପଡ଼ିଲାଣି।

ହସିନଙ୍କ ପ୍ରଥମ ସ୍ବାମୀଙ୍କ ନାଁ ଶେଖା ସୈଫୁଦ୍ଦିନ। ତାଙ୍କର ପୂର୍ବତନ ସ୍ବାମୀଙ୍କଠୁ ୨ଝିଅ ମଧ୍ୟ ଅଛନ୍ତି। ସେମାନେ ତାଙ୍କ ବାପାଙ୍କ ପାଖରେ ରୁହନ୍ତି। ହସିନ ୨୦୧୦ମସିହାରେ ସୈଫୁଦ୍ଦିନଙ୍କୁ ବିବାହ କରିଥିଲେ। ୮ବର୍ଷ ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସୈଫୁଦ୍ଦିନଙ୍କ ବୀରଭୂମି ଜିଲ୍ଲାର ସୁରି ବଜାର ଅଞ୍ଚଳରେ ବାବୁ ଷ୍ଟୋର ନାମକ ଏକ ଛୋଟ ଦୋକାନ ରହିଛି।

ମହମ୍ମଦ ଶମି ଏବଂ ହସିନଙ୍କ ମଧ୍ୟରେ ଚାଲିଥିବା ବିବାଦବେଳେ ଯେତେବେଳେ ସୈଫୁଦ୍ଦିନଙ୍କୁ ପଚରାଯାଇଥିଲା ଯେ ହସିନ ତାଙ୍କୁ କାହିଁକି ଛାଡ଼ି ଦେଇଥିଲେ? ସୈଫୁଦ୍ଦିନଙ୍କର ଉତ୍ତର ଆଶ୍ଚର୍ଯ୍ୟକର ଥିଲା। ସେ କହିଥିଲେ ଯେ ହସିନ ଜଣେ ମହତ୍ତ୍ବକାଂକ୍ଷୀ ମହିଳା ଥିଲେ ଏବଂ ତାଙ୍କର ଇଚ୍ଛା ଅପର୍ଯ୍ୟାପ୍ତ ଥିଲା। ସେ ନିଜେ ମଧ୍ୟ ଜାଣି ପାରିନଥିଲେ ଯେ ହସିନ ହଠାତ୍ ତାଙ୍କୁ କାହିଁକି ଛାଡ଼ି ଦେଇଥିଲେ।

   Related Posts