ଭାରତର ଏହି ସହରରେ ଖୋଲାରେ ଶୌଚ କରୁଥିବା ବ୍ୟକ୍ତିଙ୍କୁ ଦିଆଗଲା ଏଭଳି ଦଣ୍ଡ…

Published By : Prameya-News7 Bureau | December 01, 2019 IST

ଇନ୍ଦୋର୧/୧୨: ଭାରତର ବହୁ ସହରରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି। ସେହିପରି ଦେଶର ଏମିତି  କିଛି ସହର ଅଛି ଯେଉଁଠି ସଫା- ସୁତୁରା ପ୍ରତି ଲୋକେ ଅଧିକ ଯତ୍ନବାନ ହୋଇଥାଆନ୍ତି। ଯଦି ସେହିଭଳି ସହର କଥା କୁହାଯାଏ ତେବେ ମଧ୍ୟପ୍ରଦେଶର ଇନ୍ଦୋର ନାଁ ସାମ୍ନାକୁ ଆସିବ। ଏହି ସହରର ପରିଷ୍କାର ଓ ସ୍ବଚ୍ଛତା ବଜାଇ ରଖିବା ପାଇଁ ଇନ୍ଦୋରର ପୌରପାଳିକା ବେଶ ସଜାଗ ରହିଛି। ମଧ୍ୟ ପ୍ରଦେଶ ସରକାର ମଧ୍ୟ  ସେଥିପ୍ରତି ଦୃଷ୍ଟି ଆର୍ଷକଣ କରିଥାଏ। ଏହି ସହରର କୌଣସି ସ୍ଥାନରେ ଶୌଚ କରିବା ମନା। ସେଥିପ୍ରତି ମଧ୍ୟ ଦଣ୍ଡ ବିଧାନ ରହିଛି। ନିକଟରେ  ଇନ୍ଦୋରର  ପୋଲୋଗ୍ରାଉଣ୍ଡ ଶିଳ୍ପାଞ୍ଚଳରେ ଜଣେ ୩୦ ବର୍ଷ ବୟସ୍କ ଯୁବକ ଖୋଲା ସ୍ଥାନରେ ଶୌଚ କରି ଧରା ପଡ଼ିଛନ୍ତି। ବ୍ୟକ୍ତି ଧରା ପଡ଼ିବା ପରେ ତାଙ୍କୁ ଏକ ଅଜବ ପ୍ରକାର ଦଣ୍ଡ ଦିଆଯାଇଛି।

ଇନ୍ଦୋର ସହରର ନିକଟରେ ତାଙ୍କ ଘର ବୋଲି ବ୍ୟକ୍ତି ଜଣଙ୍କ କହିଥିଲେ। ସେ ଶିଳ୍ପାଞ୍ଚଳରେ ଦିନ ମଜୁରିଆ ଭାବେ କାମ କରନ୍ତି। କିନ୍ତୁ ବ୍ୟକ୍ତିଙ୍କ କଥାକୁ ପୌର ପାଳିକାର କର୍ମଚାରୀମାନେ ଶୁଣି ନଥିଲେ। ଏଭଳି ଖୋଲା ସ୍ଥାନରେ ପରିଶ୍ରା କରିବା ପାଇଁ ୧୦୦ ଟଙ୍କା ଜରିମାନା ଦେବାକୁ କହିଥିଲେ। ବ୍ୟକ୍ତିଙ୍କ ପାଖରେ ୧୦୦ ଟଙ୍କା ଥିଲା ତେଣୁ ଜରିମାନା ବଦଳରେ ତାଙ୍କୁ ଏକ ବିକଳ୍ପ ଦିଆଯାଇଥିଲା। ବିକଳ୍ପ ହେଉଛି ରାସ୍ତାରେ ପଡ଼ିଥିବା ଅଳିଆକୁ ସଫା କରିବା ଲାଗି ତାଙ୍କୁ ନିର୍ଦେଶ ଦିଆଯାଇଥିଲା। ତେଣୁ ବ୍ୟକ୍ତି ଜଣଙ୍କ ରାସ୍ତାରେ ଜମା ହୋଇଥିବା ଅଳିଆ ଆବର୍ଜନାକୁ ଦୀର୍ଘ ୫ ଘଣ୍ଟାଧରି ସଫା କରିଥିଲେ।

ଇନ୍ଦୋର ନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀ ବିବେକ ଗଙ୍ଗୀରାଡେଙ୍କ କହିବା ଅନୁସାରେ ସହରର ପରିଷ୍କାର ଓ ପରିଚ୍ଛନତା ଉପରେ ଇନ୍ଦୋରର ସହର ପ୍ରତ୍ୟେକ ଲୋକ ଯତ୍ନବାନ। ଗୁରୁବାର ଅପରାହ୍ନରେ ଜଣେ ୩୦ ବର୍ଷ ବୟସ୍କ ବ୍ୟକ୍ତି ପୋଲୋଗ୍ରାଉଣ୍ଡ ଶିଳ୍ପାଞ୍ଚଳରେ ପରିଶ୍ରା କରିଥିବାର ନଜର ଆସିଥିଲେ। ତାଙ୍କ ପାଖରେ ଜରିମାନା ବାବଦକୁ ୧୦୦ ଟଙ୍କା ନ ଥିବାରୁ ରାସ୍ତାରେ ପଡ଼ିଥିବା ଅଳିଆ ଆବର୍ଜନାକୁ ଦୀର୍ଘ ୫ ଘଣ୍ଟାଧରି ସଫା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.