ପ୍ଲାଷ୍ଟିକରୁ ପେଟ୍ରୋଲ୍ ପ୍ରସ୍ତୁତ କରିଥାଆନ୍ତି ଏହି ବ୍ୟକ୍ତି : ମୂଲ୍ୟ ପ୍ରତି ଲିଟରକୁ କେବଳ ୪୦ଟଙ୍କା

Published By : Prameya-News7 Bureau | June 27, 2019 IST

ନୂଆଦିଲ୍ଲୀ ୨୬/୬: ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବା ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତରେ ହାଇଦ୍ରବାଦରେ ରହୁଥିବା ଜଣେ ୪୫ବର୍ଷ ବୟସ୍କ ମେକାନିକାଲ୍ ଇଞ୍ଜିନିୟର ପ୍ରଫେସର ସତୀଶ କୁମାର ପ୍ଲାଷ୍ଟିକରୁ ପେଟ୍ରୋଲ୍ ପ୍ରସ୍ତୁତ କରି ଦେଖାଇଛନ୍ତି।

{"id":127598}

ଏହି ବ୍ୟକ୍ତି ଜଣକ ହାଇଡ୍ରୋକ୍ସି ପ୍ରାଇଭେଟ୍ ଲିମିଟେଡ ନାମକ ଏକ କମ୍ପାନୀ ମଧ୍ୟ ଗଠନ କରିଛନ୍ତି। ଏହା ଅତିଲଘୁ,ଲଘୁ ଏବଂ ମଧ୍ୟମ ଉଦ୍ୟମ ମନ୍ତ୍ରାଳୟ ନାମରେ ରେଜିଷ୍ଟାର ଅଛି। ଏହି କମ୍ପାନୀ ଜରିଆରେ ସେ ପ୍ଲାଷ୍ଟିକରୁ ପେଟ୍ରୋଲ୍ ପ୍ରସ୍ତୁତ କରନ୍ତି। ଏଠାରେ ପ୍ଲାଷ୍ଟିକର ପୁନଃନବୀକରଣ କରି ଡିଜେଲ,ବିମାନ ଇନ୍ଧନ ଏବଂ ପେଟ୍ରୋଲ୍ ପ୍ରସ୍ତୁତ କରାଯାଏ।

{"id":127599}

ପାଖାପାଖି ୫୦୦କିଲୋ ପ୍ଲାଷ୍ଟିକ୍ ଯାହା ପୁଣି ଥରେ ନିଜର ବାସ୍ତବିକ୍ ଅବସ୍ଥାରେ ଆସି ପାରେ ନାହିଁ,ତାହାକୁ ଏହି ପ୍ରକ୍ରିୟା ଜରିଆରେ ୪୦୦ଲିଟର ପେଟ୍ରୋଲରେ ପରିବର୍ତ୍ତିତ କରାଯାଇଥାଏ।

{"id":127600}

ବ୍ୟକ୍ତିଙ୍କ ଅନୁସାରେ ଏହି ପ୍ରକ୍ରିୟା ନିର୍ବାତରେ ହୋଇଥାଏ ଅର୍ଥାତ୍ ଏଥିରେ ବାୟୁ ପ୍ରଦୂଷଣ ହୋଇନଥାଏ। ୨୦୧୬ମସିହାଠୁ ଆରମ୍ଭ ହୋଇ ଏବେଯାଏଁ ପାଖାପାଖି ୫୦ଟନ୍ ପ୍ଲାଷ୍ଟିକକୁ ପେଟ୍ରୋଲରେ ରୂପାନ୍ତରିତ କରାଯାଇଥାଏ। ସେ ପ୍ରତିଦିନ ପାଖାପାଖି ୨୦୦କିଲୋ ପ୍ଲାଷ୍ଟିକର ପ୍ରୟୋଗ ଦ୍ବାରା ୨୦୦ଲିଟର ପେଟ୍ରୋଲ୍ ପ୍ରସ୍ତୁତ କରିଥାଆନ୍ତି।

{"id":127602}

ପେଟ୍ରୋଲ୍ ପ୍ରସ୍ତୁତ କରିବା ପରେ ବ୍ୟକ୍ତିଜଣକ ଏହାକୁ ସ୍ଥାନୀୟ ବେପାରୀଙ୍କୁ ୪୦ରୁ ୫୦ଟଙ୍କା ପ୍ରତି ଲିଟର ଦରରେ ବିକ୍ରି କରିଥାଆନ୍ତି। କିନ୍ତୁ ଯାନରେ ବ୍ୟବହାର ହେତୁ ଏହା କେତେ ଉପଯୋଗୀ ଏହାର ଯାଞ୍ଚ ହେବା ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.