୨୧ ଜଣ ପତ୍ନୀଙ୍କ ସହ ରହନ୍ତି ଏହି ବ୍ୟକ୍ତି, ଦୁନିଆରେ ସବୁଠାରୁ ତାଙ୍କର ବଡ଼ ପରିବାର, ଜାଣନ୍ତୁ ସେ କିଏ...

Published By : Prameya-News7 Bureau | September 07, 2019 IST

ମିଜୋରାମ୭|୯: ପରିବାର ଭିତରେ ଏକାଠି ରହିବାର ମଜା ନିଆର ଥାଏ। ଆଜି ବି ଏମିତି ପରିବାର ଅଛନ୍ତି ଯେଉଁଠି ପରିବାର ଅନେକ ସଦସ୍ୟ ମିଶି ଏକାଠି ରହିଛନ୍ତି । ଏମିତି ଏକ ପରିବାର ସଂପର୍କରେ ଅଛି ଯାହା ସଂପର୍କରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ଗିନୀଜ ବୁକ୍‌ରେ ରେକର୍ଡ କରିଛି ଏହି ପରିବାର।ଏହି ପରିବାର କାହାର? ଭାରତରେ କେଉଁ ସ୍ଥାନରେ ରହୁଛନ୍ତି? ଏହି ସବୁ ସଂପର୍କରେ ଆସନ୍ତୁ ଜାଣିବା…

ଦୁନିଆର ସବୁଠାରୁ ବଡ ପରିବାର ଭାରତର ମିଜୋରାମ ରାଜ୍ୟର ରାଜଧାନୀ ଆଇଜୋଲଠାରୁ ୧୦୦ କିଲୋମିଟର ଥିବା ସେରଛିପ୍‌ ଜିଲ୍ଲାର ବଖ୍‌ତଓ୍ବାଙ୍ଗରେ ରହନ୍ତି।ପରିବାର ମୁଖିଆ ହେଉଛନ୍ତି ଜିୟୋନା ଚାନା ତାଙ୍କର ୨୧ ଜଣ ପତ୍ନୀ, ୧୪ ଜଣ ପିଲା, ୩୩ ଜଣ ନାତି-ନାତୁଣୀ ଓ ୧୪ ଜଣ ବୋହୂଙ୍କୁ ମିଶାଇ ପରିବାର ୧୮୧ ଅଛନ୍ତି।୧୯୪୫ ମସିହା ଜୁଲାଇ ୨୧ ତାରିଖରେ ଜିୟୋନା ଚାନା ଜନ୍ମ ଗ୍ରହଣ କରିଥିଲେ।ସେ କ୍ରିଷ୍ଟୀୟାନ ଧର୍ମାଲମ୍ବୀ ଥିଲେ।ଚାନା ପାଓ୍ବାଲ ସହ ଦୀର୍ଘଦିନରୁ ସେ ଜଡିତ ରହିଛନ୍ତି । ଅନେକ ଯୁବତୀଙ୍କୁ ବିବାହ କରିବା ପାଇଁ ଏହି ଧର୍ମ ତାଙ୍କୁ ଅନୁମତି ଦେଇଥିଲା ।

୧୭ ବର୍ଷ ବୟସରେ ସେ ପ୍ରଥମ ବିବାହ କରିଥିଲେ।ଜିୟୋନା ଯାହାଙ୍କୁ ବିବାହ କରିଥିଲେ ସେ ତାଙ୍କଠାରୁ ୩ ବର୍ଷ ବଡ଼ ଥିଲେ।ଗୋଟେ ବର୍ଷ ଭିତରେ ସେ ୧୦ ଜଣ ଯୁବତୀଙ୍କୁ ବିବାହ କରିଥିଲେ।ରୋଟେସନ ଅନୁସାରେ ସେ ସବୁ ପତ୍ନୀଙ୍କ ସହ ରହୁଥିଲେ।ପ୍ରତ୍ୟେକ ଜଣଙ୍କ ପାଖରେ ଗୋଟେ ସପ୍ତାହ ଲେଖାଏଁ ରହୁଥିଲେ।

ପରିବାର ୧୮୧ ଜଣଙ୍କ ସଦସ୍ୟ ପାଇଁ ସେ ବଡ଼ ଘର ତିଆରି କରିଛନ୍ତି।ସେଥିରେ ୧୦୦ଟି ରୁମ୍ ରହିଛି। ଏହି ଘରର ନାଁ ହେଉଛି ଛୌନ ଥର୍ ରନ୍।ପରିବାର ସଦସ୍ୟ ଖାଇବା ପାଇଁ ୫୦ଟି ଟେବୁଲ ମଧ୍ୟ ରହିଛି।ପ୍ରଥମ ପତ୍ନୀଙ୍କ ଆଦେଶରେ ଘରର ସବୁ କାମ ହୋଇଥାଏ।ଘର ଓ ବାହାରର ଦୈନନ୍ଦିକ କାମଗୁଡିକୁ ପରିବାର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି।ପୂଜା ପାଇଁ ଭୋହର ୫ଟାରେ ସସସ୍ତେ ବିଛଣା ଶେଜ ଛାଡିଥାନ୍ତି। ରାତି ୯ଟାରେ ପରିବାର ସମସ୍ତ ସଦସ୍ୟ ଶୋଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.