ଏହି ବ୍ୟକ୍ତିଙ୍କର ତିନିଜଣ ପତ୍ନୀ, ହେଲେ ପତ୍ନୀମାନଙ୍କର ଗୋଟିଏ କଥା ପ୍ରତି ସବୁବେଳେ ଥାଏ ଭୟ

Published By : Prameya-News7 Bureau | October 29, 2019 IST

ବଲଦ୍‌ମୀର୨୯/୧୦: ଏକ ଅଜବ ପ୍ରକାର ଘଟଣା ସାମ୍ନାକୁ ଆସିଛି। ଇଭାନ ସୁଖୋଭ୍‌ ନାମ ବ୍ୟକ୍ତି ତିନିଜଣଙ୍କୁ ବିବାହ କରିଛନ୍ତି। କିନ୍ତୁ ତିନିଜଣ ପତ୍ନୀ ଭୟରେ ଇଭାନଙ୍କ ପାଖରେ ଦିନ କାଟୁଛନ୍ତି। ୫୦ଟି ପିଲା ଜନ୍ମ କରିବା ଲାଗି ଇଭାନ ତିନିଜଣଙ୍କୁ ବିବାହ କରିଛନ୍ତି। ପ୍ରଥମ ପତ୍ନୀଙ୍କ ଅନୁମତିରେ ଇଭାନ ଏଭଳି ନିଷ୍ପତ୍ତି ନେଇଛନ୍ତି।

୩୪ ବର୍ଷ ବୟସ୍କ ଇଭାନଙ୍କ ପ୍ରଥମ ପତ୍ନୀ ନତାଲିୟା ସୁଖୋଭ୍‌ ବଲଦ୍‌ମୀର ସହରରେ ଥିବା ଏକ ହସ୍ପିଟାଲରେ ନର୍ସ କାମ କରନ୍ତି। ଏକ ସାକ୍ଷାତାକାରରେ ନତାଲିୟାଙ୍କୁ ଏ ସଂପର୍କରେ ପଚରା ହୋଇଥିଲା। ସେ କହିଥିଲେ ଯେ ବିବାହର ୧୧ ବର୍ଷ ପରେ ତାଙ୍କ ସ୍ବାମୀ ପୁଣି ବିବାହ କରି ୫୦ ଜଣ ପିଲାଙ୍କୁ ଜନ୍ମ ଦେବାକୁ ଚାହୁଁଥିଲେ। ତେଣୁ ସ୍ବାମୀଙ୍କ ଖୁସି ପାଇଁ ନତାଲିୟାଙ୍କ ତାଙ୍କ କଥାରେ ରାଜି ହୋଇଥିଲେ।

ପ୍ରଥମ ପତ୍ନୀ ନତାଲିୟାଙ୍କୁ ସେ ଆଇନଗତ ଭାବେ ବିହାହ କରିଛନ୍ତି। ନତାଲିୟା ଓ ଇଭାନଙ୍କ ଆପୋଷ ବୁଝାମଣାରେ ଅନ୍ୟ ଦୁଇଜଣ ଯୁବତୀଙ୍କୁ ଆଣି ସେ ପାଖରେ ରଖିଥିଲେ। ଇଭାନଙ୍କୁ ତିନିଜଣ ପତ୍ନୀ ବହୁତ ଭଲ ପାଆନ୍ତି। ତିନିଜଣ ପତ୍ନୀଙ୍କ ପିଲା ସଂଖ୍ୟା ଏବେ ୨୧ ଜଣ। ଆହୁରି ପିଲା ଜନ୍ମ ଦେବା ପାଇଁ ଇଭାନ ଇଚ୍ଛା ପ୍ରକାଶ କରିଛନ୍ତି। ତେଣୁ ତିନିଜଣ ପତ୍ନୀଙ୍କ ଗୋଟିଏ ଭୟ ରହିଛି। ଯେମିତି କି କୌଣସି କାରଣରୁ ଇଭାନ ସେମାନଙ୍କ ଉପରେ ନ ରାଗନ୍ତୁ। ଯଦି ଇଭାନ ତିନିଜଣ ପତ୍ନୀଙ୍କ ଉପରେ ରାଗନ୍ତି ତେବେ ମାସେ ପର୍ଯ୍ୟନ୍ତ ତାଙ୍କ ସହ କଥା ହୁଅନ୍ତି ନାହିଁ। ତେଣୁ ଇଭାନଙ୍କ ସବୁ ଖୁସିକୁ ତିନିଜଣ ପତ୍ନୀ ପୂରଣ କରିଥାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.