ଏହି ବ୍ୟକ୍ତିଙ୍କର ୫ ଜଣ ପତ୍ନୀ, ଷଷ୍ଠଙ୍କୁ ନେଇ ରାତିରେ ଫେରାର ହେଉଥିବା ସମୟରେ ଗିରଫ କଲା ପୁଲିସ

Published By : Prameya-News7 Bureau | October 15, 2019 IST

ମୁରାଦାବାଦ୧୫|୧୦: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୫ଜଣଙ୍କୁ ବିବାହ କରିବା ପରେ ପୁଣି ଆଉ ଜଣଙ୍କୁ ନେଇ ଫେରାର ହେବା ସମୟରେ ଗିରଫ ହୋଇଛି । ଅଭିଯୁକ୍ତ ଓ୍ବାସିମ୍‌ ଅହମ୍ମଦ ୫ ଜଣଙ୍କୁ ବିବାହ କରିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ଓ୍ବାସିମ ଆଉ ଜଣଙ୍କୁ ବିବାହ କରିବା ପାଇଁ ଚାହୁଁଥିଲା । ହେଲେ ଓ୍ବାସିମଙ୍କ ପାଞ୍ଚ ଜଣ ପତ୍ନୀ ତାଙ୍କୁ ବିରୋଧ କରିଥିଲେ। ସେଥିଲାଗି ଓ୍ବାସିମ ରାଗରେ ପତ୍ନୀଙ୍କୁ ତିନ୍‌ ତଲାକ ଦେଇଥିଲା। ଏଥିସହ ତାଙ୍କ ପତ୍ନୀଙ୍କ ଭାଇଙ୍କୁ ଜୀବନରୁ ମାରି ଦେବା ପାଇଁ ମଧ୍ୟ ସେ ଧମକ ଦେଇଥିଲା। ଷଷ୍ଠ ପତ୍ନୀ ଭାବେ ଆଉ ଜଣଙ୍କୁ ବିବାହ କରି ରାତିରେ  ଫେରାର ହେବାକୁ ବସିଥିବା ବେଳେ, ଘଟଣା  ବିଷୟରେ ପୋଲିସ ସୂଚନା ପାଇଁ  ଅଭିଯୁକ୍ତ ଓ୍ବାସିମକୁ ଗିରଫ କରିଛି।

କୋତଓ୍ବାଲି ଥାନାର ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ମୁଗଲପୁରା ଅଞ୍ଚଳର ବାସିନ୍ଦା ସିରମନ୍‌ ଅଜୀମ୍‌ ତାଙ୍କ ସ୍ବାମୀ ଓ୍ବାସିମଙ୍କ ବିରୋଧରେ ମାରିପିଟ୍ ଅଭିଯୋଗ ଆଣିଥିଲେ। ଏନେଇ ପୀଡିତା ମହିଳା ଥାନାରେ ସ୍ବାମୀଙ୍କ ବିରୋଧରେ ଏତଲା ଦେଇଥିଲେ। ମହିଳା ଥାନା ଅଧିକାରୀ ଘଟଣା ସଂପର୍କରେ ପଚାରି ବୁଝିବା ସମୟରେ ଓ୍ବାସିମ୍‌ ମଧ୍ୟ ମହିଳାଙ୍କ ଅଧିକାରୀଙ୍କୁ ର୍ଦୁବ୍ୟବହାର କରିଥିଲେ। ଏପରିକି ପୀଡିତା ମହିଳାଙ୍କ ଭାଇଙ୍କୁ ମାରି ଦେବ ବୋଲି ଓ୍ବାସିମ ଧମକ ଦେଉଥିଲା।

ଗତ ଜୁନ୍ ୧୭ ତାରିଖରେ ଅଭିଯୁକ୍ତ ଓ୍ବାସିମ ନିଜ ପତ୍ନୀ ସିରମନ ଅଜୀମଙ୍କୁ ତିନ୍ ତଲାକ୍‌ ଦେଇଥିଲା। ପାଞ୍ଚଜଣଙ୍କ ମଧ୍ୟରୁ ଜଣେ ପତ୍ନୀ ସିରମନଙ୍କ ସହ ରହୁଥିଲା ହଠାତ ରାତିରେ ଅଭିଯୁକ୍ତ ଅନ୍ୟ ଜଣେ ଯୁବତୀଙ୍କୁ ନେଇ ଫେରାର ହେବା ପାଇଁ ଚେଷ୍ଟା କରୁଥିଲା। ହେଲେ ସିରମନ ତାଙ୍କୁ ପ୍ରତିବାଦ କରିଥିଲେ। ଏଥିରେ ରାଗି ଯାଇ ଅଭିଯୁକ୍ତ ନିଜ ପତ୍ନୀଙ୍କୁ ତିନ୍ ତଲାକ ଦେଇଥିଲା। ଏହି ଘଟଣା ପୋଲିସ ଓ୍ବାସିକକୁ ଗିରଫ କରିଥିଲା। ପୂର୍ବରୁ ମଧ୍ୟ ଓ୍ବାସିମଙ୍କ ଏଭଳି କାର୍ଯ୍ୟକଳାପ ପାଇଁ ଅନ୍ୟ ଚାରିଜଣ ପତ୍ନୀ ଅଲଗା ରହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.